ETV Bharat / city

‘ନିର୍ବାଚନ ଜିତିବା ପାଇଁ ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରୁଛି ଶାସକ ଦଳ’

author img

By

Published : Apr 12, 2021, 1:36 PM IST

ପିପିଲି ଉପନିର୍ବାନକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ । ନିର୍ବାଚନ ଜିତିବା ପାଇଁ ଶାସକ ଦଳ ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ବଳପ୍ରୟୋଗ କରୁଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

state bjp party office pressmeet by bjp nationl spokesperson sambit patra
ନିର୍ବାଚନ ଜିତିବା ପାଇଁ ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରୁଛି ଶାସକ ଦଳ

ଭୁବନେଶ୍ବର: ସମଗ୍ର ଭାରତ ବର୍ଷ ଚାହୁଁଛି ବିକାଶ ଓ ପରିବର୍ତ୍ତନ । ପିପିଲି ମଧ୍ୟ ଦୀର୍ଘ 35 ବର୍ଷର ଗୁଣ୍ଡାରାଜକୁ ଛାଡି ବିକାଶ ସହ ଯିବାକୁ ଚାହୁଁଛି । ମାତ୍ର ଶାସକ ଦଳକୁ ନିର୍ବାଚନରେ ଜିତାଇବା ପାଇଁ ପୋଲିସ ପ୍ରଶାସନ ସବୁ ଚେଷ୍ଟା ଚଳାଇଛି । ପିପିଲି ଉପନିର୍ବାଚନକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ।

ପିପିଲିରେ ଗତକାଲି ବିଜେପିର କର୍ମୀମାନଙ୍କୁ ଆକ୍ରମଣ ହୋଇଛି । ଏପରିକି ଆମ ଦଳର ମହିଳା କର୍ମୀଙ୍କୁ ଅସଦାଚରଣ କରିଛନ୍ତି ବିଜେଡିର ଲୋକମାନେ । ଯୁଧିଷ୍ଠିର ସାମନ୍ତ ରାୟଙ୍କ ପୁଅ ଧୀରେନ୍ଦ୍ର ସାମନ୍ତ ରାୟଙ୍କ ନାମରେ 302 ର ତିନୋଟି ମକଦ୍ଦମା ରହିଛି । ସେହିପରି ପ୍ରିୟବ୍ରତ ସାମନ୍ତ ରାୟ ଓ ସଞ୍ଜୟ କୁମାର ସାମନ୍ତ ରାୟଙ୍କ ନାମରେ ବି ଅନେକ ମାମଲା ରହିଛି ଓ ଏମାନଙ୍କୁ ପଳାତକ ଘୋଷଣା କରାଯାଇଛି ।

ଏମାନେ ନିର୍ବାଚନକୁ ପ୍ରଭାବିତ କରିବାକୁ କାର୍ଯ୍ୟ କରୁଛନ୍ତି । ସେପଟେ ଯେଉଁମାନେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ତାଙ୍କୁ ପୋଲିସ ଡ଼ରାଇବା ସହ ଧମକାଉଛି । ପୋଲିସ ପ୍ରଶାସନ ବିଜେଡିକୁ ଜିତିବା ପାଇଁ ସମ୍ପୂର୍ଣ୍ଣ ଲାଗି ପଡିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇଛି ଆଉ ବିଜେଡିକୁ ଉଭୟ ସରକାରୀ କଳ ଓ ପୋଲିସ ବ୍ୟବସ୍ଥା ଲାଗି ପଡିଛନ୍ତି । ରାଜ୍ୟ ପୋଲିସ ଉପରେ ଆମର ଭରସା ନାହିଁ ତେଣୁ କେନ୍ଦ୍ରୀୟ ଫୋର୍ସକୁ ପିପିଲି ଉପନିର୍ବାଚନରେ ମୁତୟନ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆମେ ଦାବି ରଖିବୁ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.