ETV Bharat / city

Odisha Assembly: 3 ଦିନ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ

author img

By

Published : Aug 1, 2022, 8:14 PM IST

ନିର୍ଦ୍ଧାରିତ 3 ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବିଭିନ୍ନ ସମୟରେ ମୁଲତବୀ ହୋଇଥିଲେ ବି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ନିର୍ଦ୍ଧାରିତ 3 ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବିଭିନ୍ନ ସମୟରେ ମୁଲତବୀ ହୋଇଥିଲେ ବି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ।

ଜୁଲାଇ 2 ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଅଗଷ୍ଟ 4 ରେ ଶେଷ ହେବାର କାର୍ଯ୍ୟକ୍ରମ ନିର୍ଘଣ୍ଟ ହୋଇଥିଲା । ହେଲେ 3 ଦିନ ପୂର୍ବରୁ ଆଜି ଅଧିବେଶନ ଶେଷ ହୋଇଛି । ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା । ଅଧିବେଶନରେ 21ଟି କାର୍ଯ୍ୟ ଦିବସ ହୋଇଛି । 11 ଟି ମୁଲତବୀ ନୋଟିସ ଉପରେ ଅଧିବେଶନରେ ଆଲୋଚନା ହୋଇଛି । 8 ଟି ବିଲ ଉପସ୍ଥାପନ ହୋଇଛି । ସେଥିମଧ୍ୟରୁ 7 ଟି ବିଲ ପାରିତ ହୋଇଛି । 21ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଛି ।

ଏହାବାଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ ପାଇଁ ଗୃହରେ ଏକ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି । ବଜେଟ ଅଧିବେଶନର ଶେଷ ଦିନରେ ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ର ଦାୟିତ୍ୱ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.