ETV Bharat / city

ଲିଙ୍ଗରାଜ ମନ୍ଦିରର ହେବ ବିକାଶ, ସିଂହଦ୍ବାରରେ ଲାଗିବ ରୂପା କବାଟ - ଲିଙ୍ଗରାଜ ମନ୍ଦିର ଖବର

ରାଜଧାନୀ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ହେବ ନବକଳେବର । ଅନେକ ଦିନରୁ ସିଂହଦ୍ବାର ଭଗ୍ନ ଅବସ୍ଥାରେ ପଡ଼ି ରହିଥିବାବେଳେ ଶ୍ରୀମନ୍ଦିର ଢାଞ୍ଚାରେ ଏହାର ପୁନଃନିର୍ମାଣ ପାଇଁ ତତ୍ପରତା ଦେଖାଇଛି ପ୍ରତ୍ନତତ୍ତ୍ବ ବିଭାଗ । ଅଧିକ ପଢ଼ନ୍ତୁ...

ଲିଙ୍ଗରାଜ ମନ୍ଦିରର ହେବ ବିକାଶ, ସିଂହଦ୍ବାରରେ ଲାଗିବ ରୂପା କବାଟ

author img

By

Published : Aug 25, 2021, 9:16 PM IST

ଭୁବନେଶ୍ବର: ରାଜଧାନୀ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ହେବ ନବକଳେବର । ଅନେକ ଦିନରୁ ସିଂହଦ୍ବାର ଭଗ୍ନ ଅବସ୍ଥାରେ ପଡ଼ି ରହିଥିବାବେଳେ ଶ୍ରୀମନ୍ଦିର ଢାଞ୍ଚାରେ ଏହାର ପୁନଃନିର୍ମାଣ ପାଇଁ ତତ୍ପରତା ଦେଖାଇଛି ପ୍ରତ୍ନତତ୍ତ୍ବ ବିଭାଗ । ଏହାକୁ ନେଇ ମଙ୍ଗଳବାର ଏକ ବୈଠକ କରାଯାଇଥିଲା । ବୈଠକରେ ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ରୂପା କବାଟ ଲଗାଇବାକୁ ନିଷ୍ପତ୍ତି ହୋଇଛି ।

ଲିଙ୍ଗରାଜ ମନ୍ଦିରର ହେବ ବିକାଶ, ସିଂହଦ୍ବାରରେ ଲାଗିବ ରୂପା କବାଟ

ଆୟୋଜିତ ବୈଠକରେ ଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୨୦୧୯ ସାମୁଦ୍ରିକ ବାତ୍ୟା ସମୟରେ ଲିଙ୍ଗରାଜ ମନ୍ଦିର ମୁଖ ଦ୍ୱାର ଭାଙ୍ଗି ଯାଇଥିଲା । ଦୀର୍ଘଦିନ ଧରି ମନ୍ଦିର ସେବାୟତ ଏହାର ମରାମତି ପାଇଁ ଦାବି କରିଆସୁଥିଲେ ।

ଖାଲି ମନ୍ଦିର ମୁଖଶାଳା ନୁହେଁ ଭିତରର ଅନେକ ସ୍ଥାନରେ ବର୍ଷ ପାଣି ପଡ଼ି ନଷ୍ଟ ହୋଇଛି । ଏହାର ମରାମତି ଓ ଶିବଙ୍କ ଶକ୍ତି ଛାରିପାଖରେ ଲୁହାର ବାଡ ଲଗାଯିବା ନେଇ ଆଲୋଚନା ହୋଇଛି । ରାଜ୍ୟସରକାରଙ୍କ ସହଯୋଗରେ ଲିଙ୍ଗରାଜ ମନ୍ଦିରର ବିକାଶ କରାଯିବ ବୋଲି କହିଛନ୍ତି ଭାରତୀୟ ପତ୍ନତତ୍ତ୍ବ ବିଭାଗ ଅଧିକ୍ଷକ ଅରୁଣ ମଲିକ । ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ଵାରର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଦେଢ଼ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ମନ୍ଦିରର ବିଭିନ ସ୍ଥାନର ଯାଞ୍ଚ ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ଏକ ସ୍ବତନ୍ତ୍ର ଦଳ ଆସନ୍ତା ଶୁକ୍ରବାର ପରିଦର୍ଶନ ପାଇଁ ଆସିବେ। ବୁଧବାର ଆୟୋଜିତ ହୋଇଥିବା ବୈଠକରେ ବିଏମସି କମିଶନର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ମନ୍ଦିରର ୪ ଜଣ ନିଯୋଗ ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକ୍ଷକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.