ETV Bharat / city

SSC କରିବ ଶିକ୍ଷକ ନିଯୁକ୍ତି, ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ

author img

By

Published : Oct 15, 2022, 1:35 PM IST

ଏଣିକି ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚୟନ କରିବ ଷ୍ଟାଫ୍ ସିଲେକ୍ସନ କମିସନ । ଚଳିତ ବର୍ଷ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷକ । ଅଧିକ ପଢନ୍ତୁ

ଷ୍ଟାଫ୍‌ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି, ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(Staff Selection Commission) ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ । କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ କି ଗଣଶିକ୍ଷା ବିଭାଗ ମଧ୍ୟ କରିବ ନାହିଁ । ପ୍ରାର୍ଥୀଙ୍କ ଆବେଦନଠାରୁ ଆରମ୍ଭ କରି ପରୀକ୍ଷାଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଷ୍ଟାଫ୍‌ ସିଲେକ୍ସନ କମିସନ କରିବ । ନିଯୁକ୍ତି ପ୍ରକ୍ରିୟାରେ ଗଣଶିକ୍ଷା ବିଭାଗର କୌଣସି ଭୂମିକା ରହିବ ନାହିଁ । ଚଳିତ ବର୍ଷ ନିଯୁକ୍ତି ପାଇବେ 7,540 ଶିକ୍ଷକ ।

ଏହାସହ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ପଦ ତାଲିକା ପ୍ରସ୍ତୁତ କରାଯାଇଛି । ବିଭାଗୀୟ ତଥ୍ୟ ମୁତାବକ, ଟିଜିଟି ଆର୍ଟସ୍‌ରେ 1,970 ପଦ ଖାଲିଥିବା ବେଳେ ଟିଜିଟି ପିସିଏମ୍‌ରେ 1,419, ଟିଜିଟି ସିବିଜେଡ୍‌ରେ 1,205, ହିନ୍ଦୀରେ 1,352, ସଂସ୍କୃତରେ 723, ପିଇଟିରେ 841, ଊର୍ଦ୍ଦୁରେ 24 ଓ ତେଲଗୁରେ 6ଟି ଶିକ୍ଷକ ପଦ ଖାଲି ରହିଛି । ଖାଲିଥିବା ମୋଟ 7 ହଜାର 540 ପଦରେ ଖୁବ୍‌ଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ । କେବେ ଏହି ନିଯୁକ୍ତି ପ୍ରକ୍ରିୟା ହେବ ସେନେଇ ଓଏସ୍‌ଏସ୍‌ସି ସହ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ।

ଏହାମଧ୍ୟ ପଢନ୍ତୁ: ପୁରୀ ଜିଲ୍ଲାରେ ୯ ମାସ ହେବ ଗହମ ପାଉନାହାନ୍ତି ରାସନ କାର୍ଡଧାରୀ

ତେବେ ଚଳିତ ଶିକ୍ଷା ବର୍ଷରେ ହିଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ଷ୍ଟାଫ ସିଲେକ୍ସନ ଦ୍ବାରା(SSC) ଶିକ୍ଷକ ନିଯୁକ୍ତି ହେବ । ବିଭିନ୍ନ ବିଭାଗରେ ୭,୫୪୦ ଶିକ୍ଷକଙ୍କୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ବିଭିନ୍ନ ଏଜେନ୍ସିକୁ ନିଯୁକ୍ତି ପାଇଁ ଦିଆଯାଇଥିଲା । ଏବେ ଷ୍ଟାଫ ସିଲେକ୍ସନ ଜରିଆରେ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗ ଚିନ୍ତା କରୁଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ(Minister Samir Ranjan Dash) ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ 384 ଜଣଙ୍କୁ ନିଯୁକ୍ତି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.