ଭୁବନେଶ୍ବର: ଭିଜିଲାନ୍ସ ସ୍କାନରରେ ଓଡିଶା ଷ୍ଟାଫ ସିଲେକ୍ସନ ଅଫିସର କର୍ମଚାରୀ। କେବଳ ବିରଞ୍ଚି ନା ଆଉ କେହି କର୍ମଚାରୀଙ୍କ ଏପରି ରହିଛି ଆୟ ବହିର୍ଭୁତ ସମ୍ପତ୍ତି । ଯାହାକୁ ନେଇ ବିରଞ୍ଚି ସାହୁଙ୍କ ଗିରଫ ପରେ ୩ଟି କେସ ଆରମ୍ଭ କରି ତଦନ୍ତ କରୁଛି ଭିଜିଲାନ୍ସ। ବିରଞ୍ଚି ଓ ତାଙ୍କ ପତ୍ନୀଙ୍କ ସହ ତାଙ୍କ ଶଳା ନାଁରେ କେସ କରି ତଦନ୍ତ ଚଳାଇଛି। ଆୟର ୨୬୮ପ୍ରତିଶତ ଅଧିକ ଧନ ଠକିଥିବା ଭିଜିଲାନ୍ସ ସୂଚନା ଦେଇଛି। ସାଢେ ତିନି କୋଟି ଟଙ୍କା କେଉଁଠୁ ଆଣିଲା? ସେପଟେ ବିରଞ୍ଚିଙ୍କ ଘରୁ କିଛି ଆଡମିଟ କାର୍ଡ ଜବତ ପରେ ଚାକିରି କରାଇଦେବା ନାଁରେ ଆଶାୟୀଙ୍କଠୁ ଲାଞ୍ଚ ନେଇଥିବା ସନ୍ଦେହ କରୁଛି ଭିଜିଲାନ୍ସ।
ସେପଟେ ଓଡିଶା ଷ୍ଟାଫ ସିଲେକ୍ସନର ଏପରି କର୍ମଚାରୀ ଧରାପଡିବା ପରେ କେବଳ ବିରଞ୍ଚି ନୁହେଁ ଏଭଳି ଅନେକ ଲୋକଙ୍କ ଏପରି କାରବାର କରୁଥିବା କହିଛନ୍ତି ଷ୍ଟାଫ ସିଲେକ୍ସନ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ। ଏପରିକି ଅନ୍ୟ ରାଜ୍ୟର ଷ୍ଟାଫ ସିଲେକ୍ସନ ନେଇ ୨୦୧୬ରୁ ଅନଲାଇନ ପ୍ରସେସ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏତେ ବିଳମ୍ଵ ଅର୍ଥାତ ୨୦୨୧ରେ ଲାଗୁ ହେବା, ଏହା ଏହିପରି ଦୁର୍ନୀତିଖୋର କର୍ମଚାରୀଙ୍କୁ ସୁହାଉଛି। ଏପରିକି ଅନେକ ପିଲା ପରୀକ୍ଷା ଦେଉଥିଲେ ମଧ୍ୟ ଫଳ ବାହାରିବାରେ ଦୁଇରୁ ତିନି ବର୍ଷ ବିଳମ୍ବ ମଧ୍ୟ ଷ୍ଟାଫ ସିଲେକ୍ସନର ଚୟନ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣୁଛି।
ଅନ୍ୟପଟେ ନୋଟିଫିକେସନ ବାହାରିବା ଠାରୁ ଆରମ୍ଭ କରି ପ୍ରାର୍ଥି ଚୟନ ଓ ନିଯୁକ୍ତ ପାଇଁ ୩ରୁ ୪ବର୍ଷ ଲାଗି ଯାଉଛି। ଯେଉଁମାନେ ପରୀକ୍ଷାରେ ପାସ କରିପାରୁ ନାହାନ୍ତି ସେମାନଙ୍କ କେତେ ମାର୍କ ବା କ’ଣ କାରଣ ପାଇଁ ଏପରି ହେଉଛି ପ୍ରାଥି ମଧ୍ୟ ଜାଣିପାରୁ ନାହାନ୍ତି। ଏପରିକି ଅନେକ ପିଲା ତାଙ୍କ ଜାଣତରେ କିଛି ପିଲା ଲାଞ୍ଚ କାରବାର କରି ପାସ ହେଉଛନ୍ତି । ଏହିପରି ଅନେକ ଦିଗକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଷ୍ଟାଫ ସିଲେକ୍ସନ ପାଇଁ ପରୀକ୍ଷା ଦେଉଥିବା ଆଶାୟି ପ୍ରାର୍ଥି। ଏହି ଘଟଣା ସାମ୍ନାକୁ ଆସିଛି ମାନେ ଏଦିଗରେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବଡ ଅଫିସରଙ୍କ କେଳେଙ୍କାରୀ ସାମ୍ନାକୁ ଆସିପାରିବ ଏବଂ ଚୟନ ପ୍ରକ୍ରିୟା ସ୍ବଚ୍ଛ ହେବ ବୋଲି ସେମାନେ ଆଶା କରିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ