ଭୁବନେଶ୍ବର: କରୋନା କାୟାରେ ସାରା ରାଜ୍ୟ । ତୃତୀୟ ଲହରୀରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ଦିଆଯାଇଛି ଚେତାବନୀ । ତୃତୀୟ ଲହରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ଗଠନ ହୋଇଛି 8 ଜଣିଆ ସ୍ୱତନ୍ତ୍ର ଟିମ ।
ଶିଶୁମାନଙ୍କ ଦେହରେ କୋରୋନା ବୃଦ୍ଧି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି କମିଟି ଗଠନ କରାଯାଇଛି । କୋରୋନାର ତୃତୀୟ ଲହରୀରେ ଅଧିକ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଏବେଠୁ ସେମାନଙ୍କ ଶରୀରରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ତର୍ଜମା କରାଯିବ । ଏହି ଟିମକୁ ଡିଏମଇଟି ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଟିମ କାର୍ଯ୍ୟ କରିବ । ପରିବାର କଲ୍ୟାଣ ବିଭାଗର ନିର୍ଦେଶକ ରହିବେ ଏହି ଟିମର ଆବାହକ । ତେବେ ଏହି ଟିମ ବିଶେଷ ଭାବରେ ଶିଶୁଙ୍କ ଉପରେ ଫୋକସ କରିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ