ETV Bharat / city

ବିଧାନସଭା ଗେଷ୍ଟ ହାଉସର ତଥ୍ୟ ନାହିଁ, ଅଧିକାରୀଙ୍କ ସହ ଆଲୋଚନା କଲେ ବାଚସ୍ପତି

author img

By

Published : Jan 6, 2020, 11:33 PM IST

ପୁରୀରେ ଏକ ଗେଷ୍ଟ ହାଉସ ନିର୍ମାଣ ପାଇଁ 80 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହାର କୌଣସି ତଥ୍ୟ ନଥିବା କଥା ବାଚସ୍ପତି ପ୍ରକାଶ କରିଛନ୍ତି । ଅଧିକ ଖବର ପଢନ୍ତୁ...

bhubaneswar
ପୁରୀ ବିଧାନସଭା ଗେଷ୍ଟ ହାଉସର ତଥ୍ୟ ନାହିଁ

ଭୁବନେଶ୍ବର: ଓଡିଶା ବିଧାନସଭା ପକ୍ଷରୁ 2008-09 ମସିହାରେ ପୁରୀରେ ଏକ ଗେଷ୍ଟ ହାଉସ ନିର୍ମାଣ ପାଇଁ 80 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସେଠାରେ ଥିବା ଗେଷ୍ଟ ହାଉସର କୌଣସି ସୂଚନା ନଥିବା କଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ପୁରୀ ବିଧାନସଭା ଗେଷ୍ଟ ହାଉସର ତଥ୍ୟ ନାହିଁ

ଏ ସଂପର୍କରେ ୱାର୍କସ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବାଚସ୍ପତି ଆଲୋଚନା କରିଛନ୍ତି । ଏହି କୋଠାର ସ୍ଥିତି ଅନୁଧ୍ୟାନ କରାଯିବା ପରେ ଆବଶ୍ୟକୀୟ ମରାମତି କରାଯାଇ ଗେଷ୍ଟ ହାଉସ କରାଯିବ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସମୟରେ ପୁରୀ ନୋଳିଆ ସାହି ଅଞ୍ଚଳରେ 80 ଲକ୍ଷ ଟଙ୍କା ବ୍ୟୟରେ ଏକ କୋଠା ନିର୍ମିତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି କୋଠା କାହା ଅଧିନରେ ରହିଛି ଓ କେଉଁ ଅବସ୍ଥାରେ ରହିଛି ସେ ବିଷୟରେ କୌଣସି ତଥ୍ୟ ନାହିଁ ବୋଲି ବାଚସ୍ପତି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଓଡିଶା ବିଧାନସଭା ପକ୍ଷରୁ ପୁରୀ ଠାରେ ଏକ ଗେଷ୍ଟ ହାଉସ ନିର୍ମାଣ ପାଇଁ ୮୦ ଲକ୍ଷ ଟଙ୍କା ଦିଆଯାଇଥିଲା ।ହେଲେ ସେଠାରେ ଗେଷ୍ଟ ହାଉସ ହୋଇଛି କି ନାହିଁ ତାହାର ଖୋଜ ଖବର କାହା ପାଖରେ ନାହିଁ ।ଯଦି ତିଆରି ହୋଇଛି ତାହାର ସ୍ତିତି କେମିତି ଅଛି ଏନେଇ ତଦାରଖ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେଥିପାଇଁ ୱାର୍କସ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବାଚସ୍ପତିଙ୍କ ଆଲୋଚନା କରିଛନ୍ତି । ପୁରୀ ନୋଳିଆ ସାହି ଆଖପାଖ ଅଞ୍ଚଳରେ ୮୦ ଲକ ଟଙ୍କା ବ୍ୟୟରେ ନିର୍ମିତ ଏକ କୋଠାର ଅବସ୍ଥିତିକୁ ନେଇ ୱାର୍କସ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ।
Body:ସୂଚନା ଅନୁସାରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସମୟରେ ଏହି କୋଠା ନିର୍ମିତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି କୋଠା କାହା ଅଧିନରେ ରହିଛି ,କିପରି ଅବସ୍ଥାରେ ରହିଛି ,ସେ ବିଷୟରେ କୌଣସି ତଥ୍ୟ ନାହିଁ । Conclusion:ତେବେ ନିଜେ ପୁରୀ ଯାଇ ସେ କୋଠାର ଅବସ୍ଥିତିକୁ ଦେଖି ଆବଶ୍ୟକୀୟ ମରାମତି କରାଯାଇ ଗେଷ୍ଟ ହାଉସ କରାଯିବ ।
ବାଇଟ୍ :ସୂର୍ଯ୍ୟ ପାତ୍ର ,ବାଚସ୍ପତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.