ETV Bharat / city

ଡରାଉଛି କୋରୋନା: ଦିନକରେ ଗଡିଲା 10ମୁଣ୍ଡ, 200 ଟପିଲା ମୃତ୍ୟୁ ସଂଖ୍ୟା - ଭୁବନେଶ୍ବର

ପୁଣି 24ଘଣ୍ଟାରେ 10ଜଣଙ୍କ ପ୍ରାଣ ନେଇଛି କୋରୋନା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚାନା ଅନୁସାରେ, ଗଞ୍ଜାମରୁ 3, ଗଜପତିରୁ 2, କଳାହାଣ୍ଡିରୁ 1, ଖୋର୍ଦ୍ଧାରୁ 1, ରାୟଗଡାରୁ 3 ଜଣଙ୍କ ମୃତ୍ୟୁ ହୋଇଛି ।

ଡରାଉଛି କୋରୋନା: ଦିନକରେ ଗଡିଲା 10ମୁଣ୍ଡ, 200 ଟପିଲା  ମୃତ୍ୟୁ ସଂଖ୍ୟା

author img

By

Published : Aug 3, 2020, 12:33 PM IST

ଭୁବନେଶ୍ବର: ଆଜି ରାଜ୍ୟରେ 200 ଅତିକ୍ରମ କଲା କୋରୋନାଜନିତ ମୃତ୍ୟୁ ସଂଖ୍ୟା । ପୁଣି 24ଘଣ୍ଟାରେ 10ଜଣଙ୍କ ପ୍ରାଣ ନେଇଛି କୋରୋନା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ ଗଞ୍ଜାମରୁ 3, ଗଜପତିରୁ 2, କଳାହାଣ୍ଡିରୁ 1, ଖୋର୍ଦ୍ଧାରୁ 1, ରାୟଗଡାରୁ 3 ଜଣଙ୍କ ମୃତ୍ୟୁ ହୋଇଛି ।

state-corona-death-toll-rises-to-207
ଫଟୋ ସୌଜନ୍ୟ:ଟ୍ବିଟର@HFWOdisha

ଗଞ୍ଜାମ ମୃତକଙ୍କ ମଧ୍ୟରେ 54ବର୍ଷୀୟ ମହିଳା, 54ବର୍ଷୀୟ ପୁରୁଷ ଓ 48 ବର୍ଷୀୟ ପୁରୁଷ ସାମିଲ ଅଛନ୍ତି ଯିଏକି ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି କଳାହାଣ୍ଡିରୁ ପ୍ରାଣ ହରାଇଥିବା 66 ବର୍ଷୀୟ ବୃଦ୍ଧ ମଧୁମେହ ସହ ହାଇପରଟେନସନରେ ବି ପୀଡିତ ଥିଲେ । ଖୋର୍ଦ୍ଧାରୁ ପ୍ରାଣ ହରାଇଥିବା 63ବର୍ଷୀୟ ବୃଦ୍ଧ ଜଣକ ମଧ୍ୟ ମଧୁମେହ,ହାଇପରଟେନସନ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ । ସେହିପରି ରାୟଗଡାରୁ 61ବୟସ୍କ ଜଣେ ବୃଦ୍ଧ, 70ବର୍ଷୀୟ ଓ 64ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ଗଜପତିରୁ ପ୍ରାଣ ହରାଇଥିବା 2ଜଣ ଯଥାକ୍ରମେ 48 ବର୍ଷୀୟ ଓ 34ବର୍ଷୀୟ ବ୍ୟକ୍ତି ଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 207 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.