ETV Bharat / city

'ବନ୍ଦେ ଉତ୍କଳ ଜନନୀ' ଗାନରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ବିଜେପି ପଦାଧିକାରୀ ଓ କର୍ମୀ କୋଭିଡ ଯୋଦ୍ଧାଙ୍କୁ 'ବନ୍ଦେ ଉତ୍କଳ ଜନନୀ ' ଗାନ କରି ସମ୍ମାନ ଜଣାଇଛନ୍ତି ।

'ବନ୍ଦେ ଉତ୍କଳ ଜନନୀ 'ସଙ୍ଗୀତର ମୂର୍ଚ୍ଛନାରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ରାଜ୍ୟ ବିଜେପି
'ବନ୍ଦେ ଉତ୍କଳ ଜନନୀ' ଗାନରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ରାଜ୍ୟ ବିଜେପି
author img

By

Published : May 30, 2020, 10:34 PM IST

ଭୁବନେଶ୍ବର: 'ବନ୍ଦେ ଉତ୍କଳ ଜନନୀ' ଗୀତରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ । ମହାମାରୀ କୋରୋନା କବଳରୁ ସଂକ୍ରମିତଙ୍କୁ ରକ୍ଷା କରୁଥିବା ଯୋଦ୍ଧା ମାନଙ୍କୁ 'ବନ୍ଦେ ଉତ୍କଳ ଜନନୀ 'ସଙ୍ଗୀତର ମୂର୍ଚ୍ଛନା ମାଧ୍ୟମରେ ସମ୍ମାନ ଜଣାଇଲା ରାଜ୍ୟ ବିଜେପି ।

ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ବିଜେପି ପଦାଧିକାରୀ ଓ କର୍ମୀ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି । ବିଭିନ୍ନ ସମୟରେ ନିଜ ଜୀବନକୁ ବାଜି ଲଗେଇ କୋରୋନା ଆକ୍ରାନ୍ତଙ୍କ ନିୟମିତ ଚିକିତ୍ସା କରିଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଏ ସମ୍ମାନ ସମର୍ପିତ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଯେଉଁଭଳି ଭାବରେ ନିରବଚ୍ଛିନ୍ନ ଭାବରେ କୋଭିଡ ସଂକ୍ରମିତଙ୍କୁ ସାହାଯ୍ୟ ,ସହାନୁଭୂତି ଓ ଚିକିତ୍ସା ଯୋଗାଇଛନ୍ତି ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଅବିସ୍ମରଣୀୟ ତେଣୁ ସେମାନଙ୍କ ପାଇଁ ଆନ୍ତରିକ ସମ୍ମାନ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ମାଧ୍ୟମରେ ଏକାଠି ହୋଇ ଜ୍ଞାପନ କରିଛୁ ।

'ବନ୍ଦେ ଉତ୍କଳ ଜନନୀ' ଗାନରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ରାଜ୍ୟ ବିଜେପି

ଅନ୍ୟମାନଙ୍କ ମଧ୍ୟରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ ଓ ଅନ୍ୟାନ୍ୟ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ । ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟା ୫.୩୦ ରେ କୋଭିଡ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.