ETV Bharat / city

ପୁଣି ଗ୍ରାଉଣ୍ଡରୁ ହେବ ମୁକାବିଲା - ଏସଆରସି ବୈଠକ

ବଢୁଥିବା କୋଭିଡ ପରିସ୍ଥିତିକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଏସଆରସିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ପୁଣି ଗ୍ରାଉଣ୍ଡରୁ ହେବ ମୁକାବିଲା
ପୁଣି ଗ୍ରାଉଣ୍ଡରୁ ହେବ ମୁକାବିଲା
author img

By

Published : Mar 22, 2021, 3:48 PM IST

Updated : Mar 22, 2021, 10:30 PM IST

ଭୁବନେଶ୍ବର: ବଢୁଥିବା କୋଭିଡ ପରିସ୍ଥିତିକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଲୋକସେବା ଭବନରେ ଭିସି ଯୋଗେ ବସିଥିବା ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ, ପୋଲିସ ଡିଜି, ଡ଼ିଏମଇଟି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଏସଆରସିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ପୁଣି ଗ୍ରାଉଣ୍ଡରୁ ହେବ ମୁକାବିଲା

XIMBରେ 45 ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ କରାଯାଇଛି । ମୁଖ୍ୟତଃ ସେମାନେ ବାହାର ରାଜ୍ୟରୁ ଆସିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋରୋନା ସ୍ଥିତିର ସମୀକ୍ଷା କରିବେ ।

କୋରୋନା ମୁକାବିଲାରେ ପୁଣି ଥରେ ସରପଞ୍ଚ, ୱାର୍ଡ ମେମ୍ବର, ଆଶାକର୍ମୀ ଓ ଅଙ୍ଗନବାଡିଙ୍କୁ ଦାୟିତ୍ୱ ଦିଆଯିବ । ସେମାନେ ଗାଁକୁ ବାହାରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ ।

ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କୋଭିଡ ନିୟମ କଡ଼ାକଡ଼ି ପାଳନ ଉପରେ ନଜର ରଖିବାକୁ ପୋଲିସ ଡ଼ିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଦେଖି ଲକଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 22, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.