ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଟିକା ସଙ୍କଟ ଦେଖାଦେଇଛି । ରାଜ୍ୟରେ କୋଭିସିଲ୍ଡ ସଙ୍କଟ ପରେ କେବଳ ରାଜଧାନୀ ଭୁବନେଶ୍ବରରେ ଦିଆଯାଉଥିବା କୋଭାକ୍ସିନ୍ ଟିକାର ମଧ୍ୟ ଅଭାବ ଦେଖାଦେଇଛି । ବିଶେଷ କରି ୧୮ ରୁ ୪୪ ବୟସ ବର୍ଗର ହିତାଧିକାରୀଙ୍କ ପ୍ରଥମ ଓ ଦ୍ବିତୀୟ ଡୋଜ ପାଇଁ ଟିକା ଅଭାବ ହେତୁ ଆଜି ଠାରୁ ସୀମିତ ସଂଖ୍ୟକ ମାତ୍ର ୪ ଟି କେନ୍ଦ୍ରରେ ଟିକା ଦିଆଯାଇଛି ।
ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ୟୁନିଟ ୩ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଘାଟିକିଆ ୟୁପିଏଚସି ଏବଂ ପୋଖରିପୁଟ ୟୁପିଏଚସିରେ ସକାଳ ୮.୩୦ ରୁ ଟୀକାକରଣ ଆରମ୍ଭ ହୋଇଛି । ଏହା ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁଥିବାବେଳେ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଟୀକାକରଣ । ତଥାପି ନିର୍ଦ୍ଧାରିତ ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ କିଭଳି ଦ୍ବିତୀୟ ଡୋଜ ଟିକା ଦିଆଯିବ, ତାକୁ ଗୁରୁତ୍ବ ଦିଆଯାଉଥିବା ବିଏମସି କର୍ତ୍ତୃପକ୍ଷ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ