ETV Bharat / city

ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ - Puri and Rourkela

ଅଗଷ୍ଟ ମାସ ୨୪ରୁ ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ । ଏନେଇ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ

author img

By

Published : Aug 14, 2021, 12:58 PM IST

ଭୁବନେଶ୍ବର: ପୁରୀ ଏବଂ ରାଉରକେଲା ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ । ଏନେଇ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଉରକେଲାଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖରୁ ପୁରୀ ଅଭିମୁଖେ ଯାତ୍ରା କରିବ । ଏବଂ ଅଗଷ୍ଟ ମାସ ୨୫ରୁ ପୁରୀରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ରାଉରକେଲାଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ ଟା ୦୫ମିରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର 4ଟା ୩୫ମିରେ ଛାଡିବ। ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରିକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ସମ୍ବଲପୁର ଯାତ୍ରା କରିବାକୁ ଥିବାବେଳେ, ଅଗଷ୍ଟ ମାସ ୧୪ ଠାରୁ ୨୪ ମଧ୍ୟରେ ସମ୍ବଲପୁରରୁ ରାଉରକେଲା ଯାତ୍ରା କରିବ ବୋଲି ଜଣାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.