ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ ।
ନବୀନ ନିବାସରୁ ଭିସି ଯୋଗେ ସାମିଲ ହୋଇ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବରେ ଥିବା ମନ୍ତ୍ରୀ ମାନେ ଲୋକସେବା ଭବନରୁ ଓ ଜିଲ୍ଲାସ୍ତରରେ ଥିବା ମନ୍ତ୍ରୀ ମାନେ ଜିଲ୍ଲା ମୁଖ୍ୟାଳୟରୁ ହୋଇଛନ୍ତି ସାମିଲ ।
କ୍ୟାବିନେଟ ବୈଠକ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ