ETV Bharat / city

ଭୁବନେଶ୍ବରରେ ବେକାବୁ କୋରୋନା, ଫେଲ ମାରିଲା କି ବିଏମସିର ମଡେଲ ?

author img

By

Published : Jul 11, 2020, 8:16 PM IST

Updated : Jul 11, 2020, 8:56 PM IST

ରାଜଧାନୀରେ ମାଡୁଛି ବସ୍ତିରୁ ବସ୍ତି, ଓ୍ବାର୍ଡରୁ ଓ୍ବାର୍ଡ କୋରୋନା ଭୂତାଣୁ । ବଢୁଛି ପଜିଟିଭଙ୍କ ସଂଖ୍ୟା, ତା' ସହ ବଢୁଛି ପ୍ରଶାସନର ନିୟନ୍ତ୍ରଣ ଟେନସନ । ଏଯାବତ୍ ଭୁବନେଶ୍ବରରୁ 640 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଏମସି କୋରୋନା ସ୍ଥିତି ନେଇ ଦେଖନ୍ତୁ ଏହି ରିପୋର୍ଟ...

Corona is taking a terrible turn in SmartCity
ସ୍ମାର୍ଟସିଟିରେ ଭୟଙ୍କର ରୂପ ନେଉଛି କୋରୋନା

ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା କହର ଜାରି ରହିଛି । ଦୈନିକ ଭାଙ୍ଗୁଛି ନୂଆ ମାମଲାର ଟ୍ରେଣ୍ଡ । ଗଡୁଛି ମୁଣ୍ଡ । ଏଥିରୁ ବାଦ୍ ପଡିନି ଓଡିଶା । ରାଜ୍ୟରେ କୋଭିଡ୍ ସ୍ଥିତି ଅସମ୍ଭାଳ ଓ ଅଣାୟତ୍ତ ହୋଇପଡିଛି । ସରକାରଙ୍କ ସତ ଚେଷ୍ଟା ସତ୍ତ୍ବେ ବେକାବୁ କୋରୋନା ସ୍ଥିତି । ଏପଟେ ରାଜଧାନୀରେ ମାଡୁଛି ବସ୍ତିରୁ ବସ୍ତି, ଓ୍ବାର୍ଡରୁ ଓ୍ବାର୍ଡ କୋରୋନା ଭୂତାଣୁ । ବଢୁଛି ପଜିଟିଭଙ୍କ ସଂଖ୍ୟା, ତା' ସହ ବଢୁଛି ପ୍ରଶାସନର ନିୟନ୍ତ୍ରଣ ଟେନସନ ।

ସ୍ମାର୍ଟସିଟିରେ ଭୟଙ୍କର ରୂପ ନେଉଛି କୋରୋନା

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଭୁବନେଶ୍ବରରୁ ସବୁଦିନ ଲୋକାଲ କେସ୍ ଆସୁଛି । ଯାହା ଇସାରା କରୁଛି ଗୋଷ୍ଠୀ ସଂକ୍ରମଣର । ଏହି କ୍ରମରେ ଶନିବାର ସ୍ମାର୍ଟସିଟିରୁ 38 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ 26 ଜଣ କ୍ବାରେନଣ୍ଟିନ ସେଣ୍ଟରର ଥିବାବେଳେ 12 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 640ରେ ପହଞ୍ଚିଛି । ଏଯାବତ୍ ମହାମାରୀ 8 ଜଣଙ୍କ ପ୍ରାଣ ନେଇଥିବା ବେଳେ 314 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି 317 ଜଣ ମହାମାରୀ ସହ କରୁଛନ୍ତି ସଂଘର୍ଷ ।

ସୂଚନାନୁସାରେ, ମାର୍ଚ୍ଚ 15ରେ ଭୁବନେଶ୍ବରରେ ଚିହ୍ନଟ ହୋଇଥିଲା ପ୍ରଥମ ପଜିଟିଭ । ଯାହା ଥିଲା ରାଜ୍ୟର ପ୍ରଥମ ମାମଲା । ଆଉ ଚିହ୍ନଟ ଆକ୍ରାନ୍ତ ଜଣକ ଥିଲେ ବିଦେଶ ଫେରନ୍ତା । ଆଉ ଦେଖୁ ଦେଖୁ ଆକ୍ରାନ୍ତଙ୍କ ସଂଖ୍ୟାରେ ହୁ ହୁ ହୋଇ ବଢି ଚାଲିଥିଲା । ବିଗତ 4 ମାସ ମଧ୍ୟରେ ସମଗ୍ର ଭୁବନେଶ୍ବରରେ ଥିବା 67ଟି ୱାର୍ଡର ପ୍ରାୟ ସବୁ ସ୍ଥାନକୁ ଗ୍ରାସ କରିଛି କୋରୋନା ଭୂତାଣୁ । ଏପରିକି ଭୁବନେଶ୍ବର ପ୍ରଶାସନ କୁହାଯାଉଥିବା ବିଏମସି ଓ ବିଡିଏ ମଧ୍ୟ ଏଥିରୁ ବାଦ ପଡିନି । ବିଏମସିରୁ ୩ ଜଣ, ବିଡିଏରୁ ୪ ଜଣ କୋରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଡିଏକୁ 2 ଦିନ ପାଇଁ ବନ୍ଦ ଥିବାବେଳେ ଭୁବନେଶ୍ବର ମହାନଗର ନିଗମକୁ ଜନସାଧାରଣଙ୍କ ପ୍ରବେଶ ନେଇ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ କଟକଣା ଘୋଷଣା କରିଛି ବିଏମସି । ଏନେଇ ବିଏମସି ପକ୍ଷରୁ ମୋଟ ୮ ରୁ ୧୦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ସେପଟେ ବିଏମସି ପକ୍ଷରୁ ଟେଷ୍ଟର ସଂଖ୍ୟା ବଢୁଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ହେବା ନେଇ ସୂଚନା ରହିଛି । ଏପରିକି ରାଜଧାନୀରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି । ଏହି ଟେଷ୍ଟରେ ଗୋଷ୍ଠୀ ସଂକ୍ରମଣ ହେଇଛି କି ନାହିଁ, ସଂକ୍ରମଣ କେତେଦୂର ବ୍ୟାପିଛି ଜଣାପଡିବ । ଏପଟେ କୋରୋନା କଣ୍ଟ୍ରୋଲ ନେଇ ବିମଏସର ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବିଶେଷଜ୍ଞ । କୋରୋନାକୁ କାବୁ କରିବାକୁ ସେମାନେ ନିଜ ନିଜ ସ୍ତରରେ ରଖିଛନ୍ତି ପ୍ରତିକ୍ରିୟା ।

ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 12, 526ଟି କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ 8360 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି 4 ହଜାର ଉପରେ ମାମଲା ସକ୍ରିୟ ରହିଛି । ତେବେ ସଂକ୍ରମିତଙ୍କୁ ଚିହ୍ନଟ ଲାଗି ରାଜ୍ୟରେ ଏଯାବତ୍ 3 ଲକ୍ଷ 27 ହଜାର 288 ଟେଷ୍ଟ ହୋଇସାରିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ବେକାବୁ କୋରୋନା ଉପରେ ଲଗିପାରିବ କି ଲଗାମ ? ରାଜଧାନୀରେ ଦିନକୁ ଦିନ ବିଗୁଡୁଥିବା ସ୍ଥିତିରେ କେବେ ସୁଧାର ଆସିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jul 11, 2020, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.