ETV Bharat / city

ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୧୫ଟି ପ୍ରସ୍ତାବକୁ ମୋହର - କ୍ୟାବିନେଟ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ ବୈଠକ । ବୈଠକରେ 15 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ଭିସି ଯୋଗେ ଅଧ୍ୟକ୍ଷତା କରୁଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବସିଲା ରାଜ୍ୟ କ୍ୟାବିନେଟ୍ ବୈଠକ, ୯ଟି ପ୍ରସ୍ତାବ ଉପରେ ମୋହର

author img

By

Published : Jul 17, 2021, 5:57 PM IST

Updated : Jul 17, 2021, 7:56 PM IST

ଭୁବନେଶ୍ବର: ସରିଲା ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ ସମୟରେ ବୈଠକ ବସିଥିଲା । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ବୈଠକରେ ଉପସ୍ଥିତ ରହିଥିଲେ । ବୈଠକରେ ବିଭାଗ ପରିବର୍ତ୍ତନ ଠୁ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ସହ 15 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର ।

ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୧୫ଟି ପ୍ରସ୍ତାବକୁ ମୋହର

ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ଗୃହ, ଗୃହ ଏବଂ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରସ୍ତାବରେ ମୋହର ବାଜିଛି । ସମ୍ବନ୍ଧୀୟ ପନ୍ଦରଟି ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ସହ ପଞ୍ଚାୟତରାଜ ଏବଂ ପାନୀୟ ଜଳ, ଯୋଜନା ଏବଂ ସମ୍ମିଶ୍ରଣ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଏବଂ ଖଣି, ଏବଂ ପୂର୍ତ୍ତ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି କ୍ୟାବିନେଟ ।

କ୍ୟାବିନେଟର ନିଷ୍ପତ୍ତି ବାବଦରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱରରେ ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କେନ୍ଦୁଝର ଜିଲ୍ଲାର ଯୋଡା ଏବଂ ଚମ୍ପୁଆକୁ ଜଳ ଯୋଗାଣରେ ଉନ୍ନତି; ସୁନ୍ଦରଗଡ ଜିଲ୍ଲାର ବିସ୍ରା, ଲଠିକଟା, ଲହୁଣୀପଡା ଏବଂ ବଣେଇ ବ୍ଲକ ପାଇଁ ମେଗା ସେହିପରି ସୁନ୍ଦରଗଡ ଜିଲ୍ଲାର ଲେପ୍ରିପଡ଼ା, ଟାଙ୍ଗରାପାଲି, ସୁନ୍ଦରଗଡ, ବରଗାଁ, ସୁବଦେଗା ଏବଂ ବାଲିସଂକରା ବ୍ଲକ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, କଟକ ଜିଲ୍ଲାର ଆଠଗଡ ଏବଂ ତିଗିରିଆ ବ୍ଲକର ସମସ୍ତ ଗ୍ରାମ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛି ।

  • ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପ ଶେଷ ପାଇଁ ୨୪ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ। #OdishaCabinet pic.twitter.com/nmEoYMVT7r

    — CMO Odisha (@CMO_Odisha) July 17, 2021 " class="align-text-top noRightClick twitterSection" data=" ">

ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାର ପକ୍କା କାନ୍ଧ ସହିତ ଡୁଡୁକା-ଗୋପାଳପୁର-ଟୋପରିଆ ରାସ୍ତାର 2-ଲେନ ବିଶିଷ୍ଟ କରିବାକୁ ଅନୁମୋଦନ କରାଯାଇଛି । ଓଡିଶା ନାଗରିକ ସେବା, ବିଭାଗର ମୁଖ୍ୟ ସାଧାରଣ କ୍ୟାଡର, ଜେଲ୍ ଫାର୍ମାସିଷ୍ଟ ସେବା ଏବଂ ଓଡିଶା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସେବା ସମ୍ବନ୍ଧୀୟ ନିୟମକୁ ମଧ୍ୟ ବିଚାର କରାଯାଇ ଅନୁମୋଦନ କରାଯାଇଛି । ଅଭଡ଼ା ଯୋଜନାରେ ପୁରୀର ଐତିହ ଓ ସ୍ଥାପତ୍ୟର ବିକାଶ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି । ଖନୋଡାଲାଇଟ୍ ବ୍ଲକର ମୌଳିକ ଆବଶ୍ୟକତାର ବିକାଶ ଲାଗି ବିଭିନ୍ନ ଯୋଗାଣ ପାଇଁ ଲାଗୁଥିବା ରୟାଲଟି ଏବଂ ଅନ୍ୟାନ୍ୟ ଆଇନଗତ ଦେୟ ମଧ୍ୟ ଛାଡି ଦିଆଯାଇଛି ।

Odisha State Wide Area Network (OSWAN) ଓଡ଼ିଶା ଟେଷ୍ଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପକୁ କ୍ୟାବିନଟ ଅନୁମୋଦନ ମିଳିଛି । IT ଭିତ୍ତିଭୂମି ବଢ଼ାଇବ OSWAN । ଏଥିପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ଗୁରୁତ୍ବ ଦେଇ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ୩ଟି ଜିଲ୍ଲା ପାଇଁ ବୃହତ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । କେନ୍ଦୁଝର, ସୁନ୍ଦରଗଡ଼ ଓ କଟକରେ ହେବ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ।

  • ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ଗୁରୁତ୍ୱ ଦେଇ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କଟକ ଜିଲ୍ଲା ପାଇଁ ବୃହତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ। ଏଥିପାଇଁ ₹୨୭୫.୩୯ କୋଟିରୁ ଅଧିକ ଖର୍ଚ୍ଚ କରାଯିବ। #OdishaCabinet pic.twitter.com/DC6d2Aye8h

କଟକ ଜିଲ୍ଲାରେ ଏହି ବୃହତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ । ଏଥିପାଇଁ ୨୭୫.୩୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପ ଶେଷ ପାଇଁ ୨୪ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହାଦ୍ବାରା ଉପକୃତ ହେବେ । ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ । ୨ ଲେନ୍ ରାସ୍ତାରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା ।
ଏଥିସହ କ୍ୟାବିନେଟ ବୈଠକରେ ଭୁବନେଶ୍ବର CET କଲେଜକୁ ମିଳିଛି ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା । OUTR ଢାଞ୍ଚାରେ ଏକକ ବିଶ୍ବବିଦ୍ୟାଳୟ ହେବ CET କଲେଜ ।

ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ରାଜ୍ୟ କ୍ୟାବିନେଟ ବୈଠକରେ ସମସ୍ତ ମନ୍ତ୍ରୀଗଣ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 17, 2021, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.