ETV Bharat / city

ଆଗୁଆ ଆସିବ ‘ବୁଲବୁଲ’, ଓଡିଶାରେ ବର୍ଷିବ

author img

By

Published : Nov 8, 2019, 8:35 PM IST

ଆଗୁଆ ଆସିବ ‘ବୁଲବୁଲ’ । ଘଣ୍ଟାପ୍ରତି 18 କିମି ବେଗରେ ମାଡି ଆସୁଛି ବାତ୍ୟା । ପାରାଦ୍ବୀପ ଠାରୁ 115 କିମି ଦୂରରେ ଏହା ଅତିକ୍ରମ କରିବ । ଆସନ୍ତାକାଲି (ଶନିବାର) ମଧ୍ୟରାତ୍ରୀରେ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ ।

ଆଗୁଆ ଆସିବ ‘ବୁଲବୁଲ’, ଓଡିଶାରେ ବର୍ଷିବ

ଭୁବନେଶ୍ବର: ବୁଲବୁଲର ଗତିବିଧି ଉପରେ କଡା ନଜର ରଖିଛି ଆଇଏମଡି । ସମୁଦ୍ରର ଗଭୀର ଜଳରାଶିକୁ ଭେଦ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବୁଲବୁଲ। ପାଣିପାଗ କେନ୍ଦ୍ର, ରାଜ୍ୟ ସରକାର, ଜଣ ସାଧାରଣ ସମସ୍ତେ ଏହାର ଗତିବିଧି ଉପରେ କଡା ନଜର ରଖିଛନ୍ତି ।

ଆଗୁଆ ଆସିବ ‘ବୁଲବୁଲ’, ଓଡିଶାରେ ବର୍ଷିବ

କାଳେ ବୁଲବୁଲ ଦିଗ ବଦଳାଇବ ସେନେଇ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଏପଟେ ଘଣ୍ଟାପ୍ରତି 18 କିମି ବେଗରେ ମାଡି ଆସୁଛି ବାତ୍ୟା । ପାରାଦୀପ ଠାରୁ ଏହା 300 କିମି ଦୂରରେ ରହିଛି । ତେବେ ଏହା ପାରାଦୀପ ଠାରୁ 115, ଗୋପାଳପୁର ଠାରୁ 294 କିମି ଦୂରରେ ପାସ କରିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ଆସନ୍ତାକାଲି (ଶନିବାର) ମଧ୍ୟରାତ୍ରୀରେ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ ‘ବୁଲବୁଲ’। ତେବେ କୌଣସି ସ୍ଥାନରେ ଅଧିକ ବର୍ଷା ହେବାର ଖବର ନାହିଁ। ପାଗ ମେଘୁଆ ରହିଛି। ସେପଟେ ପଶ୍ଚିମବଙ୍ଗ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ରଖାଯାଇଛି। ଧାମରା ବନ୍ଦରରେ 32ଟି ବୋଟ ରଖାଯାଇଛି । ବିଦ୍ୟୁତ୍‌ ସରବରାହ ପାଇଁ ସେସୁ ଓ ନେସ୍କୋକୁ ସତର୍କ ରହିବାକୁ କୁହାଯାଇଥିବା ସେ କହିଛନ୍ତି।

ଅନ୍ୟପଟେ ଓଡ୍ରାଫ, ଏନଡିଆରଏଫ ଓ ଫାୟାର ୟୁନିଟ ସବୁଠି ପହଞ୍ଚି ଗଲେଣି। ବର୍ଷା ବଢିଲେ ଜିଲ୍ଲାପାଳ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବେ। ବାତ୍ୟା ଆଶ୍ରୟସ୍ଥଳ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଯିଏ ଯେଉଁ ସାହାଯ୍ୟ ଖୋଜିବ ଜିଲ୍ଲାପାଳ ଯୋଗାଇ ଦେବେ। ସମୁଦ୍ରକୂଳରେ ଯେପରି କୌଣସି ପର୍ଯ୍ୟଟକ ନ ରହିବେ ସେ ନେଇ ମଧ୍ୟ ସଚେତନ କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବୁଲବୁଲର ଗତିବିଧି ଉପରେ କଡା ନଜର ରଖିଛି IMD। ସମୁଦ୍ରର ଗଭୀର ଜଳରାଶିକୁ ଭେଦ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବୁଲବୁଲ। ପାଣିପାଗ କେନ୍ଦ୍ର, ରାଜ୍ୟ ସରକାର, ଜଣ ସାଧାରଣ ସମସ୍ତେ ଏହାର ଗତିବିଧି ଉପରେ କଡା ନଜର ରଖିଛନ୍ତି। କାଳେ ବୁଲବୁଲ ଦିଗ ବଦଳାଇବ ସେନେଇ ସ୍ୱତନ୍ତ୍ର ଦୃଷ୍ଟିରେ ରଖାଯାଇଛି।
ଏପଟେ ଘଣ୍ଟାପ୍ରତି 18 କିମି ବେଗରେ ମାଡି ଆସୁଛି ବାତ୍ୟା। ପାରାଦ୍ୱୀପ ଠାରୁ ଏହା 300 କିମି ଦୂରରେ ରହିଛି। ପାରାଦ୍ୱୀପ ଠାରୁ 115, ଗୋପାଳପୁର ଠାରୁ 294 କିମି ଦୂରରେ ପାସ କରିବ। ଆସନ୍ତାକାଲି ମଧ୍ୟାହ୍ନରେ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ। କୌଣସି ସ୍ଥାନରେ ଅଧିକ ବର୍ଷ ହେବାର ଖବର ନାହିଁ। ପାଗ ମେଘୁଆ ରହିଛି। ପଶ୍ଚିମବଙ୍ଗ ମସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ରଖାଯାଇଛି। ଧାମରା ବନ୍ଦର 32ଟି ବୋଟ ରଖାଯାଇଛି। ସେସୁ, ନେସ୍କୋକୁ ସତର୍କ ରହିବାକୁ କୁହାଯାଇଛି। ଓଡ୍ରାଫ, NDRF, ଫାୟାର ୟୁନିଟ ପହଂଚି ଗଲେଣି। ବର୍ଷ ବଢିଲେ ଜିଲ୍ଲାପାଳ ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବେ। ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି। ଯିଏ ଯେଉଁ ସାହାଯ୍ୟ ଖୋଜିବ ଜିଲାପାଳ ଯୋଗାଇ ଦେବେ। ସମୁଦ୍ରକୂଅଳରେ ଯେପରି କୌଣସି ପର୍ଯ୍ୟଟକ ନ ରହିବେ ସେ ନେଇ ସଚେତନ କରାଯାଇଛି। ଆସନ୍ତକାଲି ମଧ୍ୟ ରାତିରେ ରହ ସ୍ଥଳଭାଗ ଛୁଇଁବ।Body:ବାଇଟ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.