ETV Bharat / city

Assembly Winter Session: ଆଗୁଆ ସରିଲା ଶୀତ ଅଧିବେଶନ, ଏମିତି କହିଲେ ବାଚସ୍ପତି - ବିଧାନସଭା ଶୀତ ଅଧିବେଶନ ଶେଷ

20 ଦିନ ଆଗରୁ ଶେଷ ହୋଇଗଲା ଶୀତକାଳିନ ବିଧାନସଭା ଅଧିବେଶନ । ଦୁଃଖ ପ୍ରକାଶ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢ଼ନ୍ତୁ

Assembly Winter Session: ବିନା ପ୍ରଶ୍ନକାଳରେ ଅଧିବେଶନ ଶେଷ, ବାଚସ୍ପତି କହିଲେ ଖରାପ ଲାଗିଲା

author img

By

Published : Dec 10, 2021, 9:27 PM IST

ଭୁବନେଶ୍ବର: ଅଚଳାବସ୍ଥା ଭିତରେ ଶେଷ ହୋଇଗଲା ଶୀତକାଳିନ ବିଧାନସଭା ଅଧିବେଶନ । ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, "ବିଧାୟକ ମାନେ ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ତାର ସମସ୍ତ ଉତ୍ତର ମନ୍ତ୍ରୀ ମାନେ ଦେଇଛନ୍ତି । ଗୋଟିଏ କଥା ହିଁ ଖରାପ ଲାଗିଲା ଯେ ମୁଲତବୀ ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହୋଇପାରିଲାନାହିଁ । ତା ସହ ଶୂନ୍ଯକାଳ ହୋଇପାରିଲାନି ।"

Assembly Winter Session: ବିନା ପ୍ରଶ୍ନକାଳରେ ଅଧିବେଶନ ଶେଷ, ବାଚସ୍ପତି କହିଲେ ଖରାପ ଲାଗିଲା

ସମସ୍ତ ସରକାରୀ କାର୍ଯ୍ୟ ହୋଇଛି । ନିୟମକାନୁନ ମୁତାବକ ବାଚସ୍ପତି ବିରୋଧୀଙ୍କୁ ଗୃହ ଚଲାଇବାରେ ସହଯୋଗ କରିବାକୁ ନିବେଦନ କରିଥିଲେ । ତେବେ ତାହା ହୋଇ ପାରିଲା ନାହିଁ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।

ବିରୋଧୀଙ୍କ ସହଯୋଗ ବିନା ବାଚସ୍ପତି କିଛି କରି ପାରିବେ ନାହିଁ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଏଭଳି କଲେ ବରୋଧୀ ସେମାନଙ୍କ ଖ୍ୟାତି ବଢ଼ିବ ବୋଲି ଚିନ୍ତା କରୁଥିବା କଥା କହିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଅସତ୍ଯ । ଗୋଟିଏ ମିଡିଆ ସର୍ଭେ ମୁତାବକ ବିରୋଧୀଙ୍କ ଏଭଳି ଆଚରଣ ଦ୍ବାରା ଶାସକଦଳକୁ ଫାଇଦା ମିଳିଥାଏ ବୋଲି କହିଛନ୍ତି ବାଚସ୍ପତି । ଶୀତ ଅଧିବେଶନରେ କୌଣସି ଗୋଟିଏ ମଧ୍ୟ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇନଥିଲା ।

ଶୀତ ଅଧିବେଶନରେ ବିଭିନ୍ନ ବିଲ୍ ପାସ୍ ହୋଇଛି । କିନ୍ତୁ ବିଧାନସଭା ଯେଭଳି ଚାଲିବା କଥା ସେଭଳି ଚାଲି ପାରିଲାନି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.