ETV Bharat / city

ଆଜି ରାଜ୍ୟ କ୍ୟାବିନେଟ; ବାଜିବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର - ରାଜ୍ୟ କ୍ୟାବିନେଟ ବୈଠକ

ଆଜି(ଶନିବାର) ଅପରାହ୍ନ 5ଟା 30ରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ । ବିଭାଗ ପରିବର୍ତ୍ତନଠୁ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଅଧିକ ପଢନ୍ତୁ...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ
author img

By

Published : Jul 16, 2021, 10:05 PM IST

Updated : Jul 17, 2021, 7:04 AM IST

ଭୁବନେଶ୍ବର: ଆଜି (ଶନିବାର) ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ 5ଟା 30ରେ ଏହି ବୈଠକ ବସିବ । ନବୀନ ନିବାସରୁ ଭିସି ଯୋଗେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ।

ସେପଟେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ରହିବେ ସମସ୍ତ ମନ୍ତ୍ରୀ । ସରକାରଙ୍କ ପକ୍ଷରୁ ସବୁ ବିଭାଗଠାରୁ ପ୍ରସ୍ତାବ ଲୋଡ଼ା ଯାଇଛି । ଗୁରୁବାର ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟକୁ ୫ଟି ପ୍ରସ୍ତାବ ଆସିଛି । ରାଜସ୍ୱ ବିଭାଗ, ପୂର୍ତ୍ତବିଭାଗ, ଅର୍ଥବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଛି ।

କ୍ୟାବିନେଟରେ ବିଭିନ୍ନ ବିଭାଗର କ୍ୟାଡର ପୁନଃଗଠନ ନେଇ ପ୍ରସ୍ତାବ ରହିଛି । ଏହାବାଦ ବାଗଚୀ ଦମ୍ପତିଙ୍କ ଉଦ୍ୟମରେ ଇନଫୋଭ୍ୟାଲିଠାରେ ହେବାକୁ ଥିବା ବିଶ୍ବସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହେବ, ଏଥିପାଇଁ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବାର ପ୍ରସ୍ତାବ ରହିଛି । ଏଥିଲାଗି ରାଜସ୍ବ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 17, 2021, 7:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.