ETV Bharat / city

୨୦ ଦିନ ମଧ୍ୟରେ ବିଧାନସଭା ହେବ ସମ୍ପୂର୍ଣ୍ଣ ଓ୍ଵାଇ-ଫାଇ

author img

By

Published : Jan 6, 2020, 7:30 PM IST

ସମ୍ପୂର୍ଣ୍ଣ ବିଧାନସଭା ହେବ ଓ୍ଵାଇ-ଫାଇ । ଆଗାମୀ 20 ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବା ନେଇ କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ନେଭା ଏବଂ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କର କର୍ମକର୍ତ୍ତାଙ୍କ ସହ ବୈଠକ କରିବା ପରେ ସୂଚନା ଦେଇଛନ୍ତି ବାଚସ୍ପତି ।

speaker-meeting-at-assembly
speaker-meeting-at-assembly

ଭୁବନେଶ୍ବର: ନେଭା ଏବଂ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କର କର୍ମକର୍ତ୍ତାଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ହୋଇଛି ରିଭ୍ୟୁ ମିଟିଂ । ଆଗାମୀ 20 ଦିନ ମଧ୍ୟରେ ବିଧାନସଭାକୁ ସମ୍ପୂର୍ଣ୍ଣ ୱାଇ-ଫାଇ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ବାଚସ୍ପତି ।

୨୦ ଦିନ ମଧ୍ୟରେ ବିଧାନସଭା ହେବ ସମ୍ପୂର୍ଣ୍ଣ ଓ୍ଵାଇ-ଫାଇ

ବିଧାନସଭାରେ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ବସିଥିଲା ଏହି ରିଭ୍ୟୁ ମିଟିଂ । ଆଗାମୀ ୨୦ ଦିନ ମଧ୍ୟରେ ବିଧାନସଭାକୁ ୱାଇ -ଫାଇ କରାଯିବା ସହ ବିଧାନସଭା ମଧ୍ୟରେ ସମସ୍ତ ଫାଇଲ ମୁଭମେଣ୍ଟ ଅନଲାଇନ୍ ଯୋଗେ କରାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେହିପରି ସମସ୍ତ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ନିର୍ମିତ ନୂତନ ଗୃହର ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରାଯିବ । ବିଧାନସଭାର ସମସ୍ତ ପ୍ରଶ୍ନ ପତ୍ର ମଧ୍ୟ ଅନଲାଇନରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ନେଭା ଏବଂ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କର କର୍ମକର୍ତ୍ତାଙ୍କ ସହ ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗ ଶେଷ । ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କ ଅଫିସରେ ବସିଥିଲା ରିଭ୍ୟୁ ମିଟିଙ୍ଗ । Body:ଆଗାମୀ ୨୦ ଦିନ ମଧ୍ୟରେ ପୁରା ବିଧାନ ସଭାକୁ ୱାଇ -ଫାଇ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନ ସଭା ମଧ୍ୟରେ ସମସ୍ତ ଫାଇଲ ମୁଭମେଣ୍ଟ ଅନଲାଇନ୍ ଯୋଗେ କରାଯିବ ବୋଲି ସେ କହିଛନ୍ତି । Conclusion:ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ,ବିଧାନସଭାରେ ନିର୍ମିତ ନୂତନ ହଲ୍କକୁ ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯିବ ।ବିଧାନସଭା ର ସମସ୍ତ ପ୍ରଶ୍ନ ପତ୍ର ମଧ୍ୟ ଅନଲାଇନ ରେ କରାଯିବ ବୋଲି ସେ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.