ETV Bharat / city

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ କ୍ରୀଡାମନ୍ତ୍ରୀ - ରାଜ୍ୟ କ୍ରୀଡା ମନ୍ତ୍ରୀ ନ୍ୟୁଜ

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଅଧିକ ପଢନ୍ତୁ

sports ministaer tusharkanti behera visits news building of physical education college
ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତୀ ବେହେରା
author img

By

Published : Apr 26, 2022, 10:59 PM IST

ଭୁବନେଶ୍ବର: ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଏହି ପାଠପଢା । ମଙ୍ଗଳବାର ପୂର୍ବାହ୍ନରେ ମନ୍ତ୍ରୀ ତୁଷାରକାନ୍ତୀ ମହାବିଦ୍ୟାଳୟର ନୂତନ କୋଠାର ଏକାଡେମୀ ବ୍ଲକ, ପୁରୁଷ ଓ ମହିଳା ହଷ୍ଟେଲ ନିର୍ମାଣ ଏବଂ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତୀ ବେହେରା
ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତୀ ବେହେରା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ବିଦ୍ୟାଳୟସ୍ତରରେ ଭଲ କ୍ରୀଡ଼ାବିତ ସୃଷ୍ଟି ପାଇଁ ପିଇଟି ଶିକ୍ଷକ ନିଯୁକ୍ତି ଉପରେ ସରକାର ବେଶ ଗୁରୁତ୍ଵ ଦେଉଛନ୍ତି । କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପରିଚାଳିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ PET ଶିକ୍ଷକ ସୃଷ୍ଟି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାରେ ଶିକ୍ଷାଗ୍ରହଣ କରି ଅନେକ ବିଭିନ୍ନ ଶିକ୍ଷନୁଷ୍ଠାନରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ।

ଓଡ଼ିଶାକୁ ଏକ କ୍ରୀଡ଼ା ହବ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ଵପ୍ନ ରହିଛି, ତାହାର ସଫଳ ରୂପାୟନ ନେଇ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଶାରୀରିକ ଶିକ୍ଷାବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ରଖି ତମାଣ୍ଡୋ ଠାରେ ଉନ୍ନତ ଭିତ୍ତିଭୂମି ଥାଇ ମହାବିଦ୍ୟାଳୟ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜମି ଚିହ୍ନଟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କ୍ରୀଡ଼ାମନ୍ତ୍ରୀ ବେହେରା ଅନେକବାର ଗସ୍ତ କରି ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନୂତନ ମହାବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ବାକିଥିବା କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଉପରେ ମନ୍ତ୍ରୀ ଠିକା ସଂସ୍ଥା ତଥା ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆସନ୍ତା ଶିକ୍ଷା ବର୍ଷରୁ ନୂତନ କୋଠାରେ ପାଠପଢା ଆରମ୍ଭ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.