ETV Bharat / city

ଆସନ୍ତା 15ରୁ ଖୋଲିବ ଷଷ୍ଠ, ସପ୍ତମ ଶ୍ରେଣୀ; କଟକଣାରେ ହେବ ଶିକ୍ଷାଦାନ - Sixth to seventh classes will open from November 15

ଆସନ୍ତା 15 ତାରିଖରୁ ସାରା ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ । ବାଜିବ ବେଲ । ପ୍ରତ୍ୟେକ୍ଷ ଭାବେ ସ୍କୁଲରେ ପୁଣି ଚାଲିବ ଶିକ୍ଷାଦାନ । ଏନେଇ ଆଜି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ
author img

By

Published : Nov 10, 2021, 8:23 PM IST

ଭୁବନେଶ୍ବର: ଆସନ୍ତା 15 ତାରିଖରୁ ସାରା ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ । ବାଜିବ ବେଲ । ପ୍ରତ୍ୟେକ୍ଷ ଭାବେ ସ୍କୁଲରେ ପୁଣି ଚାଲିବ ଶିକ୍ଷାଦାନ । ଏନେଇ ଆଜି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ନଭେମ୍ବର 15 ରୁ ଖୋଲିବ ଷଷ୍ଠ ସପ୍ତମ ଶ୍ରେଣୀ; କଟକଣାରେ ହେବ ଶିକ୍ଷାଦାନ

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି (ବୁଧବାର) ସୁବର୍ଣ୍ଣପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କୋଭିଡ ଗାଇଡ ଲାଇନ ପାଳନ କରି ସାର ରାଜ୍ୟରେ ଶିକ୍ଷାଦାନ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି ।

ମନ୍ତ୍ରୀ ଆହୁରି କହିଛନ୍ତି ପୂର୍ବରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ଶ୍ରେଣୀ ଗୃହରେ ପାଠପଢା ହେଉଛି । ଏଥିସହ ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ଗୁଡିକ ଖୋଲାଯାଉଛି । କିନ୍ତୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.