ଭୁବନେଶ୍ବର: ପୁଣି ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ କଂଗ୍ରେସ ଟିମ । ଶାନ୍ତି ଶୃଙ୍ଖଳା ସହ ପୁନଃ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ ।
ଦଳ ଯାଜପୁର ଜିଲ୍ଲାର ଯେଉଁଠି ପୁନଃ ମତଦାନ ହେବ ସେଠି କିପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ସେ ନେଇ କଂଗ୍ରେସର ପ୍ରତିନିଧି ଦଳ ଆୟୋଗଙ୍କ ନିକଟରେ ଦାବି କରିଛି ।
ଏଠାରେ ଘଟିଯାଇଥିବା ହିଂସାକାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କୁ ପୋଲିସ ଗିରଫ ନକରି ନିର୍ଦୋଷଙ୍କୁ ଗିରଫ କରିଛି ପୋଲିସ। ଏହାକୁ ନେଇ କଂଗ୍ରେସ ଦାବିପତ୍ର ଦେବା ସହ ଆୟୋଗଙ୍କ ନିକଟରେ ଦାବି କରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ