ETV Bharat / city

Mamita Missing Mistry: SIT ତଦନ୍ତ ସହ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି - ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା

କଳାହାଣ୍ଡିର ମମିତା ମେହେର ନିଖୋଜ ମାମଲାରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ତଦନ୍ତ ସହ ଓ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କଲା ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ...

-mamita meher missing case
SIT ତଦନ୍ତ ସହ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲା ସମାଜବାଦୀ ପାର୍ଟି
author img

By

Published : Oct 19, 2021, 5:04 PM IST

ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ । ଅପରାଧୀ ଗୋବିନ୍ଦ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟିର ରାଜ୍ୟ ଶାଖା । ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ଵାବଧାନରେ ଗଠିତ ଏସ୍ଆଇଟି ଦ୍ଵାରା କରାଇବାକୁ ଦାବି କରିଛି ଦଳ । ଏହାସହ ମମିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ସେପ୍ଟେମ୍ବର ୨୫ ତାରିଖରେ ପ୍ରକାଶିତ ନ୍ୟାସନାଲ କ୍ରାଇମ ବ୍ୟୁରୋ ରିପୋର୍ଟରେ କୁହାଯାଇଛି, ଓଡ଼ିଶାରେ ପ୍ରତିବର୍ଷ ମହିଳା ନିର୍ଯାତନା, ଅସଦାଚରଣ ଓ ହତ୍ୟା ବଢି ବଢି ଚାଲିଛି । ରାଜ୍ୟ ସରକାର ସବୁବେଳେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହୁଛନ୍ତି । କିନ୍ତୁ ନାରୀ ନିର୍ଯାତନା ରାଜ୍ୟରେ ବୃଦ୍ଧି ପାଇବା ଓଡ଼ିଶାର ଆଇନ ଶୃଙ୍ଖଳା ପ୍ରତି ଏକ ଚରମ ଆହ୍ବାନ ବୋଲି ରବି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ମମିତା ମେହେରଙ୍କ ଘଟଣାରେ ହସ୍ତକ୍ଷେପ କରନ୍ତୁ । ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଜଣେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏସ୍ଆଇଟି ଗଠନ କରନ୍ତୁ । ଅପରାଧରେ ସମ୍ପୃକ୍ତ ମୁଖ୍ୟ ଅପରାଧୀ ଗୋବିନ୍ଦ ସାହୁ ଓ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ରବି ଦାବି କରିଛନ୍ତି ।

ରାଜ୍ୟ ମହିଳା କମିଶନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରନ୍ତୁ । ଏହା ସହିତ ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ମହିଳା ନିର୍ଯାତନା ରୋକିବା ଦିଗରେ ପ୍ରତି ଜିଲ୍ଲାସ୍ତରରେ ବିଭିନ୍ନ ବେସରକାରୀ ସଂଗଠନ ଓ ମହିଳା ପ୍ରତିନିଧିଙ୍କୁ ନେଇ ସ୍ଵତନ୍ତ୍ର କମିଟି ଗଠନ କରନ୍ତୁ । ପ୍ରତି ମାସରେ ସେହି ଜିଲ୍ଲାର ନାରୀ ନିର୍ଯାତନା ସମୀକ୍ଷା ବୈଠକ ଆହୁତ କରି ସେ ଦିଗରେ ଫଳପ୍ରଦ ପଦକ୍ଷେପ ନେବାକୁ ରବି ଦାବି କରିଛନ୍ତି । ଏହା ଫଳରେ ମହିଳାମାନଙ୍କ ଭିତରେ ସଙ୍ଗଠିତ ସଚେତନତା ବଢିବା ସହିତ ଅପରାଧୀମାନେ ଆଇନକୁ ଭୟ କରିବେ । ଯାହାକି ନାରୀ ନିର୍ଯାତନା ନିୟନ୍ତ୍ରଣ କରିବା ଦିଗରେ ଏକ ସକ୍ରିୟ ପଦକ୍ଷେପ ହେବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.