ETV Bharat / city

ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ: ବାଚସ୍ପତି - odisha speaker on environmental pollution

ଓଡ଼ିଶାର ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ ସଂପର୍କିତ ଅନୁଧ୍ୟାନ ପାଇଁ ପ୍ରଥମ ଗୃହ କମିଟି ବୈଠକ । ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ । ଅଧିକ ପଢ଼ନ୍ତୁ

ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ: ବାଚସ୍ପତି

author img

By

Published : May 6, 2022, 9:22 AM IST

ଭୁବନେଶ୍ବର: ଓଡ଼ିଶାର ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ ସଂପର୍କିତ ଅନୁଧ୍ୟାନ ପାଇଁ ପ୍ରଥମ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ । ଏହା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କମିଟିର ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିବା ସହିତ ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି । କମିଟିର ସଦସ୍ୟମାନେ ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା, ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ଜଳାଶୟକୁ ଛଡ଼ାଯାଉଥିବା ପ୍ରଦୂଷିତ ଜଳ, ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିଶୁଦ୍ଧିକରଣ ଉପରେ ଆଲୋଚନା କରିଛନ୍ତି ।

ଚଳିତବର୍ଷ ନୂତନ ସବ୍‌କମିଟି ଗଠନ କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । କମିଟିମାନେ କୌଣସି ଜିଳ୍ଲାକୁ ଗସ୍ତ କରିବା ପୂର୍ବରୁ ସ୍ଥାନୀୟ ବିଧାୟକମାନଙ୍କୁ ଅବଗତ କରିବା ପରମ୍ପରାକୁ ଅବ୍ୟାହତ ରଖିବାକୁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।

ନୂତନ ସବ୍‌କମିଟି ଗଠନ ହେଲା ପରେ ସଦସ୍ୟମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ପରିବେଶ ପ୍ରଦୂଷଣ ସମ୍ପର୍କିତ ରିପୋର୍ଟ ମୁଖ୍ୟ କମିଟିକୁ ବିଚାର ନିମନ୍ତେ ପ୍ରଦାନ କରିବେ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ ପ୍ରଦୂଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ପରିବେଶ ପ୍ରଦୂଷଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ପରିବେଶ ପ୍ରଦୂଷଣ ଉପରେ ରୋକ ଲଗାଯାଇପାରିବ ବୋଲି ବରିଷ୍ଠ ବିଧାୟକ ଅମର ଶତପଥି କହିଛନ୍ତି ।

ଜିଲ୍ଲା ଅନୁଯାୟୀ କମିଟି ଗଠନ କରାଗଲେ ଭଲ ହୁଅନ୍ତା ବୋଲି ଉପବାଚସ୍ପତି ରଜନୀକାନ୍ତ ସିଂହ ପ୍ରକାଶ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ବଦ୍ରୀ ନାରାୟଣ ପାତ୍ର, ବିଧାୟକ ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ବେହେରା, ପ୍ରଣବ ବଳବନ୍ତରାୟ, ଡଃ ସି.ଏସ୍‌. ରାଜେନ, ସୁବାସ ଚନ୍ଦ୍ର ବେହେରା, ମିନାକ୍ଷୀ ମହନ୍ତ, ପ୍ରକାଶ ସୋରେନ୍‌, ସରୋଜ କୁମାର ମେହେର, ଦାଶରଥି ଗମାଙ୍ଗୋ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ବିଧାନସଭା ସଚିବ ଦାଶରଥି ଶତପଥି, ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ସୁଶାନ୍ତ ନନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଯନ୍ତ୍ରୀ (ପରିବେଶ) ସିତିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.