ଭୁବନେଶ୍ବର: ଏଣିକି ଆରଟିଓ ଅଫିସରେ ଲମ୍ବା ଲାଇନ ଲଗାଇ ଅପେକ୍ଷା କରିବାକୁ ପଡିବନି। କାରଣ ଆରଟିଓ ଅଫିସ ଆସୁଥିବା ଲୋକ ନିଜ କାମର ସମସ୍ତ ସବିଶେଷ ବିବରଣୀ ନିଜେ ଜାଣିପାରିବେ। ଅର୍ଥାତ୍ ଡିଏଲ ବା ଗାଡି ରେଜିଷ୍ଟ୍ରସନ, ଗାଡିର ଚାଲାଣ ସକ୍ରାନ୍ତିୟ ଅଭିଯୋଗ ବା କାମନେଇ ଆସୁଥିବା ଲୋକ ନିଜର ସ୍ଲଟ ବୁକିଂ ବା ଅନଲାଇନ ପେମେଣ୍ଟ ସୁବିଧାକୁ ଅନଲାଇନରେ ପାଇଯିବ।
![ଅପେକ୍ଷାର ଅନ୍ତ, ଏଥର ବ୍ୟାଙ୍କ ଷ୍ଟାଇଲରେ ଚାଲିବ ଆରଟିଓ ଅଫିସ](https://etvbharatimages.akamaized.net/etvbharat/prod-images/10468686_740_10468686_1612247601592.png)
କେବଳ ନିଜର ଲର୍ଣ୍ଣିଂ ବା ଡିଏଲ ପାଇଁ ଫଟୋ ଉଠା ଠୁ ଆରମ୍ଭ କରି ଚାଲାଣ ସକ୍ରାନ୍ତିୟ ସମସ୍ୟା ପାଇଁ ଆସୁଥିବା ଲୋକଟି କେତେ ସମୟ ଅପେକ୍ଷା କରିବ ଅଫିସ ପରିସରରେ । ସେନେଇ ତାକୁ ଏକ ଟୋକନ ମିଳିବ ଓ ସମସ୍ତ ତଥ୍ୟ ଡିସପ୍ଲେ ବୋର୍ଡରେ ଏକ ଏଲଇଡି ସ୍କ୍ରିନରେ ଦେଖାଯିବ।
![ଅପେକ୍ଷାର ଅନ୍ତ, ଏଥର ବ୍ୟାଙ୍କ ଷ୍ଟାଇଲରେ ଚାଲିବ ଆରଟିଓ ଅଫିସ](https://etvbharatimages.akamaized.net/etvbharat/prod-images/od-bbs-01-rto-mou-avo-7203832_02022021111405_0202f_1612244645_1018.jpg)
ଏହା ସହିତ ଏହି ଡିସପ୍ଲେ ରେ ସେ ନିଜର କାମ ବା ଫାଇଲ ପ୍ରୋସେସିଂ ବା କାହାର କେତେବେଳେ ପାଳି ପଡିବ ସର ତଥ୍ୟ ସେ ସେହି ବୋର୍ଡରୁ ଜାଣି ପାରିବେ। ଏଭଳି ସୁବିଧା ସୁଯୋଗ ପାଇଁ ରାଜ୍ୟ ପରିବହନ ବିଭାଗ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଉଦ୍ୟୋଗ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯାହାକି ଆଗାମି ଦିନରେ ଭୁବନେଶ୍ବର ,କଟକ,ଭଦ୍ରକ,ପୁରୀ,ଗଂଜାମ ଅନୁଗୁଳ,ଭଦ୍ରକ ଓ ବାଲେଶ୍ବର ଭଳି ଆରଟିଓ ଅଫିସରେ ପରିକ୍ଷାମୂଳକ ଭାବେ ଆରମ୍ଭ ହେବ। ଏଥିପାଇଁ ୨କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।
ତେବେ ଦେଖିବାର କଥା ଆରଟିଓ ପରିସରକୁ ଆସି କାମ ପାଇଁ ଅପେକ୍ଷା କରି ବିରକ୍ତ ହେଉଥିବା ଲୋକଙ୍କ ସମସ୍ୟା ସମାଧାନ ହେବା ଦିଗରେ ସରକାରଙ୍କ ଏ ପଦକ୍ଷେପ କେତେ ଫଳପ୍ରଦ ହେବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ