ETV Bharat / city

Odisha Assembly: 20 ବର୍ଷରେ ଓଡିଶାରୁ ସଫ୍ଟୱେର ରପ୍ତାନୀ 30 ଗୁଣା ବୃଦ୍ଧି

author img

By

Published : Jul 14, 2022, 10:46 PM IST

ରାଜ୍ୟରେ ସଫ୍ଟୱେର ରପ୍ତାନୀ ବୃଦ୍ଧି ପାଇଛି । 20 ବର୍ଷ ମଧ୍ୟରେ ସଫ୍ଟୱେର ରପ୍ତାନୀ 30 ଗୁଣା ବୃଦ୍ଧି ପାଇଛି । 2001 ମସିହାରେ ରାଜ୍ୟର ସଫ୍ଟୱେର ରପ୍ତାନୀ 180 କୋଟି ଟଙ୍କା ଥିବାବେଳେ ଏବେ ତାହା 5 ହଜାର 500 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ରାଜ୍ୟରେ ସଫ୍ଟୱେର ରପ୍ତାନୀ ବୃଦ୍ଧି ପାଇଛି । 20 ବର୍ଷ ମଧ୍ୟରେ ସଫ୍ଟୱେର ରପ୍ତାନୀ 30 ଗୁଣା ବୃଦ୍ଧି ପାଇଛି । 2001 ମସିହାରେ ରାଜ୍ୟର ସଫ୍ଟୱେର ରପ୍ତାନୀ 180 କୋଟି ଟଙ୍କା ଥିବାବେଳେ ଏବେ ତାହା 5 ହଜାର 500 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତ ବେହେରା ।

ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତ ବେହେରା । ମନ୍ତ୍ରୀ କହିଛନ୍ତି ଯେ, 2001 ମସିହାରେ ରାଜ୍ୟର ସଫ୍ଟୱେର ରପ୍ତାନୀ 180 କୋଟି ଟଙ୍କା ଥିଲା । 2021-22 ମସିହାରେ ତାହା ପ୍ରାୟ 30 ଗୁଣ ଅର୍ଥାତ 5 ହଜାର 500 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହ ପୂର୍ବ ଭାରତରେ ଓଡିଶାକୁ ପ୍ରମୁଖ IT ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ICT Policy - 2014 ର ପ୍ରଣୟନ କରିଛନ୍ତି । ସରକାରଙ୍କ ପକ୍ଷରୁ IDCO ମାଧ୍ୟମରେ 2 ଟି IT Park ଯଥା Infocity SEZ ଓ Infovalley ପ୍ରତିଷ୍ଠା ହୋଇଛି ।

ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି Infovalley ରେ ଏକ Green Field Electronics Manufacturing Cluster (EMC) ପ୍ରତିଷ୍ଠା କରାଯାଉଛି । IT କମ୍ପାନୀ ମାନଙ୍କୁ Incubation ସୁବିଧା ଯୋଗାଇ ଦେବା ନିମନ୍ତେ ବିଭିନ୍ନ IT ଟାୱାର, OCAC ଟାୱାର, Fortune ଟାୱାର, IDCO ଟାୱାର - 2000, ଟାୱାର - 2010, STPI ଟାୱାର ଏବଂ O -Hub ଇତ୍ୟାଦି ତିଆରି କରାଯାଇଛି । ରାଜ୍ୟରେ ପ୍ରମୁଖ IT ସଂସ୍ଥା WIPRO, TCS, Infosys, MindTree, Tech Mahindra, Black Knight ଓ Capagemini ଇତ୍ୟାଦି IT/ ITeS ଫାର୍ମ କାର୍ଯ୍ୟ କରୁଛନ୍ତି । ଡେଲଏଟ କମ୍ପାନୀ ଓଡିଶାରେ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.