ETV Bharat / city

କୋରୋନାର କରୁଣ ତାଡନା, ପରିବା ବିକୁଛନ୍ତି କମେଡିଆନ - କମେଡିଆନ ରବି

ଯେଉଁ ଲୋକଙ୍କୁ ସେ ହସାଉଥିଲେ ସେମାନଙ୍କ ଦୁଆରରେ ଆଜି ସେ ନିଜ ବେପାର ଧରି ପହଞ୍ଚିଛନ୍ତି । ଲକଡାଉନ ତାଙ୍କ ପାଇଁ ପାଲଟିଛି ଦୁଃସହ । ଅଧିକ ପଢନ୍ତୁ...

କୋରୋନାର କରୁଣ ତାଡନା, ପରିବା ବିକୁଛନ୍ତି କମେଡିଆନ

author img

By

Published : Apr 24, 2020, 8:18 PM IST

ଭୁବନେଶ୍ବର: ଦିନ ଥିଲା ତାଙ୍କ ଝଲକ ଦେଖିବା ପାଇଁ ଚାତକ ପରି ଚାହିଁ ରହୁଥିଲେ ଦର୍ଶକ । ମଞ୍ଚରେ ସେ ଥିଲେ କମେଡି କିଙ୍ଗ । ହସି ହସି ବେଦମ ହେଉଥିଲେ ଲୋକେ । ଟିଭି ପରଦାରେ ତାଙ୍କ ଉପସ୍ଥିତି ଯୋଗାଉଥିଲା ମନୋରଞ୍ଜନର ଖୋରାକ ।

କୋରୋନାର କରୁଣ ତାଡନା, ପରିବା ବିକୁଛନ୍ତି କମେଡିଆନ

ହେଲେ ବଦଳିଛି ସମୟ । ପରିସ୍ଥିତିର ସେ ସାଜିଛନ୍ତି ଦାସ । ଯେଉଁ ଲୋକଙ୍କୁ ସେ ହସାଉଥିଲେ ସେମାନଙ୍କ ଦୁଆରରେ ଆଜି ସେ ନିଜ ବେପାର ଧରି ପହଞ୍ଚିଛନ୍ତି । ଲକଡାଉନ ତାଙ୍କ ପାଇଁ ପାଲଟିଛି ଦୁଃସହ । ରାଜଧାନୀର ଗଳିକନ୍ଦିରେ ପରିବା ବିକ୍ରି କରି 11 ପ୍ରାଣୀ କୁଟୁମ୍ବଙ୍କୁ ପୋଷୁଛନ୍ତି । ଆମେ ରହୁଛୁ ଲୋକପ୍ରିୟ କମେଡିଆନ ରବି କୁମାର ଓରଫ ବ୍ଲାକ ରବିଙ୍କ କଥା । ଲକଡାଉନ ସମୟରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଆଉ ଶୁଣିଥିଲେ ତାଙ୍କ ଦୁଃଖ କାହାଣୀ । ପେଟ ପୋଷିବା ପାଇଁ ପରିଶ୍ରମ କଲେ କୌଣସି କାମ ଛୋଟ ନୁହେଁ । ଏହା ପ୍ରମାଣ କରିଛନ୍ତି ରବି ।

ଲକଡାଉନରେ ସହରର ଗଳିକନ୍ଦିରେ ବୁଲି ସେ ବିକୁଥିଲେ ପରିବା । ତାଙ୍କ ଉପରେ ତାଙ୍କ ପରିବାର ନିର୍ଭରଶୀଳ । ପରିବା ବିକ୍ରିରୁ ଯାହା ଆୟ ହୁଏ 11 ପ୍ରାଣୀ କୁଟୁମ୍ବ ଚଳିଯାଆନ୍ତି । ତାଙ୍କ ଏପରି ଅବସ୍ଥା ଦେଖି ଅନେକ ଭଦ୍ରବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଥିଲେ । ହେଲେ ସେ ନିଜେ ସାହାଯ୍ୟ ନନେଇ ଦୁର୍ଦ୍ଦିନରେ ଥିବା ତାଙ୍କ ଅନ୍ୟ ସାଙ୍ଗ ଓ ଅନ୍ୟାନ୍ୟ କଳାକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ପେଟ ଚାଖଣ୍ଡେ ପାଇଁ ସେ ପରିବା ବିକ୍ରିକୁ ଗର୍ବର ସହ ଆପଣାଇଛନ୍ତି । ନିଜେ ଦୁଃଖରେ ଥାଇ ମଧ୍ୟ ଅନ୍ୟକୁ ହସେଇ ଓ ଲୋକଙ୍କୁ ଲକଡାଉନ ମାନିବାକୁ ପରାମର୍ଶ ଦେଇଛନ୍ତି । ଆଶା କରିଛନ୍ତି ବିପତ୍ତି ସମୟ ଖୁବଶିଘ୍ର ଚାଲିଯିବ । ସମସ୍ତେ ପୁଣି ହସଖୁସିରେ ରହିବେ ।

କୋରୋନା ଭୂତାଣୁ ସାରା ବିଶ୍ବରେ କରୁଣ ପରିସ୍ଥିତି ସୃଷ୍ଟି କରିଛି । ଚାରିଆଡେ ଶୋକ ଓ ଭୟ ଆଶଙ୍କାର ପରିବେଶ । ଚଳଚଞ୍ଚଳ ପୃଥିବୀ ଏକପ୍ରକାର ସ୍ଥିର ଓ ଜଡ ପାଲଟିଯାଇଛି । ସାରା ଦୁନିଆରେ ଏପରି ସ୍ଥିତି ଉପୁଜିଛି ଯେ ଲୋକେ ଘରେ ଗୃହବନ୍ଦୀ ଭଳି ରହୁଛନ୍ତି । ଲକଡାଉନରେ ଧନୀ ଲୋକ ଘରେ ସମୟ କାଟିବାର ଚିତ୍ରକୁ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ହେଲେ ସୋସିଆଲ ମିଡିଆ ଆଢୁଆଳରେ ରହିଯାଇଥିବା ଗରିବ ଲୋକେ ହିଁ ଦୁନିଆର ବାସ୍ତବ ଚିତ୍ରକୁ ପ୍ରମାଣ କରୁଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.