ETV Bharat / city

ଜୀବନର ସବୁଦିନ ମା'ର...

ମା',ବୋଧହୁଏ ଏ ଶବ୍ଦଟିକୁ ଲେଖିବା ପାଇଁ ଶବ୍ଦକୋଷରୁ ମାତ୍ର ଗୋଟିଏ ଶବ୍ଦ ଆବଶ୍ୟକ ପଡିଥାଏ, ହେଲେ ତାକୁ ବର୍ଣ୍ଣନା କରିବା ପାଇଁ ନିଅଣ୍ଟ ହୋଇଯାଏ ପୁରା ଶବ୍ଦକୋଷ । କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ । ସତରେ ସେ ଅବର୍ଣ୍ଣନୀୟ, ସେ ଅତୁଳନୀୟ, ସେ କଳନାତୀତ, ସେ ଆକାଶଠୁ ବଡ, ମାଟି ଠୁ ଗଭୀର, ସାଗରଠୁ ଲମ୍ବି ତା ପଣତ ଆଉ ତା ଆଶୀର୍ବାଦ ବଜ୍ର ସଦୃଶ । ଅଧିକ ପଢନ୍ତୁ...

author img

By

Published : May 9, 2021, 7:18 AM IST

ଜୀବନର ସବୁଦିନ ମା'ର
ଜୀବନର ସବୁଦିନ ମା'ର

ଭୁବନେଶ୍ବର: ମା', ବୋଧହୁଏ ଏ ଶବ୍ଦଟିକୁ ଲେଖିବା ପାଇଁ ଶବ୍ଦକୋଷରୁ ମାତ୍ର ଗୋଟିଏ ଶବ୍ଦ ଆବଶ୍ୟକ ପଡିଥାଏ, ହେଲେ ତାକୁ ବର୍ଣ୍ଣନା କରିବା ପାଇଁ ନିଅଣ୍ଟ ହୋଇଯାଏ ପୁରା ଶବ୍ଦକୋଷ । କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ । ସତରେ ସେ ଅବର୍ଣ୍ଣନୀୟ, ସେ ଅତୁଳନୀୟ, ସେ କଳନାତୀତ, ସେ ଆକାଶଠୁ ବଡ, ମାଟିଠୁ ଗଭୀର, ସାଗରଠୁ ଲମ୍ବି ତା ପଣତ ଆଉ ତା ଆଶୀର୍ବାଦ ବଜ୍ର ସଦୃଶ ।

ଜୀବନର ସବୁଦିନ ମା'ର

ତା ଦାନ ଆଗରେ ଏ ସୃଷ୍ଟି ନତମସ୍ତକ । କେବଳ ସେ ଯେ ତା'ର ଗର୍ଭଧାରଣ ପାଇଁ ମହାନ ତାହା ନୁହେଁ ଛୁଆ ପାଇଁ ତା ମନରେ ଥିବା ପ୍ରତିଟି ଭାବନା ପାଇଁ ସେ ମହାନ । ତା' ନିଃସ୍ବାର୍ଥପର ସ୍ନେହ, ତା' ରାତି ଅନିଦ୍ରା ଆଉ ତା' କ୍ଷମା ଆଗରେ ଏ ସୃଷ୍ଟିର ସ୍ରଷ୍ଟା ବି ସ୍ତବ୍ଦ । ମା' ସେ କିଏ ବୋଲି ଯଦି କେବେ ପଚାରି ବୁଝିବା ସେବେ ନିଜ ପାଖରେ ଥିବା ଛାଇ ଯେପରି ବୋଧହୁଏ ମା ସେହିପରି ବୋଲି ଲାଗିବ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ । ତାକୁ ମନେ ପକାଇବା ପାଇଁ ଦିନଟିଏ ନୁହେଁ, ତା ଦାନ ତା ତ୍ୟାଗୀକୁ ପୂଜା କରିବାର ଆଉ ତାକୁ ତା' ପରିଚୟରେ ଆମେ ପରିଚିତ ବୋଲି ଜଣାଇ ଦେବାର ଦିନ । ଏଥିପାଇଁ ପ୍ରତିବର୍ଷ ମେ' ଦ୍ବିତୀୟ ରବିବାର ମା'ର ଦାନକୁ ମନେପକାଇ ସାରା ବିଶ୍ବ ପାଳନ କରୁଛି ମାତୃ ଦିବସ ।

ଯଦି ନିଶ୍ବାସ ମା'ର ଦାନ ହୁଏ ତେବେ ପ୍ରତିଟି ଦିନ ବି ମା'ର । ମା' ଏକ ସମ୍ବୋଧନ ନୁହେଁ ଶିଖାଏ ଚାଲି, ଚଳନ, ଆଚାର ବ୍ୟବହାର, ଶିଷ୍ଟାଚାର, ଭଦ୍ରତା, ନମନୀୟତା, ଶାଣ୍ଠଣା ଆଉ ଜୀବନ ଜିଇଁବାର କୌଶଳ । ସେ ପଢାଏ ମଣିଷ ଭଳି ମଣିଷ ହେବାର ପାଠ । ତା ନାମ କେବଳ ମା' ହୋଇଥାଇ ପାରେ ହେଲେ ତା ପରିଚୟ ଅନେକ । ସେ କେତେବେଳେ ବାପା, ଭାଇ, ବନ୍ଧୁ, ପ୍ରିୟ ପରିଜନ ପାଲଟେ ତ ଆଉ କେତେବେଳେ ପାଲଟେ ଭଗବାନ ।

ସେ ଛୁଆକୁ ବାପାର ଲାଠି ଆଗରୁ ବଞ୍ଚାଏ ପୁଣି ଶତ୍ରୁର କୁଦୃଷ୍ଟିରୁ ବଞ୍ଚାଏ । ତା ପଣତରେ ଥାଏ ସ୍ବର୍ଗର ଆନନ୍ଦ । ତା' ପାଖରେ ବି ଥାଏ ପରିଚୟ ଅନେକ, ହେଲେ ସେ ମା' ପାଲଟିଗଲା ପରେ ଭୁଲିଯାଏ ସବୁ ପରିଚୟ । ତା ପେଟ ପୁରିଯାଏ ତା ଛୁଆ ପେଟକୁ ଦାନା ଗଲେ । ତା ଆଖି ଭରିଯାଏ, ଛୁଆ ଶାନ୍ତିରେ ଶୋଇଲେ ଆଉ ତା ଜୀବନ ସାର୍ଥକ ହୁଏ ତା ଛୁଆ ମଣିଷ ପରି ମଣିଷ ହେଲେ । ସତରେ ଲୋ ମା' ତୋ ସହନଶୀଳତା ଆଉ ତୋ ଧୈର୍ଯ୍ୟ ଆଗରେ ପଥର ବି ମୁଣ୍ଡ ନୁଆଁଇବ । ମା' କେତେବେଳେ ଚୁଲିଧୂଆଁରେ କାନ୍ଦେ ପୁଣି କେତେବେଳେ ପାରିବାରିକ ଅନଟନରେ କାନ୍ଦେ, ହେଲେ କେବେ ଛୁଆକୁ କନ୍ଦାଇବାକୁ ଦିଏନି । ଏ ଦୁନିଆ ଥିଲା, ରହିଛି ଆଉ ରହିଥିବ ତୋର ଋଣି ହୋଇ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.