ଭୁବନେଶ୍ବର: ପଦ୍ମ ଭୂଷଣ ସମ୍ମାନିତା ଓଡ଼ିଶାର ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କୁ ରାଜ୍ୟ ବିଜେପି ଟିମ ଭେଟି ଶୁଭେଛା ଜଣାଇଛନ୍ତି । ପଦ୍ମଭୂଷଣ ପୁରସ୍କାରରେ ମନୋନୀତ ହୋଇଥିବା ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ପ୍ରତିଭା ରାୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛି ଟିମ ବିଜେପି ।
ଆଉ ଏହିଭଳି ବ୍ୟକ୍ତିମାନଙ୍କ ପ୍ରତିଭାକୁ ଲୋକଲୋଚନଙ୍କୁ ଆଣି ସମ୍ମାନଜନକ ପୁରସ୍କାରରେ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ ବିଜେପି ଟିମ୍ । ଏଭଳି ପ୍ରତିଭା ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ପାଇଁ ଓଡିଶା ଆଜି ଗର୍ବିତ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ