ETV Bharat / city

Crime Special Wing: ଏଣିକି ଟ୍ବିନ ସିଟିରେ ଗୁପ୍ତ ଭାବେ ବୁଲିବେ ପୋଲିସ, ସାବାଡ୍ ହେବେ କ୍ରିମନାଲ

author img

By

Published : Dec 16, 2021, 8:29 AM IST

Updated : Dec 16, 2021, 9:40 AM IST

ଦିଲ୍ଲୀ, ମୁମ୍ବାଇ ଷ୍ଟାଇଲରେ ଟ୍ବିନସିଟି ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ । କମିଶନରେଟ ପୋଲିସ ହେଡକ୍ବାଟରରେ ଖୋଲିବ କ୍ରାଇମ ସ୍ପେଶାଲ ଓ୍ବିଙ୍ଗ(Crime Special Wing) । ଅଧିକ ପଢନ୍ତୁ

Crime Special Wing: ଏଣିକି ଟ୍ବିନ ସିଟିରେ ଗୁପ୍ତ ଭାବେ ବୁଲିବେ ପୋଲିସ, ସାବାଡ୍ ହେବେ କ୍ରିମନାଲ
Crime Special Wing: ଏଣିକି ଟ୍ବିନ ସିଟିରେ ଗୁପ୍ତ ଭାବେ ବୁଲିବେ ପୋଲିସ, ସାବାଡ୍ ହେବେ କ୍ରିମନାଲ

ଭୁବନେଶ୍ବର: ସହରର ଗଳି କନ୍ଦିରେ ବୁଲିବେ ଅଣ୍ଡର କଭର ପୋଲିସ(Under Cover Police) । ଜାଣିପାରିବେନି‌ ଥାନା କି ଚିହ୍ନିପାରିବେନି ସାଧାରଣ ଲୋକ । ଦିଲ୍ଲୀ, ମୁମ୍ବାଇ ଷ୍ଟାଇଲରେ ଟ୍ବିନସିଟି ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ । କମିଶନରେଟ ପୋଲିସ ହେଡକ୍ବାଟରରେ ଖୋଲିବ କ୍ରାଇମ ସ୍ପେଶାଲ ଓ୍ବିଙ୍ଗ(Crime Special Wing) । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ମଞ୍ଜୁରୀ ପରେ କିପରି‌ ପରିଚାଳିତ ହେବ ସେ‌ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ।

ଏହି ଅଣ୍ଡରକଭର ପୋଲିସ ୟୁନିଟ ବା ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନର ନେତୃତ୍ବ ନେବେ ଜଣେ IPS ଅଫିସର । ଯାହାକୁ DCP କ୍ରାଇମ ଭାବେ ଦାୟିତ୍ବ ଦିଆଯିବା ସହ ତାଙ୍କ ଅଧିନରେ ରହିବେ ଜଣେ ଅତିରିକ୍ତ DCP, ୩ ଜଣ ACP, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ-ଇନିସ୍‌ପେକ୍ଟର, ୩ ଜଣ ASI (ଯୋଗାଯୋଗ), ୩ ଜଣ କନଷ୍ଟେବଳ(ଯୋଗାଯୋଗ) ଓ ୨୭ ଜଣ କନଷ୍ଟେବଳ । ଏଥିରେ ପୂର୍ବରୁ କମିଶନରେଟରେ ପରିଚାଳିତ ହେଉଥିବା ଅଣ୍ଡରକଭର ଓ୍ବିଙ୍ଗ ବା କୁଇକ ଆକ୍ସନ ଟିମକୁ ମର୍ଜ କରାଯିବ । ଅର୍ଥାତ ଏହି କ୍ରାଇମ ସ୍ପେଶାଲ ଓ୍ବିଙ୍ଗର କର୍ମଚାରୀ ସହରର ଅପରାଧିକ ଗତିବିଧି ଉପରେ ନଜର‌ରଖିବେ‌ । ଗ୍ୟାଙ୍ଗଷ୍ଟାର, ବାରରେ ମାଫିଆଗିରି ଏବଂ ଜୁଆଖେଳଠୁ ଆରମ୍ଭ କରି ସାଇବର‌ କ୍ରାଇମ, ବନ୍ଧୁକ ଚାଲାଣକାରୀ, ନିଶା ମାଫିଆଏ ସମସ୍ତ ବଡବଡ ଅପରାଧ ଓ ଅପରାଧିଙ୍କ ଗତିବିଧି ଉପରେ ନଜର‌ରଖିବେ‌ ।

ଫଳରେ ଏଣିକି କେବଳ ଅଭିଯୁକ୍ତ ଘଟଣାସ୍ଥଳରୁ ଗିରଫ ନୁହେଁ ଏହା ପଛର ଚେର ବା ହାଇପ୍ରୋଫାଇଲ ଲିଙ୍କକୁ ଧରିବ ପୋଲିସ । ଦିଲ୍ଲୀ, ମୁମ୍ବାଇ ହେଉ ବା ଦେଶ ବାହାରେ ରହିଲେ ବି ଅପରାଧିର ପ୍ରତିଟି ଚାଲ ଉପରେ ନଜର‌ରଖିବ ପୋଲିସ । ଯାହା ଦ୍ବାରା ସହରର ଅପରାଧ ନିୟନ୍ତ୍ରଣରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ନକଲି ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ନଜର ରଖିବ ଏହି ୟୁନିଟ୍ । ମୁମ୍ବାଇ ଓ ଦିଲ୍ଲୀ ପୋଲିସର କ୍ରାଇମ ୟୁନିଟ ଭଳି ଏହି କ୍ରାଇମ ୟୁନିଟ ବିଶେଷ କରି ଥାନାରେ ହେଉଥିବ ଅଭିଯୋଗକୁ ଗୁରୁତ୍ବ ଭାବେ ନେଇ ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବ । ଯାହାକି ବିଶେଷ କରି ଅପରାଧ ଘଟିବାର କମ୍ ସମୟ ମଧ୍ୟରେ ଅପରାଧୀକୁ ଟ୍ରାକ କରି ପର୍ଦ୍ଦାଫାସ କରିବା ଏହି ଟିମର ପରିକଳ୍ପନା, ଖୁବଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 16, 2021, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.