ETV Bharat / city

ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲା ଅଣନିଯୁକ୍ତ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତି ସଂଘ

author img

By

Published : Apr 12, 2021, 6:47 PM IST

ହାଇସ୍କୁଲରେ ନୂତନ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ନିଯୁକ୍ତି ପାଇଁ ତୁରନ୍ତ ବିଜ୍ଞାପନ ଦାବିରେ ଧାରଣା । ଅଧିକ ପଢନ୍ତୁ....

ନିଯୁକ୍ତି ଦାବିରେ ରାସ୍ଥାକୁ ଉହ୍ଲାଇଲା ଅଣନିଯୁକ୍ତ କ୍ରୀଡ଼ା,ହିନ୍ଦୀ ଓ ସଂସ୍କୃତି ସଂଘ

ଭୁବନେଶ୍ବର: ହାଇସ୍କୁଲରେ ନୂତନ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ନିଯୁକ୍ତି ପାଇଁ ତୁରନ୍ତ ବିଜ୍ଞାପନ ଦାବିରେ ରାଜରାସ୍ତାକୁ ଓଲ୍ଲାଇଲେ ପ୍ରଶିକ୍ଷିତ ଛାତ୍ରଛାତ୍ରୀ । ଅଣନିଯୁକ୍ତ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ସଂଘ ପକ୍ଷରୁ ରାଜଧାନୀରେ ଏହି ଧାରଣା ଦିଆଯାଇଛି । ପୂର୍ବରୁ ଦୀର୍ଘ ୧୨୦ ଦିନ ଧାରଣା ଦେଇଥିଲା ସଂଘ ।ପରେ ଗତ ୧୬ ଜାନୁଆରୀରେ ନୂତନ କ୍ରୀଡା, ହିନ୍ଦୀ, ଉର୍ଦ୍ଦୁ ଓ ସଂସ୍କୃତ ଶିକ୍ଷକ ପାଇଁ ୪୪୮୫ ପଦବୀ ନିଯୁକ୍ତି ବିଜ୍ଞାପନ ଘୋଷ।ଣା ହୋଇଥିଲା । ଏଥିପାଇଁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲା ରାଜ୍ୟ ଅର୍ଥ ବିଭାଗ । ଆସନ୍ତା ୪ ମାସ ମଧ୍ୟରେ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଆଜିଯାଏ ଟେଣ୍ଡର ହୋଇ ନାହିଁ କି ବିଜ୍ଞାପନ ବାହାରୁ ନାହିଁ ଯାହାକୁ ନେଇ ସେମାନେ ପ୍ରତିବାଦ କରିଛନ୍ତି ।

ପ୍ରଶିକ୍ଷଣ ପାଇଁ ଆଶାୟୀ ଶିକ୍ଷକ ସଂଘର ସଭାପତି ଓ ସଂପାଦକ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯଦି ରାଜ୍ୟ ସରକାର ଯଥାଶୀଘ୍ର ନିଯୁକ୍ତି ପାଇଁ ବିଜ୍ଞାପନ ବାହାର ନକରନ୍ତି ତେବେ ସେମାନେ ସମୂହ ଆତ୍ମହୁତି ଦେବେ ବୋଲି ଚରମବାଣୀ ଶୁଣାଇଛନ୍ତି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.