ETV Bharat / city

ଚାଷୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଲାଗୁ ହେବ ଏକକ ପରିଚୟ ପତ୍ର

author img

By

Published : Nov 18, 2021, 10:38 PM IST

ଚାଷୀଙ୍କୁ ଦେବାକୁ ପଡିବ ନାହିଁ ପୃଥକ ପୃଥକ ପ୍ରମାଣପତ୍ର । ରାଜ୍ୟ ସରକାର ଲାଗୁୁ କରିବେ ଏକକ ପରିଚୟ ପତ୍ର । ଅଧିକ ପଢନ୍ତୁ

ଚାଷୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଲାଗୁ ହେବ ଏକକ ପରିଚୟ ପତ୍ର
ଚାଷୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଲାଗୁ ହେବ ଏକକ ପରିଚୟ ପତ୍ର

ଭୁବନେଶ୍ବର: ଚାଷୀଙ୍କ ପାଇଁ ଭଲ ଖବର । ଏଣିକି ଆଉ ବିଭିନ୍ନ ଯୋଜନା ପାଇଁ ବାରମ୍ବାର ପରିଚୟ ପତ୍ର ଦେବାକୁ ପଡିବ ନାହିଁ । ସମସ୍ତ ଚାଷୀଙ୍କ ପାଇଁ ଲାଗୁ ହେବ ଏକକ ପରିଚୟ ପତ୍ର (Single identity card) ବ୍ୟବସ୍ଥା । ‘କୃଷି ଓଡିଶା’ କାର୍ଯ୍ୟକ୍ରମ ଅଧିନରେ ଏହାକୁ ଲାଗୁ କରାଯିବ । ବିଭିନ୍ନ କୃଷି ଯୋଜନାରେ ଲାଭ ନେବା ପାଇଁ ଅନଲାଇନରେ ଆବେଦନ ହେଉଥିବାରୁ ଆଉ ଅଧିକ ଥର ପରିଚୟ ପତ୍ର କରିବାକୁ ପଡିବ ନାହିଁ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାରଙ୍କ 5T ଅନ୍ତର୍ଗତ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ଵ ସମସ୍ତ ଚାଷୀଙ୍କ ପାଇଁ କୃଷି ଓଡିଶା କାର୍ଯ୍ୟକ୍ରମ କରାଯାଉଛି । ଭୂମିହୀନ ଚାଷୀ, ଭାଗଚାଷୀ, ଜମିଥିବା କୃଷକ, ଉଦ୍ୟାନ କୃଷି ଓ ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ଚାଷୀ, ମତ୍ସ୍ୟ ଓ ପଶୁ ସମ୍ପଦ ଚାଷୀ ଏବଂ କୃଷି ଶ୍ରମିକ ଏଥିରେ ସାମିଲ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବାର ନୁହେଁ ବରଂ ଏକକ ଚାଷୀ ଭିତ୍ତିରେ ପଞ୍ଜୀକରଣ କରାଯିବାର ବ୍ୟବସ୍ଥା ରହିଛି ।

ଏହି ଏକକ ପରିଚୟ ପତ୍ର ଦ୍ଵାରା ରାଜ୍ୟର କୃଷକଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ବାରମ୍ବାର ତଥ୍ୟ ଦେବାକୁ ପଡିବ ନାହିଁ । ବିଭିନ୍ନ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଯୋଗ୍ୟ କୃଷକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ । ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ସମସ୍ତ ଚାଷୀମାନଙ୍କ ତଥ୍ୟ ଉପଲବ୍ଧ ରହିବା ସହ ଉକ୍ତ ତଥ୍ୟ ଆଧାରରେ ଭବିଷ୍ୟତର ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ ।

୧ମ ପର୍ଯ୍ୟାୟରେ ୭୬ ଲକ୍ଷ କୃଷକଙ୍କ ବୃହତ ଡାଟାବେସର ନବୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ବଳକା କୃଷକମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମ ଦ୍ଵାରା ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ସହଜରେ ଚିହ୍ନଟ କରାଯାଇ ପାରିବା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ଉପଯୁକ୍ତ ଯୋଜନାର ଲାଭ ମିଳିପାରିବ । ରାଜ୍ୟର ସମସ୍ତ କୃଷକମାନେ ସେମାନଙ୍କ ସଠିକ ଓ ନିର୍ଭୁଲ ତଥ୍ୟ କ୍ଷେତ୍ର କର୍ମଚାରୀମାନଙ୍କୁ ଦେବାକୁ କୃଷି ବିଭାଗ ତରଫରୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.