ETV Bharat / city

ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଡ୍ରାମା କହିଲେ ନରସିଂହ - BJP

7 ଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରୀୟ ନେତାଙ୍କୁ ଭେଟିବେ ଏବଂ ରାଜ୍ୟପାଇଁ ଅନୁଦାନ ମାଗିବେ । ଏପଟେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 9, 2019, 5:12 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାତ ଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତ ଅବସରରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତକାର କରିବାର କାର୍ଯ୍ୟକ୍ରମ ରହିଛି । ଇତିମଧ୍ୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନର ଦାବି ଦୋହରାଇପାରନ୍ତି ନବୀନ । ତେବେ ଏହାକୁ ବିଜେଡିର ରାଜନୈତିକ ସ୍ଲୋଗାନ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନରସିଂହ କହିଛନ୍ତି ଯେ କେନ୍ଦ୍ରଠାରୁ ଅଧିକରୁ ଅଧିକ ଅର୍ଥ ଆଦାୟ କରି ରାଜ୍ୟର ବିକାଶରେ ଖର୍ଚ୍ଚ କରିବା ହେଉଛି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟଙ୍କର ପ୍ରମୁଖ ଦାୟିତ୍ବ । ତେବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି କେବଳ ରାଜନୀତି କରୁଛି ଏବଂ ଦୀର୍ଘଦିନ ଧରି ଏହାକୁ ରାଜନୈତିକ ସ୍ଲୋଗାନ ଭାବେ ବ୍ୟବହାର କରିଆସିଛି । ସେ ଏହା ମଧ୍ୟ କହିଛନ୍ତି ଯେ ମୋଦି-ନବୀନଙ୍କ ସମ୍ପର୍କ ନୂଆ ନୁହେଁ । ନବୀନ ଏନଡିଏ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ତେବେ କେତେବେଳେ ସମର୍ଥନ ତ ଆଉ କେବେ ବିରୋଧ ଏହା ନବୀନଙ୍କ ରାଜନୈତିକ ଚାଲ୍ ।

ସୂଚନାଯୋଗ୍ୟ, 5ମ ଥର ପାଇଁ ରାଜ୍ୟର ଶାସନଗାଦି ଅଳଙ୍କୃତ କରିବା ପରେ ନବୀନଙ୍କ ଏହା ପ୍ରଥମ ନୂଆଦିଲ୍ଲୀ ଗସ୍ତ । ଏହି ଅବସରରେ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ସେ ଆଲୋଚନା କରିପାରନ୍ତି । ବିଶେଷକରି ‘ଫନି’ ପରର ସହାୟତା ରାଶି, କୋଇଲା ରୟାଲଟି ସଂଶୋଧନ, ସ୍ବତନ୍ତ୍ର ରାଜ୍ୟପାହ୍ୟା ଏବଂ ଲୋକସଭା ଉପବାଚସ୍ପତି ପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ନବୀନ ଜୋର ଦେବେ ।

ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ନବୀନ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ୧୫ ତାରିଖରେ ହେବାକୁଥିବା ନୀତି ଆୟୋଗ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ୧୬ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.