ଭୁବନେଶ୍ବର: ଆସନ୍ତା 11 ତାରିଖରେ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ମହାଶିବରାତ୍ରି ଥିବାବେଳେ ତା ପୂର୍ବରୁ ରାଜଧାନୀ ପାଇଁ ଟ୍ରାଫିକ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଭିଡ ନିୟନ୍ତ୍ରଣ ସହ ଯାନବାହନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଅର୍ବାନ ପୋଲିସ ଆକ୍ଟ 2003 ଧାରା 28 ଓ ପୁଲିସ ରୁଲ 19, 21, 36ଓ 37 ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ପୋଲିସ ଏକ ପ୍ରେସ ବିଜ୍ଞାପ୍ତିରେ କହିଛି ।
![ଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଇଁ କମିଶନରେଟ ପୋଲିସର ସ୍ବତନ୍ତ୍ର ଟ୍ରାଫିକ ନିର୍ଦ୍ଦେଶାବଳୀ](https://etvbharatimages.akamaized.net/etvbharat/prod-images/10941703_lingaraj.jpg)
ମହାଶିବରାତ୍ରିରେ ସହର ମଧ୍ୟରେ ଭିଡ ନିୟନ୍ତ୍ରଣ କିରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ । କୌଣସି ଗାଡିକୁ ମନ୍ଦିର ପାଖକୁ ଛଡାଯିବ ନାହିଁ । ବିଭିନ୍ନ ସ୍ଥାନରୁ ଆସୁଥିବା ଗାଡି ଗୁଡିକ ବିଭିନ୍ନ ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରିଛି ପୋଲିସ । ବିନ୍ଦୁ ସାଗର ପଟୁ ଆସୁଥିବା କୌଣସି ଗାଡିକୁ ଅନୁମତି ଦିଆଯିବ ନାହିଁ । ସେହିପରି ହାଟ ସାହି ଛକରୁ ବଜନ ମଣ୍ଡପ ଓ ଭଜନ ମଣ୍ଡପ ଠାରୁ ବଢେଇବାଙ୍କ , ସିଂହଦ୍ବାର ଠାରୁ ସବ ଷ୍ଟେସନ ବ୍ଲକିଙ୍ଗ ପର୍ଯ୍ୟନ୍ତ ରାସ୍ତା ଗୁଡିକୁ ପଦଚାରୀ ଜୋନ ଭାବରେ ଘୋଷଣା କରା।ଯାଇଛି । କେବଳ ଭିଆଇପି ଗାଡି ଗୁଡିକ ଉତ୍ତର ଦ୍ବାର ସାମ୍ନାରେ ଥିବା ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ ହେବ ।
କମିଶନରେଟ ପୋଲିସର ଏହି ନିର୍ଦ୍ଦେଶନାମା ଆସନ୍ତା 11 ତାରିଖ ସକାଳ 2 ଘଟିକାରୁ ମହାଦ୍ବୀପ ଉଠିବା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ କହିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ