ETV Bharat / city

ବଡମ୍ବାରେ ହାତୀକୁ ମାରି ପୋତିବା ଘଟଣା, ଆଉ ମାସେ ସମୟ ମାଗିଲା SIT

ବଡମ୍ବାରେ ହାତୀକୁ ମାରି ପୋତିବା ଘଟଣା । ସରକାରଙ୍କ ଠାରୁ ଆଉ ମାସେ ସମୟ ମାଗିଲା ଏସଆଇଟି(SIT) ଟିମ୍ । ଅଧିକ ପଢନ୍ତୁ

ବଡମ୍ବାରେ ହାତୀକୁ ମାରି ପୋତିବା ଘଟଣା,ମାସେ ସମୟ ମାଗିଲା SIT

author img

By

Published : Jul 26, 2022, 2:09 PM IST

ଭୁବନେଶ୍ବର: କଟକ ବଡମ୍ବାରେ ହାତୀକୁ ମାରି ପୋତିବା ଘଟଣା । ସରକାରଙ୍କ ଠାରୁ ଆଉ ମାସେ ସମୟ ମାଗିଲା ଏସଆଇଟି(SIT) ଟିମ୍ । ହାତୀ କଙ୍କାଳର ସମ୍ପୁଲର ବିଭିନ୍ନ ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ପଠାଯାଇଛି । ରିପୋର୍ଟ ଗୁଡ଼ିକ ଏପର୍ଯ୍ୟନ୍ତ ଆସିନାହିଁ। ତେଣୁ ତଦନ୍ତ ଏପର୍ଯ୍ୟନ୍ତ ଅଧାରେ ଅଟକି ରହିଛି । ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ଶଶି ପଲ୍ ।

ଜୁନ୍ ୨୭ରେ କଟକ ବଡମ୍ବାରେ ହାତୀ କଙ୍କାଳ ଠାବ ହୋଇଥିଲା । ଏହାପରେ ହାତୀ କଙ୍କାଳ ନେଇ ଏସଆଇଟି ତଦନ୍ତ କରିବ ବୋଲି ପ୍ରତିକ୍ରିୟା ରଖିଥିଲେ PCCF ଶଶି ପଲ୍‌ । ହାତୀ କଙ୍କାଳ କେତେ ପୁରୁଣା ଜାଣିବା ପାଇଁ ଏକ କଙ୍କାଳ ବିଶେଷଜ୍ଞଙ୍କୁ ଏସଆଇଟି ଟିମ୍‌ରେ ସାମିଲ କରାଯାଇଥିଲା । ବିଶେଷଜ୍ଞଙ୍କ ରିପୋର୍ଟ ପରେ ଯେଉଁ ଡିଏଫଓଙ୍କ ସମୟରେ ହାତୀ ପୋତା ଯାଇଛି, ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଥିଲେ PCCF । ଏଥିରେ ଫରେଷ୍ଟରଙ୍କ ସମ୍ପୃକ୍ତି ଥିବା ମଧ୍ୟ ସୂଚନା ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.