ETV Bharat / city

'ଗର୍ଭବତୀଙ୍କ ଟୀକାକରଣ ପାଇଁ ବିଶେଷ ଦୃଷ୍ଟି’

author img

By

Published : Jul 8, 2021, 12:27 PM IST

ଘର ପାଖ ଟିକା କେନ୍ଦ୍ରକୁ ଆସି ଟିକା ନେଇପାରିବେ ଗର୍ଭବତୀ । ଏଥିପାଇଁ ଟିକା କେନ୍ଦ୍ରରେ କରାଯାଇଛି ବିଶେଷ ପ୍ରସ୍ତୁତି । ଅଧିକ ପଢନ୍ତୁ...

'ଗର୍ଭବତୀଙ୍କ ଟୀକାକରଣ ପାଇଁ ବିଶେଷ ଦୃଷ୍ଟି'
'ଗର୍ଭବତୀଙ୍କ ଟୀକାକରଣ ପାଇଁ ବିଶେଷ ଦୃଷ୍ଟି'

ଭୁବନେଶ୍ବର:ତୃତୀୟ ଲହର ପୂର୍ବରୁ ଗର୍ଭବତୀଙ୍କୁ ଦିଆଯିବ ବିଶେଷ ଦୃଷ୍ଟି । ଘରେ ଘରେ ବୁଲି ଗର୍ଭବତୀଙ୍କୁ ଦିଆଯିବନି ଟିକା । ଟିକା କେନ୍ଦ୍ରକୁ ଆସି ଟିକା ନେବେ ଗର୍ଭବତୀ । ଏଥିପାଇଁ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯାଇଥିବା ନେଇ ପରିବାର କଲ୍ଯାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଗର୍ଭବତୀ ମହିଳାଙ୍କ ପାଇଁ ଟିକାଦାନ କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରତୀକ୍ଷା କକ୍ଷ ହେବ । ଘର ଘର ବୁଲି ଟିକା ଦେବାକୁ ଗାଇଡ଼ଲାଇନରେ ବାରଣ କରାଯାଇଛି । ଘର ପାଖରେ ଥିବା ଟିକା କେନ୍ଦ୍ରରେ ଟିକା ନେଇ ପାରିବେ ଗର୍ଭବତୀ । ଟିକା ନେବା ଦ୍ବାରା ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡିବ ସେନେଇ ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀ ପ୍ରଥମେ ସଚେତନ କରାଇବେ । ତାପରେ ସେମାନେ ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ କହିଲେ ଟିକା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.