ETV Bharat / city

ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ଆଶ୍ବସ୍ତି, ଭୟଭୀତ ନହେବାକୁ ପରାମର୍ଶ

author img

By

Published : Nov 5, 2019, 12:34 PM IST

ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଲେ ଏସଆରସି ପ୍ରଦୀପ ଜେନା । ବାତ୍ୟା ଓଡିଶାକୁ ଛୁଇଁବା ସମ୍ଭାବନା କମ୍‌ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଇପାରେ ବାତ୍ୟା ‘ବୁଲବୁଲ’ । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସେ ।

ଡିଜାଇନ ଫଟୋ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଲେ ଏସଆରସି ପ୍ରଦୀପ ଜେନା । ବାତ୍ୟା ଓଡିଶାକୁ ଛୁଇଁବା ସମ୍ଭାବନା କମ୍‌ । ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଇପାରେ । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ତେବେ ପ୍ରବଳ ବର୍ଷାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଏସଆରସିଙ୍କ ପରାମର୍ଶ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ଆଶ୍ବସ୍ତି, ଆତଙ୍କିତ ନହେବାକୁ ପରାମର୍ଶ

ପାଣିପାଗ ବିଭାଗ ସୂଚନା ଅନୁସାରେ 8 ତାରିଖରୁ ବର୍ଷା ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କହିଲେ ଏସଆରସି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ନେଇ 15 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବର୍ତ୍ତମାନ ସୁଦ୍ଧା ମିଳିଥିବା ପାଣିପାଗ ସୂଚନା ଅନୁସାରେ ଓଡିଶାକୁ ଏହା ଛୁଇଁବା ସମ୍ଭାବନା କମ୍‌ ଥିଲେ ବି ବର୍ଷାକୁ ଆଖିଆଗରେ ରଖି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସେ ।

ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, ମାଲକାନଗିରି ଜିଲ୍ଲାରେ ବର୍ଷା ହେବାକୁ ଥିବାରୁ ଏସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବର୍ତ୍ତମାନ ପର୍ଯ୍ୟନ୍ତ କଣ ରୂପରେଖ ରହିବ ସ୍ପଷ୍ଟ ହୋଇ ନାହିଁ। ଓଡ଼ିଶାରେ 8ରୁ ବର୍ଷ ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ଅବପାତ ବାତ୍ୟାର ରୂପ ନେବା ବେଳେ ଓଡିଶା ଉପକୂଳ ଛୁଇଁବା ଆଶା କମ। ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଇପାରେ। ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ଏଯାଏ ଆସି ନାହିଁ। ଲୋକେ ଭୟଭୀତ ନହୁଅନ୍ତୁ। ଆତଙ୍କିତ ହେବାର କାରଣ ନାହିଁ। ଆମେ ପ୍ରସ୍ତୁତ ଅଛୁ। ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। IMD ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। ଆସନ୍ତା3 ଦିନ ଯାଏ ବର୍ଷା ସମ୍ଭାବନା କମ।Body:ବାଇଟ ପ୍ରଦୀପ ଜେନା, ସ୍ଵତନ୍ତ୍ର ରିଲିଫ କମିଶନରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.