ETV Bharat / city

Cyclone Asani Update: ଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର

ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ବାତ୍ୟା ଅସାନି ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

Cyclone Asani Update: ଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର
Cyclone Asani Update: ଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର
author img

By

Published : May 9, 2022, 8:34 PM IST

ଭୁବନେଶ୍ବର: ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ବାତ୍ୟା ଅସାନି ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ ଅସାନି ।

ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ଏବେ ପୁରୀ ଠାରୁ ୬୧୦ କିଲୋମିଟର ଦୂରରେ ରହିଥିବାବେଳେ ବିଶାଖାପାଟଣାରୁ ୪୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ ।

Cyclone Asani Update: ଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର

ଏହାପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବ ବାତ୍ୟା । ତେବେ ୩୬ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାର ରୂପ ନେବ ଅସାନି । ସ୍ଥଳଭାଗ ନ ଛୁଇଁ ସମୁଦ୍ର କୂଳେ କୂଳେ ସମାନ୍ତରାଳ ଭାବେ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ।

ଆସନ୍ତକାଲି ଠାରୁ ପାଣିପାଗରେ ପରିବର୍ତ୍ତନ ହେବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ସେହିପରି ୧୧ ତାରିଖରେ ୫ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ତାରିଖରୁ ବର୍ଷା କମିବା ସହ ଓ ପବନର ବେଗ ବଢ଼ିବ ।

ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୫ରୁ ୧୧୫ କିଲୋମିଟର ଏବଂ ଝଟକା ପବନ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।ଏଣୁ ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ଅନ୍ୟପଟେ ପୁରୀ ପାରାଦୀପ ଦେଇ ଅତିକ୍ରମ କରିବା ବେଳକୁ ଅବପାତ ରୂପ ନେଇ ସାରିଥିବ ବାତ୍ୟା । ଏହି ସମୟରେ ଗଞ୍ଜାମ ଓ ଗଜପତି ପରି କିଛି ସ୍ଥାନରେ ୭୦-୧୧୦ ମିଲିମିଟର ବର୍ଷା ହୋଇପାରେ । ପବନ ଜନିତ କିଛି ସମସ୍ୟା ହେବନାହିଁ । ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ପାଇଁ ପ୍ରଶାସନ ସଜାଗ ରହିଛି । ଜିଲ୍ଲା ପ୍ରଶାସନ ସ୍ଥିତି ଦେଖି ସ୍ଥାନାନ୍ତର କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.