ETV Bharat / city

4ଜଣଙ୍କୁ ମିଳିବ ଲାଇଫ ଟାଇମ ‘ଷ୍ଟାର ଫିଲ୍ମ ଆୱାର୍ଡ’ - ଲାଇଫ ଟାଇମ ‘ଷ୍ଟାର ଫିଲ୍ମ ଆୱାର୍ଡ’

ବିଭିନ୍ନ ସମୟରେ ସରକାରଙ୍କ ଦ୍ବାରା ଉପେକ୍ଷିତ ହେଉଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନ ମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି।

star-film-award-doante-by-9th-december
star-film-award-doante-by-9th-december
author img

By

Published : Feb 6, 2020, 5:05 AM IST

ଭୁବନେଶ୍ବର: ଆସନ୍ତା 9 ତାରିଖରେ ସ୍ଥାନୀୟ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ ଓଡ଼ିଆ ଫିଲ୍ମ ଷ୍ଟାର ଆୱାର୍ଡ ଉତ୍ସବ। ଯେଉଁଥିରେ ବିଭିନ୍ନ ସମୟରେ ସରକାରଙ୍କ ଦ୍ବାରା ଉପେକ୍ଷିତ ହେଉଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନ ମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି।

4ଜଣଙ୍କୁ ମିଳିବ ଲାଇଫ ଟାଇମ ‘ଷ୍ଟାର ଫିଲ୍ମ ଆୱାର୍ଡ’

ତେବେ ପ୍ରଥମ ଥର ଆୟୋଜିତ ହେଉଥିବା ଏହି ସମ୍ମାନ ଉତ୍ସବରେ 4ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେମାନେ ହେଉଛନ୍ତି ହାସ୍ୟ ଅଭିନେତା କ୍ଷେତ୍ରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଜୟୀରାମ ସାମଲ, ସଙ୍ଗୀତ ନିର୍ଦେଶକ ମହମ୍ମଦ ମୁତିଫ, ନିର୍ଦେଶକ ରମେଶ ମହାନ୍ତି ଏବଂ ସିନେ ସମୀକ୍ଷକ ଦିଲ୍ଲୀପ ହାଲି।

ସେହିପରି ଏକ ବିଶେଷ ସମ୍ମାନ ଷ୍ଟାର ଅଫ ଦି ଇଅର ଭାବେ ଶିକ୍ଷାବିତ ତଥା ପ୍ରଯୋଜକ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ଲୁଟୁ ମହାନ୍ତି ପ୍ରକାଶ କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ବିଭାଗରେ ଲୋକମାନଙ୍କ ନିକଟରୁ ଭୋଟିଂ ରେ ସ୍ଥିରୀକୃତ ନାମ ମାନଙ୍କୁ ଆୱାର୍ଡ ଦିଆଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 9 ତାରିଖରେ ସ୍ଥାନୀୟ ଉତ୍କଳମଣ୍ଡପରେ ଅନୁଷ୍ଠିତ ହେବ ଓଡ଼ିଆ ଫିଲ୍ମ ଷ୍ଟାର ଆୱାର୍ଡ ଉତ୍ସବ।ଯେଉଁଥିରେ ବିଭିନ୍ନ ସମୟରେ ସରକାରଙ୍କ ଦ୍ବାରା ଉପେକ୍ଷିତ ହେଉଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନ ମାନଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି।

Body:ତେବେ ପ୍ରଥମ ଥର ଆୟୋଜିତ ହେଉଥିବା ଏହି ସମ୍ମାନ ଉତ୍ସବରେ 4ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ସମ୍ମାନିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।ସେମାନେ ହେଉଛନ୍ତି ହାସ୍ୟ ଅଭିନେତା କ୍ଷେତ୍ରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଜୟୀରାମ ସାମଲ।ସଙ୍ଗୀତ ନିର୍ଦେଶକ ମହମ୍ମଦ ମୁତିଫ ,ନିର୍ଦେଶକ ରମେଶ ମହାନ୍ତି ଏବଂ ସିନେ ସମୀକ୍ଷକ ଦିଲ୍ଲୀପ ହାଲି।ସେହିପରି ଏକ ବିଶେଷ ସମ୍ମାନ ଷ୍ଟାର ଅଫ ଦି ଇଅର ଭାବେ ଶିକ୍ଷାବିତ ତଥା ପ୍ରଯୋଜକ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ଲୁଟୁ ମହାନ୍ତି ପ୍ରକାଶ କରିଛନ୍ତି।ଏହା ସହିତ ଅନ୍ୟାନ୍ୟ ବିଭାଗରେ ଲୋକମାନଙ୍କ ନିକଟରୁ ଭୋଟିଂ ରେ ସ୍ଥିରୀକୃତ ନାମ ମାନଙ୍କୁ ଆୱାର୍ଡ ଦିଆଯିବ ବୋଲି ସେ କହିଛନ୍ତି।
ବାଇଟ-ଲୁଟୁ ମହାନ୍ତି,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.