ଭୁବନେଶ୍ବର: ଫସିଥିବା ପ୍ରବାସୀ ଓଡିଆ ମାନଙ୍କ ପାଇଁ କିଛି ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ବର ଷ୍ଟେସନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଷ୍ଟେସନ ମାଷ୍ଟର, ଚିତ୍ତରଞ୍ଜନ ନାୟକ।
ସେ କହିଛନ୍ତି ଯେ, ଟ୍ରେନ ଚଳାଚଳ ଆରମ୍ଭକୁ ନେଇ ଭୁବନେଶ୍ଵରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି । ଏହାସହ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । କେବଳ ଯାତ୍ରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ । ଟ୍ରେନର ପହଞ୍ଚିବା ଓ ଛାଡିବା ସମୟ ମୁଖ୍ୟ ଜନସମ୍ପର୍କ ଅଧିକାରୀ, ଇଷ୍ଟ କୋଷ୍ଟ ରେଳବାଇ ସୂଚନା ଦେବେ ।
ଟ୍ରେନ ଟିକେଟ ପାଇଁ କେହି ଷ୍ଟେସନକୁ ଆସନ୍ତୁ ନାହିଁ । ଇ-ଟିକେଟ ପାଇଁ ଆଇଆରସିଟିସିର ୱେବସାଇଟରେ ଟିକେଟ ବୁକ୍ କରବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ