ETV Bharat / city

ସ୍ମିତାରାଣୀ ମୃତ୍ୟୁ ଘଟଣା: ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

author img

By

Published : Nov 18, 2019, 6:22 PM IST

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଓ ଗୃହରେ ବିରୋଧୀ ଦଳକୁ ବାଚସ୍ପତିଙ୍କ ଅଣଦେଖା ଆଦି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । ଏନେଇ ବିଧାୟକ ଦଳ ପକ୍ଷରୁ ଏକ ସ୍ମାରକପତ୍ର ମଧ୍ୟ ରାଜ୍ୟପାଳଙ୍କୁ ଦିଆଯାଇଛି ।

ସ୍ମିତାରାଣୀ ମୃତ୍ୟୁ ଘଟଣା : ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର: ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ, ଗୃହରେ ବିରୋଧୀ ଦଳକୁ ବାଚସ୍ପତିଙ୍କ ଅଣଦେଖା, ଗୃହ ପରିଚଳନା ଆଦି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । ଏନେଇ ବିଧାୟକ ଦଳ ପକ୍ଷରୁ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଛି ।

ସ୍ମିତାରାଣୀ ମୃତ୍ୟୁ ଘଟଣା : ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଗତ ଦୁଇ ଦିନ ଧରି ବିଜେପିର ବିଧାୟକମାନେ ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଥିଲେ ମଧ୍ୟ ବାଚସ୍ପତି କିନ୍ତୁ ମୁଖ୍ୟ ବିରୋଧୀ ଦଳର ଅନୁପସ୍ଥିତିରେ ଗୃହକୁ ଚଳାଇଥିଲେ । ଏପରିକି ମୁଖ୍ୟ ବିରୋଧୀ ଦଳର ଅନୁପସ୍ଥିତିରେ ସରକାରୀ ବିଲ ଗୃହରେ ଆଗତ ହୋଇ ପାସ୍‌ ହୋଇଛି ଓ ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ ବାଚସ୍ପତି ଗୁରୁତ୍ବ ଦେଉନାହାଁନ୍ତି ଆଦି ଅଭିଯୋଗ କରି ବିଜେପି ରାଜ୍ୟପାଳଙ୍କୁ ଭେଟିଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ଦିନ 3ଟା ପର୍ଯ୍ୟନ୍ତ୍ୟ ଗୃହ ମୁଲତବୀ

ଭୁବନେଶ୍ବର:  ଆଜି ପଞ୍ଚମ ଦିନ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । କିଛି ସମୟ ଗୃହ ଚାଲିବା ପରେ କଂଗ୍ରେ ବିଧାୟକମାନେ ଗୃହରେ ହଟୋଗୋଳ କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ 3 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଅନ୍ୟପଟେ ଅଧିବେଶନ ଆରମ୍ଭର ଦୁଇଦିନ ପରେ ବିରୋଧି ଦଳ ବିଜେପିର ବିଧାୟକମାନେ ପ୍ରଥମେ ଗୃହରେ ନିଜନିଜ ସ୍ଥାନରେ ଠିଆହୋଇ କାନ୍ଧରେ କଳା ଗାମୁଛା ଓ ମୁହଁରେ ପଟି ବାନ୍ଧି ଅଭିନବ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଜେପିର ଅଭିଯୋଗ ହେଲା, ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ବିଜେପିର ମୋସନ୍ ଉପରେ ଆଲୋଚନା କରାଗଲା ନାହିଁ। ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ସରକାର ଶୁଣୁ ନାହାନ୍ତି। ଏହି ବିଷୟରେ ପ୍ରତିବାଦ କରି, ଶେଷରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ବିଧାନସଭାରୁ ଚାଲିଚାଲି ରାଜଭବନ ଅଭିମୁଖେ ଯାଇଛନ୍ତି ବିଜେପିର ସମସ୍ତ ବିଧାୟକ।

ବିଧାନସଭାର ଶୀତକାଳୀନ ଅଧିବେଶନ 13ରୁ ଆରମ୍ଭ ହୋଇଛି। ଏହି ଅଧିବେଶନ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ 30ଟି କାର୍ଯ୍ୟଦିବସ(25ସରକାରୀ, 5ଟି ବେସରକାରୀ) ରହିଥିବାବେଳେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ।  ଏହା ଉପରେ ଆଲୋଚନା ପ୍ରସ୍ତାବ ରହିଥିଲେ ମଧ୍ୟ ବିରୋଧୀଙ୍କ ବିରୋଧ ଯୋଗୁଁ ସମ୍ଭବ ହୋଇନାହିଁ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.