ETV Bharat / city

ବିଶ୍ବବ୍ୟାପୀ ପାଳନ ହେବ ଶ୍ରୀଳ ପ୍ରଭୁପାଦଙ୍କ ଜୟନ୍ତୀ, ସାମିଲ ହେବେ ରାଷ୍ଟ୍ରପତି - ଶ୍ରୀଳ ପ୍ରଭୁପାଦ ଜୟନ୍ତୀ

ବିଶ୍ବବ୍ୟାପୀ ପାଳନ ହେବ ଶ୍ରୀଳ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତ୍ରୀ । ତିନି ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ପୁରୀରେ ଉଦଘାଟନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ବିଶ୍ବବ୍ୟାପୀ ପାଳନ ହେବ ଶ୍ରୀଲ ପ୍ରଭୁପାତଙ୍କ ଜୟନ୍ତ୍ରୀ, ପୁରୀରେ ପ୍ରତିମୂର୍ତ୍ତି ନିର୍ମାଣ ଦାବିବିଶ୍ବବ୍ୟାପୀ ପାଳନ ହେବ ଶ୍ରୀଲ ପ୍ରଭୁପାତଙ୍କ ଜୟନ୍ତ୍ରୀ, ପୁରୀରେ ପ୍ରତିମୂର୍ତ୍ତି ନିର୍ମାଣ ଦାବି
ବିଶ୍ବବ୍ୟାପୀ ପାଳନ ହେବ ଶ୍ରୀଲ ପ୍ରଭୁପାତଙ୍କ ଜୟନ୍ତ୍ରୀ, ପୁରୀରେ ପ୍ରତିମୂର୍ତ୍ତି ନିର୍ମାଣ ଦାବି
author img

By

Published : Feb 12, 2022, 8:45 AM IST

ପୁରୀ: ବିଶ୍ୱବ୍ୟାପୀ ପାଳିତ ହେବ ଗୌଡିୟ ମିଶନ ପ୍ରତିଷ୍ଠାତା ଜଗତଗୁରୁ ଶ୍ରୀଳ ପ୍ରଭୁପାଦଙ୍କ 150ତମ ଜୟନ୍ତୀ । ପଭୁପାଦଙ୍କ ଜୟନ୍ତୀ ଉପଲକ୍ଷେ ସମଗ୍ର ବିଶ୍ୱରେ ସକାରାତ୍ମକ ନବଜାଗରଣ ସୃଷ୍ଟି ସହ ଶ୍ରୀଳ ପ୍ରଭୁପାଦଙ୍କ ଶିକ୍ଷା ଓ ବାର୍ତ୍ତାର ପ୍ରସାର ପାଇଁ 9ଟି ବାହାର ଦେଶ ଓ ଭାରତର 19ଟି ସହରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଭୁପାଦଙ୍କ ଜନ୍ମସ୍ଥାନ ପୁରୀରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଫେବୃଆରୀ 20 ତାରିଖରେ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । 3 ବର୍ଷ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ 2025ରେ କଲିକତାରେ ପରିସମାପ୍ତି ଘଟିବ ।

ବିଶ୍ବବ୍ୟାପୀ ପାଳନ ହେବ ଶ୍ରୀଲ ପ୍ରଭୁପାତଙ୍କ ଜୟନ୍ତ୍ରୀ, ପୁରୀରେ ପ୍ରତିମୂର୍ତ୍ତି ନିର୍ମାଣ ଦାବି

ଉତ୍କଳରେ ଜନ୍ମ ନେଇ ହରିନାମ ପ୍ରଚାର ସହ ସମଗ୍ର ପୃଥିବୀରେ 64ଟି ମଠ ଓ ସନାତନ ଧର୍ମକୁ ୟୁରୋପୀୟ ଦେଶମାନଙ୍କରେ ପ୍ରଚାର ପ୍ରସାର କରାଇଥିଲେ ଶ୍ରୀଳ ପ୍ରଭୁପାଦ । ୧୮୭୪ ମସିହା ଫେବୃଆରୀ ୬ ତାରିଖରେ ଶ୍ରୀଧାମ ପୁରୀଠାରେ ତାଙ୍କର ଦିବ୍ୟ ଆବିର୍ଭାବ ହୋଇଥିଲା । ୧୯୩୭ ମସିହା ଜାନୁଆରୀ ୧ ତାରିଖ କୋଲକାତାର ବାଗବଜାର ସ୍ଥିତ ଗୌଡ଼ିୟ ମିଶନର ମୁଖ୍ୟାଳୟରେ ସେ ସ୍ଵଧାମ ପ୍ରାପ୍ତି ହୋଇଥିଲେ । ଶ୍ରୀଳ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ଆବିର୍ଭାବର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ୨୦୨୨ ଫେବୃୟାରୀ ୨୦ ତାରିଖରେ ଶ୍ରୀଧାମ ପୁରୀରେ ଉଦଘାଟନୀ ସମାରୋହ ଆରମ୍ଭ ହେବ ଏବଂ ୨୦୨୫ ଫେବୃଆରୀରେ ଏକ ବିଶାଳ କାର୍ଯ୍ୟକ୍ରମ ସହ କୋଲକାତାରେ ଏହାର ପରିସମାପ୍ତି ଘଟିବ । ଗୌଡ଼ିୟ ମିଶନ ଓ ଶ୍ରୀକ୍ଷେତ୍ର ସାରସ୍ଵତ ଗୌଡ଼ୀୟ ବୈଷ୍ଣବ ସଂଘ, ପୁରୀ ଦ୍ବାରା ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏଥିସହ ପୁରୀଠାରେ ଶ୍ରୀଳ ପ୍ରଭୁପାଦଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.