ETV Bharat / city

ବସ୍ତି ଉଚ୍ଛେଦ ନେଇ ଆନ୍ଦୋଳନରତ ବସ୍ତିବାସିନ୍ଦା

author img

By

Published : Aug 23, 2021, 10:40 PM IST

ଦିନକୁ ଦିନ ରାଜଧାନୀରେ ବଢିବାରେ ଲାଗିଛି ବସ୍ତିବାସିନ୍ଦାଙ୍କ ସମସ୍ୟା । ଆଉ ଏହାକୁ ପୂରଣ ନ କରି ଜାେର ଜବରଦସ୍ତ ବସ୍ତି ଉଚ୍ଛେଦ କରିବାକୁ ଉଦ୍ୟମ କରିଛି BMC । ଅଧିକ ପଢନ୍ତୁ...

ବସ୍ତି ଉଚ୍ଛେଦ ନେଇ ଆନ୍ଦୋଳନରତ ବସ୍ତିବାସିନ୍ଦା
ବସ୍ତି ଉଚ୍ଛେଦ ନେଇ ଆନ୍ଦୋଳନରତ ବସ୍ତିବାସିନ୍ଦା

ଭୁବନେଶ୍ବର: ବିଏମସି ପକ୍ଷରୁ ବସ୍ତି ଉଚ୍ଛେଦ ନେଇ ଧାରଣାରେ ବସ୍ତି ବାସିନ୍ଦା । ସେପଟେ ମାରିବୁ ପଛେ ଛାଡ଼ିବୁ ନାହିଁ ଏଭଳି ନାରା ନେଇ ବସ୍ତି ଉଚ୍ଛେଦକୁ ଦୃଢ ବିରୋଧ କରିଛନ୍ତି ରାଜଧାନୀ ଭୁବନେଶ୍ବର ଅଧିନ ସୁବାସ ବୋଷ ନଗର ବସ୍ତିବାସିନ୍ଦା । ବିଏମସିର ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧକୁ କରି ଶହ ଶହ ବସ୍ତିବାସିନ୍ଦା ଏକାଠି ହୋଇ ବସ୍ତିର ସୁରକ୍ଷା ଲାଗି ସମାବେଶ କରିଥିଲେ । ଯେ ପର୍ଯ୍ୟନ୍ତ ଆମକୁ ଥଇଥାନ କରାଯାଇନାହିଁ ସେ ପର୍ଯ୍ୟନ୍ତ ବସ୍ତିକୁ ଇଞ୍ଚିଏ ବି ଘୁଞ୍ଚିବାକୁ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ରାଜୀବ ଗାନ୍ଧୀ ଆବାସ ଯୋଜନାରେ ସବୁ ବସ୍ତି ବାସିନ୍ଦା ଘର ସହ ଜମି ପଟ୍ଟା ମିଳିବାର ସୁବିଧା ରହିଥିବାବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ବସ୍ତି ବାସିନ୍ଦା । ସେପଟେ ଏନେଇ ବସ୍ତି ବାସିନ୍ଦା ଅଭିଯୋଗ କରିଥିବାବେଳେ ସେ କହିଛନ୍ତି କି ବିଏମସି ଆମ ଦାବିପତ୍ରକୁ ଗ୍ରହଣ କରୁନି । ଘର ନ ଦେଇ ୧୮ଟି ଘର ଭାଙ୍ଗି ଦେବାର ଅଚାନକ ନୋଟିସ ଦେଇଛି । ଆଉ ଏହାକୁ ଆମେ ତୀବ୍ର ବିରୋଧ କରୁଛୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.