ETV Bharat / city

ରାଜ୍ୟ କଂଗ୍ରେସର ନେତୃତ୍ୱ, ସ୍ଥିତି ଓ ପ୍ରସଙ୍ଗ

author img

By

Published : May 31, 2022, 9:46 PM IST

Updated : May 31, 2022, 10:53 PM IST

ସବୁବେଳେ ଅନ୍ତକନ୍ଦଳରେ ରହୁଥିବା ରାଜ୍ୟ କଂଗ୍ରେସରେ ଶରତ ପଟ୍ଟନାୟକଙ୍କୁ କେତେ ସମର୍ଥନ ମିଳିବ ତାହା ଏବେ ବଡ ପ୍ରଶ୍ନ । ବାରାମ୍ବାର ପରାଜୟ, ଦଳୀୟ ଅନ୍ତର୍ଦ୍ୱନ୍ଦ ଓ ନେୃତୃତ୍ବ ବିରୋଧୀ ସ୍ବର ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ନେତୃତ୍ବ। ଶେଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜ୍ୟରେ କଂଗ୍ରେସ କମାଣ ଦେଇଛନ୍ତି ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କ ହାତରେ । ନିରଞ୍ଜନ ପଟ୍ଟନାୟକଙ୍କ ପରେ ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ବ ସଭାପତି ଦୟିତ୍ବ ସମ୍ଭାଳିଛନ୍ତି 66 ବର୍ଷିୟ ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ରାଜ୍ୟ କଂଗ୍ରେସ ନେତୃତ୍ବ, ସ୍ଥିତି ଓ ପ୍ରସଙ୍ଗ
ରାଜ୍ୟ କଂଗ୍ରେସ ନେତୃତ୍ବ, ସ୍ଥିତି ଓ ପ୍ରସଙ୍ଗ

ଭୁବନେଶ୍ବର: ସବୁବେଳେ ଅନ୍ତଃକନ୍ଦଳରେ ରହୁଥିବା ରାଜ୍ୟ କଂଗ୍ରେସରେ ଶରତ ପଟ୍ଟନାୟକଙ୍କୁ କେତେ ସମର୍ଥନ ମିଳିବ ତାହା ଏବେ ବଡ ପ୍ରଶ୍ନ । ବାରାମ୍ବାର ପରାଜୟ, ଦଳୀୟ ଅନ୍ତଃକନ୍ଦଳ ଓ ନେୃତୃତ୍ବ ବିରୋଧୀ ସ୍ବର ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ କ୍ୟାପଟେନ୍ । ଶେଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜ୍ୟରେ କଂଗ୍ରେସ କମାଣ ଦେଇଛନ୍ତି ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କ ହାତରେ । ନିରଞ୍ଜନ ପଟ୍ଟନାୟକଙ୍କ ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦୟିତ୍ବ ସମ୍ଭାଳିଛନ୍ତି 66 ବର୍ଷିୟ ଶରତ ପଟ୍ଟନାୟକ ।

ଦ୍ବିତୀୟ ପାଳିରେ ଶରତ

ପିସିସି ସଭାପତି ହିସାବରେ ଶରତ ପଟ୍ଟନାୟକଙ୍କ ଏହା ହେଉଛି ଦ୍ବିତୀୟ ପାଳି । ପୂର୍ବରୁ 2001ରୁ 2004 ପର୍ଯ୍ୟନ୍ତ ଶରତ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ବରେ ଥିଲେ। ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦଳରେ ବଢୁଥବା ଅସନ୍ତୋଷ, ଦଳୀୟ ଅନ୍ତର୍ଦ୍ୱନ୍ଦ, କଂଗ୍ରେସର ଦୃତ ଗତିରେ ଖସୁଥିବା ଜନାଧାର ପରେ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଦାୟିତ୍ବ ମିଳିଛି ଶରତଙ୍କୁ। ସଙ୍କଟରେ ଗତି କରୁଥିବା କଂଗ୍ରେସ ରାଜ୍ୟରେ 2000 ମସିହାରୁ କ୍ଷମତାରେ ନାହିଁ। କଂଗ୍ରେସର ଅତି ଘଡିସନ୍ଧି ମୂହୁର୍ତ୍ତରେ ଶରତଙ୍କୁ ପିସିସି ସଭାପତି ଦାୟିତ୍ବ ମିଳିବା ପୂର୍ବରୁ ତାଙ୍କୁ ବିରୋଧ କରି କିଛି ନେତାଙ୍କ ଅସନ୍ତୋଷ ଝାଡିଥିଲେ। ହେଲେ ଶେଷରେ ହାଇକମାଣ୍ଡଙ୍କ ଗୁଡବୁକରେ ଥିବା ଶରତଙ୍କୁ ମିଳିଲା ଦାୟିତ୍ବ। ନିଜର ଶୃଙ୍ଖଳିତ ବ୍ୟବହାର ଓ ହାଇକମାଣ୍ଡଙ୍କ ଗୁଡବୁକରେ ଥିବା ଶରତ ପଟ୍ଟନାୟକ ଦାୟିତ୍ବ ନେବା ପରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ସାଥିରେ ନେଇ ଦଳ ପାଇଁ କାମ କରିବାକୁ କହିଛନ୍ତି। ଶରତ କହିଛନ୍ତି ଦଳରେ ଥିବା ଚାଲେଞ୍ଜ ପ୍ରତି ସେ ଅବଗତ ଅଛନ୍ତି। ସବୁ ପ୍ରତିକୂଳ ପରିସ୍ଥିତିକୁ ସମ୍ନା କରିବାକୁ ପ୍ରସ୍ତୁତ । ଶରତ ପଟ୍ଟନାୟକ 1991 ଓ 1996 ଲୋକସଭା ନିର୍ବାଚନରେ 2ଥର ବଲାଙ୍ଗୀର ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। 1998 ମସିହାରୁ ଏପର୍ଯ୍ୟନ୍ତ ସେ କୌଣସି ନିର୍ବାଚନ ଜିତି ପାରିନାହାଁନ୍ତି। ପଶ୍ଚିମ ଓଡିଶା କଂଗ୍ରେସ ରାଜନୀତିର ବଡ ଚେହେରା ଶରତ ପଟ୍ଟନାୟକଙ୍କୁ ବ୍ରଜରାଜ ନଗର ଉପନିର୍ବାଚନ ପୂର୍ବରୁ ପିସିସି ସଭାପତି ଭାବେ ଆଗକୁ ଆଣିବା, ତାଙ୍କ ସାଂଗଠନିକ ଦକ୍ଷତା ଦେଖାଇବାର ପ୍ରଥମ ସୁଯୋଗ ବୋଲି କୁହାଯାଇପାରେ। ଶରତ ମଧ୍ୟ ପଦ ସମ୍ଭାଳୁ ସମ୍ଭାଳୁ ଏହା ଉପରେ ଗୁରୁତ୍ବ ଦେବେ ବୋଲି କହିଥିଲେ। ଉପନିର୍ବାଚନ ପରେ ଦଳୀୟ ନେତା କାର୍ଯ୍ୟକର୍ତ୍ତାଙ୍କୁ ନେଇ ଖୁବ ଶୀଘ୍ର ସେ 2024 ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବେ ବୋଲି ଶରତ ବୟାନ ରଖିଛନ୍ତି।

ମିଳିବ କି ସମର୍ଥନ ?

ସବୁ ବେଳେ ଅନ୍ତକନ୍ଦଳ ରହୁଥିବା ରାଜ୍ୟ କଂଗ୍ରେସରେ ଶରତ ପଟ୍ଟନାୟକଙ୍କୁ କେତେ ସମର୍ଥନ ମିଳିବ ତାହା ଏବେ ବଡ ପ୍ରଶ୍ନ ହେଉଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଶରତଙ୍କ ନେତୃତ୍ବ ଉପରେ ଆସ୍ଥା ସ୍ଥାପନ କରିଛନ୍ତି । କହିଛନ୍ତି ଶରତଙ୍କ ନେତୃତ୍ବରେ ଦଳ ସଫଳତା ଆଶା ହାସଲ କରିବ । ଅନ୍ୟପଟେ ଜଣେ ବିଧାୟକଙ୍କୁ ପିସିସି ନେତୃତ୍ବ ଦାୟିତ୍ବ ଦେବାକୁ ଦାବି କରୁଥିବା ତାରା ବାହୀନିପତି ମଧ୍ୟ ନିଜ ମତ ବଦାଳାଇଛନ୍ତି। କହିଛନ୍ତି ହାଇ କମାଣ୍ଡଙ୍କ ନିଷ୍ପତ୍ତିକୁ ସମର୍ଥନ କରିବେ। ଏଥର ପିସିସି ଦୌଡରେ ଥିବା ମହମ୍ମଦ ମୋକିମ ମଧ୍ୟ ଅନୁରୂପ ମତ ଦେଇଛନ୍ତି , କହିଛନ୍ତି ଶରତଙ୍କ ଅଭିଜ୍ଞତା ଦଳକୁ ଆଗକୁ ନେବ।

ଦଳର ବର୍ତ୍ତମାନ ସ୍ଥିତି

2019 ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇଥିଲା। ଏହାପରେ ସେତେବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତାଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫାକୁ ହାଇକମାଣ୍ଡ ଗ୍ରହଣ କରିନଥିଲେ। ତିନି ବର୍ଷ କାଳ କଂଗ୍ରେସ ଇସ୍ତାଫା ଦେଇଥିବା ପିସିସି ସଭାପତିଙ୍କ ଦାୟିତ୍ବରେ ଚାଲିଥିଲା। ଦଳରେ ଅନ୍ତକନ୍ଦଳ ଚରମ ସୀମାରେ ପହଞ୍ଚିଥିଲା। ପ୍ରଦୀପ ମାଝିଙ୍କ ଭଳି ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। 2000 ମସିହାରୁ କ୍ଷମତାରୁ ବାହାରେ ଥିବା ରାଜ୍ୟ କଂଗ୍ରେସ ସେବେ ଠାରୁ 2022 ମଧ୍ୟରେ 10 ଜଣ ସଭାପତିଙ୍କ ଅଦଳ ବଦଳ ଦେଖିଲାଣି। ଏହା ମଧ୍ୟରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ , ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକ 2 ଥର ଲେଖାଏଁ ଦାୟିତ୍ବ ନେଇଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କେହି କଂଗ୍ରେସର ଭାଗ୍ୟ ବଦଳାଇ ପାରିନାହାନ୍ତି। ସମୟ ସହ କଂଗ୍ରେସର ଜନାଧାର କମି କମିଯାଇଛି। ବାରମ୍ବାର ପରାଜୟ ସହ ଦଳର ବିଶୃଙ୍ଖଳା, ନେତୃତ୍ବ ବିରୋଧୀ ସ୍ବର ପାଇଁ ସବୁବେଳେ କଂଗ୍ରେସ ଚର୍ଚ୍ଚାରେ ରହିଆସିଛି। 2014 ବିଧାନସଭା ନିର୍ବାଚନରେ 16 ଟି ସିଟ ଜିତିଥିବା କଂଗ୍ରେସ, 2019 ବିଧାନସଭା ନିର୍ବାଚନରେ ମାତ୍ର 9ଟି ସିଟ ଜିତିପାରିତିଲା। ଏହାମଧ୍ୟରେ ଦଳରେ ଭୋଟ ସେୟାର 25.7 ପ୍ରତିଶତରୁ 16.12 ପ୍ରତିଶତ କୁ ଖସି ଆସିଛି। ଲୋକ ସଭାନିର୍ବାଚନକୁ ଦେଖିଲେ 2014ରେ ଦଳର ଭୋଟ ପ୍ରତିଶତ 26.38 ପ୍ରତିଶତରୁ 2019ରେ 13.81 ପ୍ରତିଶତକୁ କମିଛି।

କାହିଁକି ଫେଲ ମାରୁଛି କଂଗ୍ରେସ

ଦିନଥିଲା ଯେତେବେଳେ କଂଗ୍ରେସ ଭୋଟ ବ୍ୟାଙ୍କ ଥିଲେ ଏସସି, ଏସଟି ଓ ସଂଖ୍ୟାଲଘୁ ବର୍ଗ। ଯେଉଁ ମାନେ ଧୀରେଧୀରେ କଂଗ୍ରେସ ଠାରୁ ଦୂରେଇବାରେ ଲାଗିଛନ୍ତି। ଆଜିର ଦିନରେ ଓବିସି ରାଜନୀତିର ବଡ ଫ୍ୟାକ୍ଟର ରହିଛି ଯାହାକୁ ନେଇ କଂଗ୍ରେସ ଏହାର ନୀତି ସ୍ପଷ୍ଟ କରିପାରିନି। ଭୋଟ ବ୍ୟାଙ୍କ ପଲିଟିକ୍ସରେ ଓବିସିର 52 ରୁ 54 ପ୍ରତିଶତ, ଏସସି, ଏସଟି 38 ପ୍ରତିଶତ ଓ ସଂଖ୍ୟାଲଘୁଙ୍କର ଭୋଟ ସେୟାର 4 ପ୍ରତିଶତ ରହିଛି। ଆପାତତଃ 94 ପ୍ରତିଶତ ଭୋଟରଙ୍କ ଭିତରେ କଂଗ୍ରେସ ନିଜର ସ୍ଥିତି ଜାହିର କରିବା ନେଇ ନିକଟରେ ରାଜସ୍ଥାନ ଉଦୟପୁରରେ ହୋଇଥିବା କଂଗ୍ରେସ ଚିନ୍ତନ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଦଳର ରଣନୀତି ଏହା ଉପରେ ସ୍ପଷ୍ଟ ଥିବା ଲାଗୁନାହିଁ। ଏହା ଛଡା ନିର୍ବାଚନରେ ହେଉଥିବା ଅଜସ୍ର ଅର୍ଥ ଖର୍ଚ୍ଚ କଂଗ୍ରେସକୁ ପଛରେ ପକାଉଛି, ଦଳର ଆର୍ଥିକ ସ୍ଥିତି ଠିକ ନଥିବା କଂଗ୍ରେସର ଅନ୍ୟ ଏକ ପରାଜୟର କାରଣ ବୋଲି ନେତାମାନେ ହାତାଶାରେ କୁହନ୍ତି। ତେବେ ରାଜ୍ୟରେ ଆର୍ଥିକ ଦୃଷ୍ଟିରୁ ସମ୍ପର୍ଣ୍ଣ ନେତାଙ୍କୁ ଦାୟିତ୍ବ ଦେଇ ହାଇକମାଣ୍ଡ ଯେଉଁ ଅଭାବ ପୂରଣ କରିବାକୁ ଚାହିଁ ଥିଲେ ତାହା ମଧ୍ୟ ଅତୀତରେ ଫେଲ ମାରିଛି। ଦଳର ସାଂଗଠନିକ ଦୁର୍ବଳତା ଓ କେନ୍ଦ୍ରୀୟ ନେତୃତ୍ବ ଉପରେ ନିର୍ଭରଶୀଳତା, ଦଳର ଭବିଷ୍ୟତକୁ ନେଇ ନେତାମାନଙ୍କୁ ସବୁବେଳେ ସନ୍ଦିହାନ ମଧ୍ୟରେ ରଖିଛି। କେନ୍ଦ୍ରୀୟ ନେତୃତ୍ବ ଓ ରାଜ୍ୟ ନେତୃତ୍ବଙ୍କ ମଧ୍ୟରେ ଯୋଗାଯୋଗର ବଡ ମାଧ୍ୟମ ପ୍ରଭାରୀ ମାନେ ରହିଥିଲେ ମଧ୍ୟ ଅନେକ ସମୟରେ ଶୀର୍ଷ ନେତୃତ୍ବ ଓଡିଶା ପ୍ରତି ସେତେ ଗୁରୁତ୍ବ ଦେଇଥିବା ଜଣାପଡିଛି । ସେଥିପାଇଁ ବିବାଦ, ଅସନ୍ତୋଷ, ନିଜର ସ୍ଥିତି ବଞ୍ଚାଇବାକୁ ଯାଇ ଦଳର ବରିଷ୍ଠ ନେତା ଦଳ ଛାଡିଛନ୍ତି। ଚିନ୍ତନ ବୈଠକ ପରେ କପିଲ ସିବଲ ଓ ସୁନୀଲ ଝାକଡଙ୍କ ପରି ନେତାମାନେ ମଧ୍ୟ ଦଳ ଛାଡିଛନ୍ତି। ଗାନ୍ଧି ପରିବାର ଓ କୋଟରୀ ନେତାଙ୍କୁ ନେଇ କଂଗ୍ରେସର ଅଗ୍ରଗତି ସମ୍ଭବ ନୁହେଁ ବୋଲି ବାରମ୍ବାର ଦଳରେ ସ୍ବର ଉଠିବା ସତ୍ତ୍ବେ କଂଗ୍ରେସର ସଂଗଠନରେ କୌଣସି ପରିବର୍ତ୍ତନ ହୋଇନି।

କଂଗ୍ରେସ ପାଇଁ କେଉଁଠି ରହିଛି ସ୍କୋପ୍

କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଅର୍ଥବଳ ଓ ବଡ ନେତାଙ୍କ ପ୍ରଚାର ନଥାଇ କଂଗ୍ରେସର ଯେଉଁ ଫଳାଫଳ ରହିଲା ତାହା କିଛି କମ ନୁହେଁ। ବିଜେପି, ବିଜେଡି ଭଳି ଦଳ ପକ୍ଷରୁ ବଡ ଧରଣର ପ୍ରଚାର ଆୟୋଜନ ନଥିଲା, ବଡ ନେତାଙ୍କ କ୍ୟାମ୍ପେନ ନଥିଲା, ଅର୍ଥ ଖର୍ଚ୍ଚ କରିବାକୁ ଦଳ ପାଖରେ ଟଙ୍କା ନଥିଲା ତଥାପି କଂଗ୍ରେସ ନିଜର ସ୍ଥିତି ଜାହିର କରିଛି। ଗତ ବିଧାନସଭା ନିର୍ବାଚନରେ ଦକ୍ଷିଣ, ପଶ୍ଚିମ ବିଶେଷ କରି କେବିକେରେ କଂଗ୍ରେସ ନିଜ ସ୍ଥିତି ପ୍ରଦର୍ଶନ କରିଛି। ଉପକୂଳରେ ରାଜଧାନୀ ନିକଟ ଜଟଣୀ, କଟକ ବାରବାଟିରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। 9 ଟି ଆସନରେ କଂଗ୍ରେସ ଜିତିଛି ଓ 31 ଆସନରେ ଦ୍ବିତୀୟ ସ୍ଥାନରେ ରହିଛି। ଏହା ବାଦ 10 ରୁ 15 ସିଟରେ ତ୍ରିକୋଣୀୟ ଲଢେଇରେ କଂଗ୍ରେସ ନିଜର ଉପସ୍ଥିତି ଜାହିର କରିଛି। ଲୋକସଭା ନିର୍ବାଚନରେରେ କଂଗ୍ରେସ କୋରପୁଟ ସିଟ ଜିତିଥିବା ବେଳେ ନବରଙ୍ଗପୁରରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଏହା ସହ ତ୍ରିକୋଣୀୟ ଲଢେଇରେ କଂଗ୍ରେସ 5ଟି ଆସନରେ ନିଜର ସ୍ଥିତି ଜାହିର କରି ପାରିଥିଲା। ଏହା ସଂଙ୍କେତ ଦେଉଛି ଭବିଷ୍ୟତ ରଣନୀତି ଅନୁଯାୟୀ ନିଜ ସ୍ଥିତି ଥିବା ସ୍ଥାନରେ କଂଗ୍ରେସକୁ ଅଧିକ ସଂଗଠିତ କରିବାର ଅବଶ୍ୟକତା ରହିଛି। ତେଣୁ ଆଗାମୀ ଦିନରେ ଏକଜୁଟ ହୋଇ ଲଢିବାର ପାଇଁ ଏକ ପ୍ରକାର କଲେକ୍ଟିଭ ଲିଡରସିପର ଆବଶ୍ୟକତା ରହିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ଆଗ୍ରହୀ ଥିବା ନେତୃତ୍ବର ବଡ ଆବଶ୍ୟକତା ରହିଛି କଂଗ୍ରେସରେ ।

ବିଗତ ଦିନରେ ଦେଖାଦେଇଛି କଂଗ୍ରେସ ବିଧାନସଭାରେ ଯେଉଁ ଲଢେଇ ଲଢିଛି ତାହା ଗୃହ ବାହାରେ ଓ ଜନ ସାଧାରଣ ପାଖକୁ ନେବାକୁ ବିଫଳ ହୋଇଛି। କିମ୍ବା ବାହାରେ ଲଢୁଥିବା ପ୍ରସଙ୍ଗକୁ ବିଧାନସଭାରେ ଠିକ ଭାବରେ ଉପସ୍ଥାପିତ କରିପାରିନି। ଜିତୁ ଥିବା ନେତାଙ୍କୁ ଯେତିକି ପ୍ରାଧାନ୍ୟ ମିଳିବା କଥା ତାହା ମିଳୁନଥିବା ଅତୀତରେ ବିଧାୟକମାନେ ଖୋଲା ଖୋଲି ଅଭିଯୋଗ କରିଛନ୍ତି। ଯାହା ଫଳରେ ଅନେକ ସମୟରେ କଂଗ୍ରେସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ନେତୃତ୍ବ ବିରୋଧୀ ସ୍ବର ଉଠିଛି। ଏବେ ଏହା ଉପରେ ନବ ନିର୍ବାଚିତ ପିସିସି ସଭାପତି ବିଶେଷ ଭାବେ ଦୃଷ୍ଟି ଦେବାକୁ ପଡିବ। କଂଗ୍ରେସ ନେତାଙ୍କ କହିବା କଥା 22 ବର୍ଷ ହେଲା କ୍ଷମତାରେ ଥିବା ଶାସକ ବିଜୁ ଜନତା ଦଳ ଓ ଦ୍ବିତୀୟ ପାଳିରେ ଥିବା କେନ୍ଦ୍ର ବିଜେପି ନେତୃତ୍ବାଧୀନ ସରକାର ବିରୋଧରେ ଆଣ୍ଟିଇନକମ୍ବେସି ଫ୍ୟାକ୍ଟର ବା ବିରୋଧ ଲହର ସୃଷ୍ଟି ହେଲାଣି । ଏହା ସହ କଂଗ୍ରେସ ଛାଡି ବିଜେଡି ଓ ବିଜେପିରେ ମିଶିଥିବା ନେତାମାନେ ମଧ୍ୟ ଭଲ ସ୍ଥିତିରେ ନାହାନ୍ତି। ଯଦି କଂଗ୍ରେସ ଏହି ସମୟରେ ସଂଗଠିତ ହୋଇ କାମ କରିବ, ଦଳ ଛାଡିଥିବା ନେତାଙ୍କୁ ପୁଣି ଘର ବାହୁଡା କରିବାରେ ସମର୍ଥ ହେବ ଓ ନିଜ ସପକ୍ଷରେ ଜନମତ ତିଆରି କରିପାରିବ, ଏହା କଂଗ୍ରେସର ବର୍ତ୍ତମାନ ପଟ୍ଟ ପରିବର୍ତ୍ତନ ପାଇଁ ସହାୟ ହେବ। ଯଦି ଏସବୁ ଛାଡି କଂଗ୍ରେସ ପୁରୁଣା ରୋଗରେ ଆକ୍ରାନ୍ତ ହୁଏ, ଏହା ଦଳ ପାଇଁ ମହାବିପର୍ଯ୍ୟୟକୁ ଡାକିବ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : May 31, 2022, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.