ETV Bharat / city

ଓଡିଶା ଉପରେ ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ !

ରାଜ୍ୟ ଅର୍ଥନୀତି ଉପରେ ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ । ଯେତିକି ଅନୁଦାନ କେନ୍ଦ୍ର ଦେବା କଥା, ତାହା କମିବା ନେଇ ଆଶଙ୍କା ଦେଖାଦେଇଛି । ଏପଟେ ଜାତୀୟ ବଜାର ମାନ୍ଦାରେ ଚାଲୁଥିବା ବେଳେ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିପାରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ।

ଡିଜାଇନ ଫଟୋ
author img

By

Published : Aug 28, 2019, 11:37 PM IST

ଭୁବନେଶ୍ବର: ମାନ୍ଦାବସ୍ଥାର ପ୍ରଭାବ ରାଜ୍ୟରେ ପଡିବା ନେଇ ଉଙ୍କି ମାରୁଛି ଆଶା ଆଶଙ୍କା । ଦେଶର ଜିଡିପି ହାର ଆଗକୁ କମିବ ବୋଲି ବିଭିନ୍ନ ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା କହିଲେଣି । ଏଭଳି ହେଲେ କେନ୍ଦ୍ରୀୟ ଅନୁଦାନ ମଧ୍ୟ କମିବ । ସେପଟେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେତିକି ଟିକସ ଆଦାୟ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବା କଷ୍ଟ ହୋଇପାରେ । ଏଭଳି ସ୍ଥିତିରେ ରାଜ୍ୟର ବିକାଶ କିଭଳି ଗତିଶୀଳ ହେବ ଏବଂ ସରକାର ବଜେଟରେ ଯେଉଁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିଲେ ତାକୁ କିଭଳି ଭରଣା କରିବେ ତାକୁ ନେଇ ଉପୁଜିଲାଣି ଦ୍ବନ୍ଦ୍ବ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କଣ ପଡିବ ରାଜ୍ୟ ଅର୍ଥନୀତି ଉପରେ ? ସରକାର ଯେଉଁ ୧ ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେ ଲକ୍ଷ୍ୟସ୍ଥଳରେ ରାଜ୍ୟ ପହଁଚିବା ନେଇ ଶଙ୍କା ଦେଖାଗଲାଣି । ରାଜ୍ୟର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ ହେବା ନେଇ ମଧ୍ୟ ସମ୍ଭାବନା ଦେଖାଗଲାଣି । ଏପଟେ କେନ୍ଦ୍ର ଯେତିକି ରାଜ୍ୟର ଅଂଶ ବାବଦକୁ ଦେବାକଥା ତାହା ଦେବ କି ନାହିଁ ତାହା ମଧ୍ୟ ସନ୍ଦେହରେ । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଲାଣି ସମସ୍ତଙ୍କ ମନରେ । ଅର୍ଥନୀତିଜ୍ଞଙ୍କ ଠାରୁ ଶିଳ୍ପପତି । ସରକାରଙ୍କ ଠାରୁ ସାଧାରଣ ଲୋକେ ଏଥିପାଇଁ ବି ଚିନ୍ତିତ । ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଉତ୍ସରୁ ଓଡିଶା ସରକାର ଯେଉଁ ୪୬ ହଜାର କୋଟିର ରାଜସ୍ବ ପ୍ରାପ୍ତି ଲକ୍ଷଧାର୍ଯ୍ୟ କରିଛନ୍ତି ତାହା ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଜୁଲାଇ ପର୍ଯ୍ୟନ୍ତ ପ୍ରଥମ କ୍ବାର୍ଟରରେ ରାଜସ୍ବ ସଂଗ୍ରହ ଲକ୍ଷ୍ୟଠାରୁ ଅଧିକା ଥିଲା । ଏବେ ଚିନ୍ତା ଦ୍ବିତୀୟ କ୍ବାର୍ଟରରୁ ରାଜସ୍ବ ସଂଗ୍ରହକୁ ନେଇ । କାରଣ ଆନ୍ତର୍ଜାତୀୟ ବଜାରରେ ଇସ୍ପାତର ଦର ହ୍ରାସ ପାଇଁ ଖଣି କାରବାର ବାଧାପ୍ରାପ୍ତ ହୋଇଛି । ଯାହାକି ରାଜ୍ୟ ରାଜସ୍ବର ସବୁଠୁ ବଡ ଉତ୍ସ । ଏବର୍ଷ ଓଡିଶା ୮,୫୦୦ କୋଟି ଖଣି ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛି । ସେହିଭଳି କେନ୍ଦ୍ରୀୟ ସ୍ତରରେ ଜିଏସଟି କମିବା ଆଶଙ୍କା ଥିବାରୁ ରାଜ୍ୟ ମଧ୍ୟ ତାର ସେୟାର ହରାଇବାକୁ ଯାଉଛି । ଏଭଳି କ୍ଷେତ୍ରରେ ବିକାଶ ପାଇଁ ଅର୍ଥ କେଉଁଠୁ ଆସିବ ତାକୁ ନେଇ ସମସ୍ତେ ଚିନ୍ତିତ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଯେଉଁ ପ୍ୟାକେଜ ଦେଇଛନ୍ତି ସେଥିରେ ମାନ୍ଦାବସ୍ଥାରୁ ସେଭଳି ବଡ ନିସ୍ତାର ନମିଳିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି । ସରକାର କହୁଛନ୍ତି ଯାହା ହେଲେ ବି ଭିତ୍ତିଭୂମି କ୍ଷେତ୍ରକୁ ପ୍ରଭାବିତ ହେବାକୁ ଦିଆଯିବନି । ଯଦି ଏହା ହୁଏ ତାହାଲେ ସରକାର ଋଣ ଅଧିକ କରିପାରନ୍ତି । ଅର୍ଥାତ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରୁ ୨୩ ହଜାର ୭୮୪ କୋଟି ଋଣ କରିବାକୁ ଯେଉଁ ଲକ୍ଷ୍ୟ ରଖିଥିଲେ ତାର ପରିମାଣ ଆହୁରି ବଢିପାରେ ବୋଲି ଆଂଶକା କରାଯାଉଛି । ଏଭଳି କ୍ଷେତ୍ରରେ ଓଡିଶା ଉପରେ ସେତେଟା ପ୍ରଭାବ ପଡିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଯେହେତୁ ଓଡ଼ିଶାର ଅର୍ଥନୀତି କୃଷିଭିତ୍ତିକ ତେଣୁ ମାନ୍ଦାବସ୍ଥା ପ୍ରଭାବ କମ ରହିବ ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ଓଡିଶାରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ପଡିବା ଆଶଂକା ଦେଖାଗଲାଣି । ଦେଶର ଜିଡିପି ହାର ସାଧାରଣଠୁ କମ୍ ହେବ ବୋଲି ଆକଳନ ହୋଇଥିଲା । ଏବେ ସେଇ ଟାର୍ଗେଟ ଠାରୁ ବି ଆହୁରି କମିବ ବୋଲି ବିଭିନ୍ନ ସଂସ୍ଥା କହିଲେଣି । ଏଭଳି ହେଲେ କେନ୍ଦ୍ରୀୟ ଅନୁଦାନ କମିବ । ସେପଟେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେତିକି ଟିକସ ଆଦାୟ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବା କଷ୍ଟ ହୋଇପାରେ । ଏଭଳି ସ୍ଥିତିରେ ରାଜ୍ୟର ବିକାଶ କିଭଳି ଗତିଶୀଳ ହେବ ଏବଂ ସରକାର ବଜେଟରେ ଯେଉଁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିଲେ ତାକୁ କିଭଳି ଭରଣା କରିବେ ତାକୁ ନେଇ ଉପୁଜିଲାଣଇ ଦ୍ବନ୍ଦ।

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କଣ ପଡିବ ରାଜ୍ୟ ଅର୍ଥନୀତି ଉପରେ । ସରକାର ଯେଉଁ ୧ ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେ ଲକ୍ଷ୍ୟସ୍ଥଳରେ କଣ ପହଂଚି ପାରିବ ଓଡିଶା । ରାଜ୍ୟର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ ହେବ ତ । କେନ୍ଦ୍ର ଯେତିକି ରାଜ୍ୟର ଅଂଶ ବାବଦକୁ ଦେବାକଥା ତାହା ଦେବ ତ । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଲାଣି ସମସ୍ତଙ୍କ ମନରେ । ଅର୍ଥନୀତିଜ୍ଞଙ୍କ ଠାରୁ ଶିଳ୍ପପତି, ସରକାରଙ୍କ ଠାରୁ ସାଧାରଣ ଲୋକେ ଏଥିପାଇଁ ବି ଚିନ୍ତିତ । ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଉତ୍ସରୁ ଓଡିଶା ସରକାର ଯେଉଁ ୪୬ ହଜାର କୋଟିର ରାଜସ୍ବ ପ୍ରାପ୍ତି ଲକ୍ଷଧାର୍ଯ୍ୟ କରିଛନ୍ତି ତାହା ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜୁଲାଇ ପର୍ଯ୍ୟନ୍ତ, ପ୍ରଥମ କ୍ବାର୍ଟରରେ ରାଜସ୍ବ ସଂଗ୍ରହ ଲକ୍ଷ୍ୟଠାରୁ ଅଧିକା ଥିଲା । ଏବେ ଚିନ୍ତା ଦ୍ବୀତିୟ କ୍ବାର୍ଟରରୁ ରାଜସ୍ବ ସଂଗ୍ରହକୁ ନେଇ । କାରଣ ଆନ୍ତର୍ଜାତୀୟ ବଜାରରେ ଇସ୍ପାତର ଦର ହ୍ରାସ ପାଇଁ ଖଣି କାରବାର ବାଧାପ୍ରାପ୍ତ ହୋଇଛି ଯାହାକି ରାଜ୍ୟ ରାଜସ୍ବର ସବୁଠୁ ବଡ ଉତ୍ସ । ଏବର୍ଷ ଓଡିଶା ୮୫୦୦ କୋଟି ଖଣି ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛି । ସେହିଭଳି କେନ୍ଦ୍ରୀୟ ସ୍ତରରେ ଜିଏସଟି କମିବା ଆଶଙ୍କା ଥିବାରୁ ରାଜ୍ୟ ମଧ୍ୟ ତାର ସେୟାର ହରାଇବାକୁ ଯାଉଛି । ଏଭଳି କ୍ଷେତ୍ରରେ ବିକାଶ ପାଇଁ ଅର୍ଥ କେଉଁଠୁ ଆସିବ ତାକୁ ନେଇ ଚିନ୍ତା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଯେଉଁ ପ୍ୟାକେଜ ଦେଇଛନ୍ତି ସେଥିରେ ମାନ୍ଦାବସ୍ଥାରୁ ସେଭଳି ବଡ ନିସ୍ତାର ନମିଳିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି । ସରକାର କହୁଛନ୍ତି ଯାହା ହେଲେ ବି ଭିତ୍ତିଭୂମି କ୍ଷେତ୍ରକୁ ପ୍ରଭାବିତ ହେବାକୁ ଦିଆଯିବନି । ଯଦି ଏହା ହୁଏ ତାହାଲେ ସରକାର ଋଣ ଅଧିକା କରିପାରନ୍ତି । ଅର୍ଥାତ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରୁ ୨୩ ହଜାର ୭୮୪ କୋଟି ଋଣ କରିବାକୁ ଯେଉଁ ଲକ୍ଷ୍ୟ ରଖିଥିଲେ ତାର ପରିମାଣ ଆହୁରି ବଢିପାରେ ବୋଲି ଆଂଶକା କରାଯାଉଛି । ବିଶେଷଜ୍ଞ କହିଛନ୍ତି, ଓଡିଶା ଉପରେ ସେତେଟା ପ୍ରଭାବ ପଡିବ ନାହିଁ। ଯେହେତୁ ଓଡ଼ିଶାର ଅର୍ଥନୀତି କୃଷିଭିତ୍ତିକ ତେଣୁ ମାନ୍ଦାବସ୍ଥା ପ୍ରଭାବ କମ ରହିବ।

Body:ବାଇଟ୍—ନିରଞ୍ଜନ ପୂଜାରୀ, ଅର୍ଥମନ୍ତ୍ରୀ

ବାଇଟ୍—ପଦ୍ମନାଭ ବେହେରା, ଯୋଜନା ଓ ସଂଯୋଜନା ମନ୍ତ୍ରୀ

ବାଇଟ- ଭବାନୀ ଶଙ୍କର ପାଣି, ଶିଳ୍ପ ବିଶେଷଜ୍ଞ
Conclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.