ETV Bharat / city

ବ୍ରାଉନ ସୁଗାର ସମ୍ରାଜ୍ୟରେ ଏସଟିଏଫର ମାଡ; 8 ଗିରଫ ସହ 7 ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରାଉନ ସୁଗାର ସାମ୍ରାଜ୍ୟରେ ପଶିଲା ସ୍ପେଶାଲ ଟାକ୍ସ ଫୋର୍ସ । ଗୋଟିଏ ଦିନରେ 2ଟି ସ୍ଥାନରେ ଚଢଉ କରି 8 ଗିରଫ । ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ । ଅଧିକ ପଢନ୍ତୁ ...

PHOTO
Specal taks force
author img

By

Published : Jan 5, 2020, 10:01 PM IST

ଭୁବନେଶ୍ବର: ରାଜ୍ୟରେ ମାତିଛନ୍ତି ଧଳା ଜହର ବେପାରୀ । ନା ଅଛି ପୋଲିସକୁ ଭୟ ନା ଅଛି ଆଇନକୁ । ଖୁଲମଖୁଲ୍ଲା ଚଳାଇଛନ୍ତି ବ୍ରାଉନ ସୁଗାର ସାମ୍ରାଜ୍ୟ । ପୋଲିସର ବାରମ୍ବାର ଚଢାଉ, ଗିରଫଦାରୀ ବ୍ରାଉନ ସୁଗାର ବେପାରୀଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ । ଏବେ ରାଜ୍ୟ ବାହାରୁ ରାଜ୍ୟକୁ ଆସୁଛି କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ।

PHOTO
8 ଗିରଫ ସହ 7 ଲକ୍ଷରୁ ଅଧିକ ଟଙ୍କା ଜବତ

ତେବେ ରବିବାର ଏସଟିଏଫକୁ ମିଳିଛି ବଡ ସଫଳତା । ଗୋଟିଏ ଦିନରେ 2ଟି ସ୍ଥାନରେ ଚଢାଉ କରି ଗିରଫ କରିଛି 8 ଜଣଙ୍କୁ । ପ୍ରଥମେ ବାଲେଶ୍ବର ଜଳେଶ୍ବରରେ ଚଢାଉ କରି ଗିରଫ କରିଛି କଦର ମହମ୍ମଦ ନାମକ ଜଣେ ବେପାରୀଙ୍କୁ । ତାଙ୍କ ଠାରୁ 35 ଗ୍ରାମ ବ୍ରାଉନ ସୁଗାର ସହ 1 ଲକ୍ଷ 47 ହଜାର ଟଙ୍କା ଜବତ କରିଛି । ଏତଦ ବ୍ୟତିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ।

PHOTO
8 ଗିରଫ ସହ 7 ଲକ୍ଷରୁ ଅଧିକ ଟଙ୍କା ଜବତ

ସେହିପରି ଏସଟିଏଫ ଟିମ ପୁରୀ ମଙ୍ଗଳା ସାହି ନରେନ୍ଦ୍ର କୋଣରେ ଚଢାଉ କରି ୭ ଜଣଙ୍କୁ ଗିରଫ ସହ ୧୦ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ କେଟିଏମ, ପଲସର ବାଇକ, ୫ ଲକ୍ଷ ୯୭ ହଜାର ୩୭୦ ଟଙ୍କା ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଅଜୟ ନାୟକ, ରମେଶ ନାୟକ, ଅଭିମନ୍ୟୁ ସ୍ବାଇଁ, କାହ୍ନୁ ନାୟକ, ଚିନ୍ତାମଣି ନାୟକ, ବସନ୍ତ ସାମଲ, ଲକ୍ଷ୍ମୀଧର ନାୟକ । ସମସ୍ତଙ୍କୁ ଏନଡିପିଏସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବ୍ରାଉନସୁଗାର କାରବାର ଉପରେ ଏସଟିଏଫ ନଜର,ଗୋଟିଏ ଦିନରେ୨ଟି ସ୍ଥାନରୁ ୮ ଗିରଫ Body:

ବେଆଇନ ବ୍ରାଉନସୁଗାର କାରବାର ଉପରେ ଏସଟିଏଫ ନଜର।ରାଜ୍ଯ ଭିତରକୁ ଯୋଗାଉଥିବା ବେପାରିଙ୍କ ଉପରେ ଏସଟିଏଫ ଛାଟ।ବାଲେଶ୍ବର ଜଳେଶ୍ବରରୁ ଗିରଫ ହେଲା କଦର ମହମ୍ମଦ।୩୫ ଗ୍ରାମ ବ୍ରାଉନସୁଗାର ସହ ଏକ ଲକ୍ଷ ୪୭ହଜାର ୨୮୦ ଟଙ୍କା ଜବତ।ଏହା ସହ ବହୁ ତଥ୍ଯ ହାସଲ କରିଛି ଏସଟିଏଫ ଟିମ।ପରେ ବାଲେଶ୍ବର ଜିଲ୍ଲା କୋର୍ଟରେ ହାଜର କରାଯାଇଛି।ଏନଡିପିଏସ କୋର୍ଟ ଚାଲାଣ ହୋଇଛି।ସେହିପରି ପୁରି ମଙ୍ଗଳା ସାହି ନରେନ୍ଦ୍ର କୋଣରେ ରେଡ ବେଳେ ୭ଜଣ କୁ ଗିରଫ ସହ ୧୦ ଗ୍ରାମ ବ୍ରାଉନ ସୁଗାର ,ଗୋଟିଏ କେଟିଏମ ଓ ପଲସର ବାଇକ,୫ ଲକ୍ଷ ୯୭ ହଜାର ୩୭୦ ଟଙ୍କା ଜବତ କରିଛି ଏସଟିଏଫ ଟିମ।ସେମାନେ ହେଲେ ଅଜୟ ନାୟକ,ରମେଶ ନାୟକ,ଅଭିମନ୍ଯୁ ସ୍ବାଇଁ,କାହ୍ନୁ ନାୟକ,ଚିନ୍ତାମଣି ନାୟକ,ବସନ୍ତ ସାମଲ,ଲକ୍ଷ୍ମିଧର ନାୟକ।ସେମାନଙ୍କୁ ଏନଡିପିଏସ ଆକ୍ଟରେ ପୁରି ଜିଲ୍ଲା ଦୌରାଜଦ କୋର୍ଟକୁ ଚାଲାଣ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.