ETV Bharat / city

ଆସିଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ, ହୋଇନାହିଁ କାହାରି ମୃତ୍ୟୁ - amphan Damages report

ରିପୋର୍ଟ ଅନୁସାରେ ଗତ 20 ତାରିଖରେ ଓଡି଼ଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଯାଇଥିବା ବାତ୍ୟା ଅମ୍ଫାନ ଯୋଗୁଁ ରାଜ୍ୟର 10 ଜିଲ୍ଲା ପ୍ରଭାବିତ ହୋଇଛି । ଯେତେବେଳେ କି ରାଜ୍ୟରେ ବାତ୍ୟା ଯୋଗୁଁ କାହାରି ମୃତ୍ୟୁ ହୋଇନାହିଁ । ତେବେ ଏହି ରୋପୋର୍ଟ ନବୀନଙ୍କ ଜିରୋ କାଜୁଆଲିଟି ଶପଥ କେତେ ଦୂର ପୂରଣ ହୋଇଛି, ତାହା ଦର୍ଶାଉଛି ।

src-gives-cyclone-amphan-damages-report
ଆସିଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ, କେହି ମୃତ୍ୟୁବରଣ କରି ନାହାନ୍ତି
author img

By

Published : May 23, 2020, 9:42 PM IST

ଭୁବନେଶ୍ବର: ଆସିଲା ବାତ୍ୟା ‘ଅମ୍ଫାନ’ର କ୍ଷୟକ୍ଷତି ରିପୋର୍ଟ । କେନ୍ଦ୍ରର 500 କୋଟି ଟଙ୍କା ଅନୁଦାନ ପରେ ଶନିବାର ସ୍ବତନ୍ତ୍ର ରିଲିଫ କିମିଶନର(ଏସଆରସି) କାର୍ଯ୍ୟାଳୟରୁ ଜାରି ହୋଇଛି ଏହି ରିପୋର୍ଟ । ତେବେ ରିପୋର୍ଟ ଅନୁସାରେ ଗତ 20 ତାରିଖରେ ଓଡିଶା ଉପକୁଳ ଦେଇ ପଶ୍ଚିମବଙ୍ଗ ଯାଇଥିବା ଅମ୍ଫାନ ଯୋଗୁଁ ରାଜ୍ୟର 10 ଜିଲ୍ଲା ପ୍ରଭାବିତ ହୋଇଛି । ଯେତେବେଳେ କି ରାଜ୍ୟରେ ବାତ୍ୟା ଯୋଗୁଁ କାହାରି ମୃତ୍ୟୁ ହୋଇନାହିଁ । ତେବେ ଏହି ରୋପୋର୍ଟ ନବୀନଙ୍କ ଜିରୋ କାଜୁଆଲିଟି ଶପଥ କେତେ ଦୂର ପୂରଣ ହୋଇଛି, ତାହା ଦର୍ଶାଉଛି ।

src-gives-cyclone-amphan-damages-report
ଆସିଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ, କେହି ମୃତ୍ୟୁବରଣ କରି ନାହାନ୍ତି
src-gives-cyclone-amphan-damages-report
ଆସିଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ, କେହି ମୃତ୍ୟୁବରଣ କରି ନାହାନ୍ତି

ତେବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲା ପ୍ରଭାବିତ ହୋଇଛି । 4ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେହିପରି 92 ବ୍ଲକର 9833 ଗାଁ, 1558 ପଞ୍ଚାୟତ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । 44ଲକ୍ଷ 44ହଜାର 896 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । 8ଲକ୍ଷ 72ହାଜର049 ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ମୋଟ 500 ଘର ଭାଙ୍ଗିଛି । 15000 ଘର ଅଳ୍ପ ଭାଙ୍ଗିଛି । 28 ବଡ଼ ପଶୁ, 9 ଛୋଟ, 3680 କୁକୁଡ଼ାଙ୍କର ମୃତ୍ୟୁ ହୋଇଛି । କୌଣସି ମାନବ ଜୀବନ ହାନି ହୋଇଥିବା ସୂଚନା ନାହିଁ ।

ସେହିପରି ବାତ୍ୟା ପୂର୍ବରୁ 2ଲକ୍ଷ 346 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏଥି ପାଇଁ 210 ମୋବାଇଲ ମେଡିକାଲ ଟିମ ମୁତୟନ ହୋଇଥିଲା । ଅନ୍ୟପଟେ ଘର ଭଙ୍ଗା ସର୍ଭେ ମେ 26 ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । 34 କିଲୋମିଟର 33 କେଭି, 453 କିମି 11 କେଭି, 680 କିମି ଏଲଟି ଲାଇନ, 2439 ଟ୍ରାନ୍ସଫର୍ମର ନଷ୍ଟ ହୋଇଛି । 85 ପ୍ରତିଶତ ଲୋକଙ୍କ ନିକଟରେ ବିଜୁଳି ସେବା ପହଞ୍ଚିଥିବା ବେଳେ ବାକି ଲୋକଙ୍କୁ ମେ 23 ସୁଦ୍ଧା ଯୋଗାଇ ଦିଆଯିବ ବିଜୁଳି । ପ୍ରାୟ 1 ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । କ୍ଷୟକ୍ଷତିର ଆକଳନ ଚାଲିଛି 26 ସୁଦ୍ଧା ସରିବ । 646 ଅଙ୍ଗନବାଡି, 1552 ପ୍ରାଥମିକ ସ୍କୁଲ, 298 ପଞ୍ଚାୟତ ଘର, କମ୍ୟୁନିଟି ହଲ ଭାଙ୍ଗିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.