ଭୁବନେଶ୍ବର: ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସବୁବେଳେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଆଜି(ଗୁରୁବାର) ଏନେଇ ଏକ କମିଟି ଗଠନ କରିଛନ୍ତି ସରକାର । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି । କମିଟି ବିଶେଷକରି କିପରି 'ସୋସିଆଲ ଡିଷ୍ଟାନ୍ସ' ରଖାଯାଇ ପାରିବ ସେନେଇ ନିଷ୍ପତ୍ତି ନେବ। ଅନ୍ୟ ବିଭାଗ ମଧ୍ୟ ସେମାନଙ୍କ ସୁପାରିଶ କମିଟିକୁ ପଠାଇ ପାରିବେ ।
ପ୍ରଥମ ଦଫାରେ ଏକ ଗାଇଡ ଲାଇନ ଜାରି କରିଛି କମିଟି । ଯେଉଁଥିରେ ହାଇ ଏଣ୍ଡ ସେଲୁନ, ବିୟୁଟି ପାର୍ଲର, ସ୍ପା ସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଥାସମ୍ଭବ ଘରୋଇ କ୍ଷେତ୍ରର କର୍ମଚାରୀ ବାହାରେ ନବୁଲି ଘରେ ବସି କାମ କରିବା ପାଇଁ କହିଛି କମିଟି । ଜେଲରେ ରହିଥିବା ବନ୍ଦୀଙ୍କ ପାଇଁ ମଧ୍ୟ କଟକଣା ରହିଛି । ସନ୍ଦେହ ଆସିଲେ ସେମାନଙ୍କୁ କିପରି ଆଇସୋଲେସନରେ ରଖାଯିବ ତା ଉପରେ ଗୁରୁତ୍ବ ଦିଆଯାଇଛି । ଗ୍ରାମାଞ୍ଚଳରେ ଥିବା ପୋଖରୀ, ଜଳାଶୟରେ ଗାଧୋଇବା ଉପରେ କଟକଣା ଜାରି ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ