ETV Bharat / city

UGC ପକ୍ଷରୁ ରମାଦେବୀକୁ ମିଳିଲା 12 B ଷ୍ଟାଟସ

author img

By

Published : Jul 13, 2021, 9:24 PM IST

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ବି -12 ମାନ୍ୟତା ଅନୁମୋଦନ କରିବାକୁ UGC ପକ୍ଷରୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

UGC ପକ୍ଷରୁ ରମାଦେବୀକୁ ମିଳିଲା 12 B ଷ୍ଟାଟସ
UGC ପକ୍ଷରୁ ରମାଦେବୀକୁ ମିଳିଲା 12 B ଷ୍ଟାଟସ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ କୁ ୟୁଜିସି ପକ୍ଷରୁ 12 B ଷ୍ଟାଟସ ମିଳିଛି। ଗତ ଫେବୃଆରୀ 17 ଓ 18 ତାରିଖ ରେ ୟୁଜିସି ଏକ୍ସପର୍ଟ କମିଟି ବିଶ୍ବବିଦ୍ୟାଳୟ ଗସ୍ତରେ ଆସିଥିଲା । ଅନୁଧ୍ୟାନ ପରେ ଏହି ଷ୍ଟାଟସ ପ୍ରଦାନ କରାଯାଇଛି। ଏବେ ବିଶ୍ବବିଦ୍ୟାଳୟ NIRF ରାଙ୍କିଙ୍ଗରେ ଭାଗ ନେବା ସହ NAAC ସ୍ଵୀକୃତି ପାଇପାରିବ । ବିଶ୍ୱବିଦ୍ୟାଳୟ ଦ୍ୱାରା ଦାଖଲ ହୋଇଥିବା ଅନୁପାଳନ ସହିତ ବିଶେଷଜ୍ଞ କମିଟିର ରିପୋର୍ଟକୁ ୟୁଜିସି (UGC) ସଦସ୍ୟଙ୍କ ସ୍ଥାୟୀ କମିଟି ସମ୍ମୁଖରେ ରଖାଯାଇଥିଲା ।

UGC ପକ୍ଷରୁ ରମାଦେବୀକୁ ମିଳିଲା 12 B ଷ୍ଟାଟସ
UGC ପକ୍ଷରୁ ରମାଦେବୀକୁ ମିଳିଲା 12 B ଷ୍ଟାଟସ

କମିଟି ଦ୍ବାରା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ବି -12 ମାନ୍ୟତା ଅନୁମୋଦନ କରିବାକୁ ନିଷ୍ପତ୍ତି ହୋଇଛି । NIRF ର଼୍ୟାଙ୍କିଙ୍ଗରେ ଅଂଶଗ୍ରହଣ କରିବାକୁ ଏବଂ ଶୀଘ୍ର NAAC ମାନ୍ୟତା ପାଇବାକୁ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। ଅଧ୍ୟାପିକା ମଞ୍ଜୁରୀପ୍ରାପ୍ତ ଏବଂ ପଦବୀରେ ସଂପୃକ୍ତ ବିଧି ଅନୁଯାୟୀ ନିଯୁକ୍ତି କରାଯିବ ।

UGC ବିଶେଷଜ୍ଞ କମିଟିର ରିପୋର୍ଟ ସହିତ କମିଟିର ଉପରୋକ୍ତ ସୁପାରିଶ ଗୁଡିକ 1 ଜୁଲାଇରେ ଆୟୋଜିତ ହୋଇଥିବା 551ଟି ବୈଠକରେ ଆୟୋଗଙ୍କ ନିକଟରେ ରଖାଯାଇଥିଲା । କମିଟିର UGC ଅଧିନିୟମ, 1956 ର ଧାରା 12 (B) ଅଧୀନରେ ବିଶ୍ୱବିଦ୍ୟାଳୟ ତାଲିକାରେ ବିଶ୍ୱବିଦ୍ୟାଳୟର ନାମ ଅନ୍ତର୍ଭୁକ୍ତ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.