ETV Bharat / city

ରାଜରାସ୍ତାରେ ଭିକ୍ଷାମାଗି ଦାବି ରଖିଲେ ସ୍ମାର୍ଟସିଟି ଅନଲାଇନ ଅଟୋଗୃପ - Protest In Pmg Chhak

କୋରୋନା ମହାମାରୀ ସମୟରେ ଫାଇନାନ୍ସ କମ୍ପାନୀର ଜୁଲୁମରେ ଅତିଷ୍ଠ ହେଉଛନ୍ତି ଅଟୋଚାଳକ । ଏନେଇ ସଙ୍ଘ ପକ୍ଷରୁ ଲୋୟର ପିଏମଜିରେ ଅଟୋ ଗୁଡିକୁ ଧାଡ଼ି କରି ରଖି ଫାଇନାନ୍ସ କମ୍ପାନୀ ମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ରାଜରାସ୍ତାରେ ଭିକ୍ଷାମାଗି ଅଭିନବ ଢଙ୍ଗରେ ବିକ୍ଷୋଭ କରିଛି ସ୍ମାର୍ଟ ସିଟି ଅନଲାଇନ ଅଟୋଗ୍ରୁପ

author img

By

Published : Jul 26, 2021, 10:05 PM IST

ଭୁବନେଶ୍ବର: ରାଜଧାନୀରେ ଭିନ୍ନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ସ୍ମାର୍ଟସିଟି ଅନଲାଇନ ଅଟୋଗ୍ରୁପ । କୋରୋନା ମହାମାରୀ ସମୟରେ ପ୍ରାଇଭେଟ ଫାଇନାନ୍ସ କମ୍ପାନୀ ମାନଙ୍କ ଦାଦାଗିରି ବିରୋଧରେ ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ସ୍ମାର୍ଟସିଟି ଅନଲାଇନ ଅଟୋଗ୍ରୁପର କର୍ମୀମାନେ । ମହାମାରୀ ସମୟରେ ବ୍ୟବସାୟ ବନ୍ଦ ରହିଥିବା ବେଳେ ଚାଳକ ମାନଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ଖାଇବା ଅସମ୍ଭବ ହୋଇପଡିଛି ।

ରାଜରାସ୍ତାରେ ଭିକ୍ଷାମାଗି ଅଭିନବ ଢଙ୍ଗରେ ବିକ୍ଷୋଭ କରିଛି ସ୍ମାର୍ଟ ସିଟି ଅନଲାଇନ ଅଟୋଗ୍ରୁପ

କୋଭିଡ ସମୟରେ ଦୀର୍ଘ ୬ ମାସ ଧରି କୌଣସି ପ୍ରକାର ସୁଧ ଆଦାୟ କରାଯିବନି ବୋଲି ସରକାର ଘୋଷଣା କରିଥିବା ବେଳେ ସରକାରଙ୍କ ଗାଇଡଲାଇନ ମାନୁନାହାନ୍ତି ଘରୋଇ ଫାଇନାନ୍ସ କମ୍ପାନୀ । ଏନେଇ ଦାଦାଗିରି ସହ କିସ୍ତିନେବା ପାଇଁ ଅଟୋଚାଳକଙ୍କ ଉପରେ ମାତ୍ରାଧିକ ଶୋଷଣ ସହ ଅକଥନୀୟ ଅତ୍ୟାଚାର କରୁଛନ୍ତି । ସେପଟେ କାହାର ଗାଡି ଭିଡ଼ିନେଉଛନ୍ତି ତ କାହାକୁ ଏକୁଟିଆ ଦେଖି ଧମକ ଦେଉଛନ୍ତି । ଆଉ ମନଇଛା ଚକ୍ରବର୍ତୀ ସୁଦ୍ଧ ଲାଗୁ କରି ବକେୟା ପାଉଣା ଏକକାଳୀନ ମାଗୁଛନ୍ତି ।

ଯାହାକି ବର୍ତମାନ ସମୟରେ ଆମ ମାନଙ୍କ ପାଇଁ ବୋଝ ଉପରେ ଲଲିତା ବିଡା ସଦୃଶ । ତେଣୁ କିସ୍ତିରେ ଅବଧି ବଢାଇବା ସହ ଆମକୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛି ସଙ୍ଘ। ଏହାକୁ ନେଇ ସଂଘ ପକ୍ଷରୁ ଋଣ ଶୁଝିବା ନେଇ ଶୋଷଣ ବଢ଼ୁଥିବାରୁ କଂସା ଥାଳିଆ ବଜାଇ ଭିକ ମାଗି ଅଭିନୟ ଉପାୟରେ ସହ ସହ ଅଟୋଚାଳକ ବିକ୍ଷୋଭ ପଦର୍ଶନ କରିଛନ୍ତି।

ଏନେଇ ସଙ୍ଘ ପକ୍ଷରୁ ଅଟୋ ଗୁଡିକୁ ଲୋୟର ପିଏଜିରେ ଧାଡ଼ି କରି ରଖି କମ୍ପାନୀ ମାନଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ଆଗାମୀ ଦିନରେ ତାଙ୍କ କଥା ସରକାର ନଶୁଣନ୍ତି ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.